ETV Bharat / state

ନିର୍ବାଚନ ପୂର୍ବରୁ ବିଜେପିର ପ୍ରତିଶ୍ରୁତି ପାହାଡ଼: କାଉଣ୍ଟର କଲେ ବଜେଡି, କଂଗ୍ରେସ - Odisha BJP

Bjd and Congress Reaction on BJP :ଗତି କାଲି ବିଜେପିର ପଦାଧିକାରୀ ବୈଠକ ପରେ ଦଳ ସରକାରକୁ ଆସିଲେ ଯାହା ରାଜ୍ୟ ସରାକାର କରିପାରି ନାହାନ୍ତି, ତାହା ବିଜେପି କରିି ଦେଖାଇବା ବୋଲି କହିଥିଲା । ହେଲେ ଏହାକୁ କାଉଣ୍ଟର କରିଛନ୍ତି ଉଭୟେ ବିଜେଡି ଏବଂ କଂଗ୍ରେସ ।ଅଧିକ ପଢନ୍ତୁ

ଅନେକ ଘୋଷଣା କରିବେ ହେଲେ କାର୍ଯ୍ୟକାରୀ କେବଳ ନବୀନ: ପଦ୍ମନାଭ

author img

By ETV Bharat Odisha Team

Published : Jan 1, 2024, 6:31 AM IST

Updated : Jan 1, 2024, 11:12 AM IST

ଭୁବନେଶ୍ୱର: ବିଜେପି ସରକାରକୁ ଆସିଲେ ଚାଷୀଙ୍କ ଆୟ ଦୁଇ ଗୁଣିତ କରିବ, ବାସହୀନଙ୍କୁ ଘର ଯୋଗାଇଦେବ ଏବଂ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବ ।ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ ପରେ ଏଭଳି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।2024 ସାଧାରଣ ନିର୍ବାଚନରେ ଓଡ଼ିଶାରେ ଶାସକ ବିଜେଡ଼ିର ବିଜୟ ଧାରାରେ ରୋକ ଲଗାଇ ବିଜେପି କ୍ଷମତା ଦଖଲ କରିବ ସେ ନେଇ ପ୍ରଭାରୀ ସୁନୀଲ ବଂସଲ ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।ମନମୋହନଙ୍କ ଏଭଳି ଆଭିମୁଖ୍ୟ ନେଇ ଉତ୍ତର ରଖିଛନ୍ତି ଶାସକ ବିଜେଡି ଏବଂ ବିରୋଧୀ କଂଗ୍ରେସ ।

ବିଜେଡି ବିଧାୟକ ପଦ୍ମନାଭ ବେହେରା କହିଛନ୍ତି,"ଅନେକ ଘୋଷଣା କରିବେ ହେଲେ ଘୋଷଣାକୁ କାର୍ଯ୍ୟକାରୀ କେବଳ ନବୀନ କରନ୍ତି । ସବୁବେଳେ ଲୋକଙ୍କ ସମସ୍ୟା ସହ ମୁଖ୍ୟମନ୍ତ୍ରୀ ଜଡିତ ହୋଇ ରହିଛନ୍ତି । ସେଥିପାଇଁ ଲମ୍ବା ସମୟ ଧରି ଲୋକଙ୍କ ପାଖାରେ ସେ ଆଦୃତ ହୋଇ ରହିଛନ୍ତି । ତେଣୁ ବିଜେପିର ଘୋଷଣା କୌଣସି ପ୍ରଭାବ ପକାଇବନି । ଘୋଷଣା କରିବା ସହ କାର୍ଯ୍ୟକ୍ରମରେ ପରିଣତ କରିବା କେବଳ ବିଜେଡି ସରକାର ହିଁ କରିଛି ।"

ସେପଟେ ମନମୋହନଙ୍କ ନିର୍ବାଚନ ପ୍ରତିଶ୍ରୁତି ନେଇ କଂଗ୍ରେସର ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହୁଛନ୍ତି ,"ଆଗରୁ ଯାହା ଘୋଷଣା କରିଥିଲେ ବିଜେପି ସେତିକି ପୂରଣ କରିନାହିଁ । ଯୁବକଙ୍କୁ ନିଯୁକ୍ତି, ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ,୧୦୦ ଦିନରେ ଦରଦାମ ନିୟନ୍ତ୍ରଣ କରି ପାରିଲେ କି ? ଓଡ଼ିଶାରେ ବିଜେପି ବିଜେଡ଼ି ମିଶିକି ୯ ବର୍ଷ ଶାସନ କଲେ କ'ଣ ଦେଇଛନ୍ତି । ଏସବୁ ପ୍ରତିଶ୍ରୁତି ପାଣିର ଗାର । ବରଂ ଛତିଶଗଡ଼, କର୍ଣ୍ଣାଟକ, ତେଲେଙ୍ଗାନାର କଂଗ୍ରେସ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲା ୨୪ ଘଣ୍ଟାରେ ପୂରଣ କରିଛି ।"

ଏହା ମଧ୍ୟ ପଢନ୍ତୁ ....ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗଟେ କଲେ ମନମୋହନ

ଏହା ମଧ୍ୟ ପଢନ୍ତୁ ....ବିଜେପି ପଦାଧିକାରୀ ବୈଠକ ଆରମ୍ଭ, ଫୋକସରେ 2024 ନିର୍ବାଚନ

ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ମାରାଥନ ବୈଠକ ।କିଭଳି ରାଜ୍ୟବାସୀଙ୍କ ଜନମତ ହାସଲ କରିବ ସେ ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।ତୃଣମୁଳସ୍ତରରେ ମୋଦିଙ୍କ ସଫଳ ଲୋକାଭିମୁଖୀ ଯୋଜନାକୁ ପହଞ୍ଚାଇବା ନେଇ ପ୍ରସ୍ତୁତ ହେଇଛି ପ୍ଲାନ ।ରାଜ୍ୟ ସରକାରଙ୍କ ବିଫଳତାକୁ ମୁଖ୍ୟ ଅସ୍ତ୍ର କରି ଲୋକଙ୍କ ବିଶ୍ୱାସଭାଜନ ହେବ ବିଜେପି ସେ ନେଇ ଚାଲିଛି କସରତ ।ଚଳିତ ନିର୍ବାଚନରେ ପ୍ରତ୍ୟେକ ବୁଥରୁ ୫୦ ପ୍ରତିଶତ ଭୋଟ ଆଶା କରିଛି ଦଳ ।

ଇଟିଭି ଭାରତ ,ଭୁବନେଶ୍ୱର

Last Updated : Jan 1, 2024, 11:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.