ETV Bharat / state

Padmapur ByPoll: ବିଜେପି ବିଜେଡି କାଦୁଅ ଫିଙ୍ଗା ରାଜନୀତି, ଉଭୟ CEOଙ୍କ ନିକଟରେ ଫେରାଦ

author img

By

Published : Nov 30, 2022, 7:42 PM IST

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟର ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି । ଉଭଦ ଦଳ ପଦ୍ମପୁରରେ ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

BJD and BJP target each other before Padmapur By Poll delegations met CEO
Padmapur By Poll: ବିଜେପି ବିଜେଡି କାଦୁଅ ଫିଙ୍ଗା ରାଜନୀତି, ଉଭୟ CEOଙ୍କ ନିକଟରେ ଫେରାଦ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟର ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି ରହିଛି । ଉଭୟ ଦଳ ଆଜି ପରସ୍ପରକ ବିରୋଧରେ ଅଭିଯୋଗ ଆଣି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ବିଜେଡି ଉପନିର୍ବାଚନ ପୂର୍ବରୁ ହିଂସାତ୍ମକ କାର୍ଯ୍ୟକଳାପ ଘଟାଉଥିବା ନେଇ ବିଜେପି ଅଭିଯୋଗ କରିଥିବା ବେଳେ ବିଜେଡି ମଧ୍ୟ ସମାନ ଅଭିଯୋଗ ଆଣି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ପ୍ରତିନିଧି ଦଳ ।

Padmapur ByPoll: ବିଜେପି ବିଜେଡି କାଦୁଅ ଫିଙ୍ଗା ରାଜନୀତି, ଉଭୟ CEOଙ୍କ ନିକଟରେ ଫେରାଦ

ବିଜେଡି ବିରୋଧରେ ଅଭିଯୋଗ ଆଣି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ପ୍ରତିନିଧି ଦଳ । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଦଳ ଏଠାରେ ପହଞ୍ଚିଥିଲା । ଏହାକୁ ନେଇ ଲେଖାଶ୍ରୀ କହିଛନ୍ତି, "ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀକୁ ନାକାବନ୍ଦୀ କରି ଅସାମାଜିକ ଲୋକଙ୍କୁ ନିୟୋଜିତ କରିଛି ବିଜେଡି । ପଦ୍ମପୁର ସୀମାବର୍ତ୍ତୀ ଅଞ୍ଚଳରେ ପାଟଣାଗଡ଼ ବିଧାୟକ ସରୋଜ ମେହେର, ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଭଟଲି ବିଧାୟକ ସୁଶାନ୍ତ ସିଂ ଏବଂ ଝାରସୁଗୁଡାର ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କର ଗୁଣ୍ଡାମାନଙ୍କୁ ଆଣି ସମ୍ବେଦନଶୀଳ ବୁଥଗୁଡିକରେ ମୁତୟନ କରିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନିର୍ବାଚନ ଘୋଷଣା ହେବାର 5 ଦିନ ପୂର୍ବରୁ ପାଇକମାଳ ଥାନା ଆଇଆଇସିଙ୍କୁ ବଦଳି କରି ଝାରସୁଗୁଡାରୁ ଜଣେ ଆଇଆଇସିଙ୍କୁ ନିଯୁକ୍ତ କରିଛନ୍ତି । ପାଇକମାଳରେ ମନ୍ତ୍ରୀ ନବ ଦାସଙ୍କ କଥାରେ ହିଁ ପୋଲିସ କେସ ଦାଖଲ କରୁଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ବିଜେପି କର୍ମୀଙ୍କ ନାମରେ ମିଥ୍ୟା ଏତଲା ହେଉଛି । ବିଜେପି କର୍ମୀମାନଙ୍କୁ ଧମକ ଦେଉଛି ପୋଲିସ । କେନ୍ଦୁପତ୍ର ତୋଳାଳୀ ଏବଂ ସିଜନାଲ ଷ୍ଟାଫଙ୍କୁ ଅପବ୍ୟବହାର କରାଯାଉଛି । ବିଜେପି କର୍ମୀ ଓ ସାଧାରଣ ଲୋକଙ୍କୁ ଧମକ ଦେଇ ନିର୍ବାଚନ ଜିତିବା ପାଇଁ ଚେଷ୍ଟା କରୁଛି ବିଜେଡି । ଲାଞ୍ଜିଗଡ଼ର ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କ ଗୁଣ୍ଡାମାନେ ଝାରବନ୍ଧରେ ବିଜେପି କର୍ମକର୍ତ୍ତା ଦିଲ୍ଲୀପ ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ବନ୍ଧୁକ ଦେଖାଇ ଦିଲ୍ଲୀପ ସେନାପତିଙ୍କୁ ଅପହରଣ କରଯାଇଥିଲା । ଲମ୍ବା ସମୟ ଧରି ଅପହରଣ ଅବସ୍ଥାରେ ତାଙ୍କୁ ବିଜେଡିର ଗୁଣ୍ଡାମାନେ ମାଡ଼ ମାରିଛନ୍ତି । ଏହି ଘଟଣାକୁ ନେଇ ପୋଲିସରେ ଏତଲା ଦେଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ପୋଲିସର ନିଷ୍କ୍ରିୟତା ଚିନ୍ତାର ବିଷୟ ପାଲଟିଛି ।" ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଉ ବୋଲି ସିଇଓଙ୍କ ନିକଟରେ ଦାବି କରିଛି ବିଜେପି ।

