ETV Bharat / state

BJD-BJP Face Off: 2024 ପର୍ଯ୍ୟନ୍ତ ଚାଲିବ କି ବିଜେଡି-ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ?

ବିଜେଡି ଓ ବିଜେପି ମଧ୍ୟରେ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଏଭଳି ମୁହାଁମୁହିଁ ପରିସ୍ଥିତି ଜାରି ରହିବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ସେପଟେ କେବଳ ରାଜନୈତିକ ଫାଇଦା ହାସଲ ପାଇଁ ଉଭୟ ଦଳ ଏପରି ଉଦ୍ୟମ କରୁଥିବା କହିଛନ୍ତି ଦାମ ରାଉତ । ଅଧିକ ପଢନ୍ତୁ

BJD-BJP Face Off
BJD-BJP Face Off
author img

By

Published : Mar 2, 2023, 7:02 PM IST

Updated : Mar 2, 2023, 8:53 PM IST

BJD-BJP Face Off: 2024 ପର୍ଯ୍ୟନ୍ତ ଚାଲିବ କି ବିଜେଡି-ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ?

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହେଉଛନ୍ତି । ପରସ୍ପରକୁ କାଉଣ୍ଟର କରିବା ଲାଗି ଉଭୟ ଦଳ ଗୋଟିଏ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଫଳରେ ରାଜ୍ୟରେ ଦେଖାଦେଇଛି କାଦୁଅ ଫିଙ୍ଗା ରାଜନୀତି । ରାଜ୍ୟର ୨ ପ୍ରମୁଖ ଦଳ ମଧ୍ୟରେ ଏଭଳି ମୁହାଁମୁହିଁ ପରିସ୍ଥିତି 2024 ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ସେପଟେ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଉଭୟ ବିଜେଡି ବିଜେପି ନାଟକବାଜି କରୁଥିବା ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି ।

ବିଧାନସଭାରେ ମଧ୍ୟ କିଛି ଏପରି ସ୍ଥିତି ଦେଖିବାକୁ ମିଳିଛି। ଗୋଟିଏ ପଟେ ବିଜେଡି ଆବାସ ପ୍ରସଙ୍ଗରେ କେନ୍ଦ୍ରର ଅବହେଳାକୁ ଦାୟୀ କରି ପ୍ରତିବାଦ କରୁଥିବା ବେଳେ ବିଜେପି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ହଲଚଲ କରିଛି। ଉଭୟ ଦଳର ଆରୋପ ପ୍ରତ୍ୟାରୋପ ରାଜନୀତିକୁ ନେଇ ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି ଏହା ନାଟକ ବାଜି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ଦଳ ନିଜର ଦାୟିତ୍ଵ ବୁଝିବା ଦରକାର। ମାତ୍ର ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି ଚାଲିଛି । ଯେଭଳି ଗୋଟିଏ ଆକ୍ସନର ରିଆକ୍ସନ ରହିଥାଏ, ଠିକ ସେହିପରି ବିଜେପି ଆନ୍ଦୋଳନ କରୁଥିବାରୁ ଶାସକ ଦଳ ବିଜେଡି ମଧ୍ୟ ଆନ୍ଦୋଳନ କରୁଛି ।

