ETV Bharat / state

ସବୁକଥାରେ ମିଛ ଗପୁଥିବା ପୃଥ୍ବୀରାଜଙ୍କୁ ଲୋକେ ଜୋକର ଭାବୁଛନ୍ତି: ଇପ୍ସିତା

author img

By

Published : Jul 26, 2023, 10:05 PM IST

ଓଡ଼ିଶାରେ ଦେଢ଼ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ପାଇଛନ୍ତି ବୋଲି ଆଜି ଅଭିଯୋଗ କରିଥିଲା ବିଜେପି । ତେବେ ସବୁକଥାରେ ମିଛ ଗପୁଥିବା ପୃଥ୍ବୀରାଜଙ୍କୁ ଲୋକେ ଜୋକର ଭାବୁଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଇପ୍ସିତା ସାହୁ । ଅଧିକ ପଢ଼ନ୍ତୁ

ସବୁକଥାରେ ମିଛ ଗପୁଥିବା ପୃଥ୍ବୀରାଜଙ୍କୁ ଲୋକେ ଜୋକର ଭାବୁଛନ୍ତି

ଭୁବନେଶ୍ବର: ଆବାସ ଯୋଜନାରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ସମୟସୀମା ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିବା ପରେ ଏହାକୁ କାଉଣ୍ଟର କରିଛି ବିଜେଡି । ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିଲା ବୋଲି ପୁଣିଥରେ ବିଜେଡି ଅଭିଯୋଗ କରିଛି । ଓଡ଼ିଶାରେ ଆବାସ ବନ୍ଦ ରଖିବା ପାଇଁ ଓଡିଶା ବିଜେପି ସାଂସଦ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଥିଲେ ବୋଲି କହିଛି ବିଜେଡି । ବିଜେପିର ଷଡ଼ଯନ୍ତ୍ର ଯୋଗୁଁ ୩ ବର୍ଷ ପରେ ଓଡ଼ିଶାକୁ ୧୫ ଲକ୍ଷ ଜାଗାରେ ୮ ଲକ୍ଷ ଘର ମିଳିଛି । ସବୁକଥାରେ ମିଛ ଗପୁଥିବା ପୃଥ୍ବୀରାଜ ହରିଚନ୍ଦନଙ୍କୁ ଲୋକେ ଜୋକର ଭାବୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ବିଜେପି ନେତାଙ୍କ କାରସାଦି ଓଡ଼ିଶାବାସୀ ଜାଣି ସାରିଲେଣି । ଆଗାମୀ ଦିନରେ ଏହା ଜବାବ ଦେବେ ବୋଲି ସେ କହିଛନ୍ତି ।

ଇପ୍ସିତା କହିଛନ୍ତି, "ଲକ୍ଷଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିଲା । ତାହାର ପର୍ଦ୍ଦାଫାସ ହୋଇ ସାରିଛି । ଓଡ଼ିଶା ବିଜେପିର ଷଡ଼ଯନ୍ତ୍ରକାରୀ ନେତା ଆଜି ପୁଣି ଆବାସ ଯୋଜନା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପୃଥ୍ବୀରାଜ ବାବୁ ସବୁକଥାରେ ଗଣମାଧ୍ୟମ ଆଗକୁ ଆସି ଡାହା ମିଛ ଗପୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ତାହା ଦେଖି ଓଡ଼ିଶାବାସୀ ତାଙ୍କୁ ଜୋକର ଭାବୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଆଜି ସେ ଦେଇଥିବା ମନ୍ତବ୍ୟ ଶୁଣି ଲୋକେ ନିଶ୍ଚୟ ହସୁଥିବେ । ଓଡ଼ିଶାର ଗରିବ, ଆଦିବାସୀ ଏବଂ ଅନୁସୂଚିତ ଜନଜାତିର ୧୫ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଶ୍ୟକ କରୁଥିଲେ । ଏହାକୁ ବନ୍ଦ କରିବା ପାଇଁ ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ବିଜେପିର ସାଂସଦମାନେ ମିଶି ଷଡ଼ଯନ୍ତ୍ର କରିଥିଲେ । ଏଥିପାଇଁ ସେମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ଆବାସ ଯୋଜନାରେ ଘର ନଦେବାକୁ ଚାପ ପକାଇଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...'ଡ୍ରାମା ନକରି ଆବାସ ଯୋଜନାରେ ପ୍ରୋତ୍ସାହନ ରାଶି ଅବଧି ୭ ମାସ ବୃଦ୍ଧି କର'

ସେ ଆହୁରି କହିଛନ୍ତି, "ଓଡ଼ିଶାର ବିଜେପି ସାଂସଦମାନଙ୍କ ଏଭଳି ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ର ଯୋଗୁଁ ପ୍ରାୟ ୩ ବର୍ଷ କାଳ କେନ୍ଦ୍ର ସରକାର ଓଡ଼ିଶାକୁ ଆବାସ ଯୋଜନାରେ ଘରଦେବା ବନ୍ଦ ରଖିଲେ । ବହୁ ଦାବି ଓ ଆନ୍ଦୋଳନ ପରେ ଶେଷରେ ୧୫ ଲକ୍ଷ ଘର ଜାଗାରେ ଓଡ଼ିଶାକୁ ମାତ୍ର ୮ ଲକ୍ଷ ଘର ମିଳିଲା । ଓଡ଼ିଶା ବିଜେପି ନେତାମାନଙ୍କ ଏଭଳି କାରସାଦି ସମ୍ପର୍କରେ ଓଡ଼ିଶାବାସୀ ଜାଣି ସାରିଲେଣି । ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ସଚେତନ ଓଡ଼ିଶାବାସୀ ବିଜେପିକୁ ଜବାବ ଦେଇଥିଲେ । ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପି ମାଟି କାମୁଡ଼ିଲା । ସେମାନଙ୍କ ଏଭଳି ଓଡ଼ିଶା ସ୍ବାର୍ଥ ବିରୋଧୀ ନୀତି ଯୋଗୁଁ ଆଗାମୀ ନିର୍ବାଚନରେ ମଧ୍ୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ । ଦିନ ଆସିବ, ଓଡିଶାରୁ ବିଜେପିକୁ ଲୋକେ ତଡ଼ି ଦେବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.