ସେପଟେ ବିଜେଡିର ଏକ ପ୍ରତିନିଧି ଦଳ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତିଙ୍କ ନେତୃତ୍ବରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି ପ୍ରତିନିଧି ମଣ୍ଡଳ । ସେ କହିଛନ୍ତି, "ଛାତିଶଗଡ଼ରୁ ଗୁଣ୍ଡା ଆଣି ବିଜେପି ନିର୍ବାଚନ ବୈତାରିଣୀ ପାର ହେବାକୁ ଚେଷ୍ଟା କରୁଛି । ବିଜେପି ଦଳର ନିଜ ଉପରେ, କର୍ମୀମାନଙ୍କ ଉପରେ କି କେନ୍ଦ୍ରମନ୍ତ୍ରୀମାନଙ୍କ ଉପରେ ଆଉ ଭରସା ନାହିଁ । ସେ ଛାତିଶଗଡ଼ ଗୁଣ୍ଡାମାନଙ୍କ ଉପରେ ନିର୍ଭର କରୁଛି । ତୁରନ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ କାଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ।

ସେ ଆହୁରି ମଧ୍ୟ କହିଛନ୍ତି, "ବଡ ବଡ କଣ୍ଟେନର୍‌ରେ ଗୁଣ୍ଡା ଓ ଟଙ୍କା ଛାତିଶଗଡ଼ରୁ ଆସୁଛି । ଟଙ୍କା ବାଣ୍ଟିବା ସହ ଗୁଣ୍ଡାଗର୍ଦ୍ଦି କରିବାକୁ ମଧ୍ୟ ପଛଉନାହିଁ ବିଜେପି । ଏହାପୂର୍ବରୁ ଚୁନିଲାଲ୍‌ ସାହୁ ନାମକ ଗୁଣ୍ଡାର କାରନାମା କାହାକୁ ଅଛପା ନଥିବା ବେଳେ ବିଜେଡିର କର୍ମୀଙ୍କୁ ଆକ୍ରମଣ ମଧ୍ୟ କରାଯାଇଛି । କାରଣ ବିଜେପି ଜାଣିସାରିଛି ପଦ୍ମପୁର ଉପନିର୍ବାଚନରେ ତାର ପରାଜୟ ସୁନିଶ୍ଚିତ । କେନ୍ଦ୍ରମନ୍ତ୍ରୀ କି କେନ୍ଦ୍ର ସରକାରଙ୍କୁ ଲୋକେ ପସନ୍ଦ କରନ୍ତି ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.