ଏହା ବି ପଢନ୍ତୁ- ମିଶନ ଶକ୍ତି ମା'ଙ୍କୁ ୧୦୦ କୋଟିର ପ୍ରୋତ୍ସାହନ, 8000 ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ସେ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ହେଉଥିବା ରାଜନୀତିକୁ ନେଇ କହିଛନ୍ତି, "ବରିଷ୍ଠ ନେତା ତଥା ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ଘଟଣା । ଏହି ଘଟଣାକୁ ନେଇ ରାଜନୈତିକ ଦଳମାନେ ଯେପରି ଆଚରଣ ଓ ଉଚ୍ଚାରଣ କରିବା କଥା ତାହା କରୁନାହାନ୍ତି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ବିରୋଧୀ ଦଳ ନାରାବାଜି କରୁଛନ୍ତି । ବିଶେଷ କରି ବିରୋଧୀ ଦଳ ନେତାଙ୍କ ଆଚରଣ ଓ ଉଚ୍ଚାରଣ ସବୁ ଶାଳୀନତାକୁ ଆଡ଼େଇ ଦେଇଛନ୍ତି । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଥିରେ ସାମିଲ ହୋଇ ବୟାନବାଜି କରୁଛନ୍ତି । ବିଜେପି ଏହି ଘଟଣାରେ ଅପରାଧୀକୁ ଦଣ୍ଡା ଦେବା ଲାଗି ଯେତିକି ଆଗ୍ରହୀ ନୁହେଁ, ସେତିକି ରାଜନୀତି କରିବାକୁ ଆଗ୍ରହୀ । ଏହି ଘଟଣା ନେଇ ରାଜ୍ୟ ସରକାରଙ୍କୁ ବଦନାମ କରିବା ଲାଗି ଦଳ ଅଧିକ ତତ୍ପର ହୋଇଉଠିଛି ।"

ସେ ଆହୁରି କହିଛନ୍ତି, "ଉଭୟ ବିଜେଡି ବିଜେପି ରାଜନୈତିକ ଫାଇଦା ପାଇଁ ନାଟକବାଜି କରୁଛନ୍ତି । ଏଥିରେ ରାଜ୍ୟବାସୀଙ୍କ କୌଣସି ମଙ୍ଗଳ ହେଉନାହିଁ ।" ୨୦୨୪ ନିର୍ବାଚନ ଲାଗି ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିବା କଥା ଚର୍ଚ୍ଚା ହେଉଛି । ମାତ୍ର ଏହାର ଅର୍ଥ ନୁହେଁ ଯେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ବିଶୃଙ୍ଖଳା ପରିସ୍ଥିତି ଉପୁଜାଇବା । ବିରୋଧୀ ଦଳମାନଙ୍କର ରାଜ୍ୟବାସୀଙ୍କ ପ୍ରତି କୌଣସି ଆନ୍ତରିକତା ନାହିଁ । ଏମାନେ କେବଳ ସରକାରଙ୍କୁ ବଦନାମ କରିବା ଲାଗି ଏପରି ଆଚରଣ କରୁଥିବା କହିଛନ୍ତି ଦାମ ।

ସେପଟେ ବିଜେଡି-ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ସେ କହିଛନ୍ତି, " ୨୦୨୪ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ । କାରଣ ବିଜେପି ଜାଣିଛି ଯେ ବର୍ତ୍ତମାନ ରାଜ୍ୟରେ ବିଜେଡିର ସାଂଗଠନିକ ସ୍ଥିତିର ପ୍ରଭାବ ଅଧିକ ରହିଛି । କିନ୍ତୁ ବିଜେପି ଏବେ ମୁଖ୍ୟ ବିରୋଧୀ ଦଳ ରହିଛି । ତେବେ ଦଳ ସେହି ଭୂମିକାକୁ ବଜାୟ ରଖିବା ଲାଗି ଉଦ୍ୟମ କରୁଛନ୍ତି। ବିଜୁ ଜନତା ଦଳ ନବୀନ ପଟ୍ଟନାୟକଙ୍କୁ ଆଧାର କରି ଚାଲିଛି । ଏହା ଦିନେ ନା ଦିନେ ଶେଷ ପର୍ଯ୍ୟାୟକୁ ଯିବ ବୋଲି ବିଜେପି ଜାଣିଛି । ମାତ୍ର ୨୦୧୯ରେ ବିଜେପି ମୁଖ୍ୟ ବିରୋଧୀ ଦଳ ଭାବେ ଯେଉଁ ମର୍ଯ୍ୟାଦା ହାସଲ କରିଛି ତାକୁ ବଜାୟ ରଖିବା ଲାଗି ଉଦ୍ୟମ ଜାରି ରଖିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 2, 2023, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.