ETV Bharat / state

ନବ ଦାସ ହତ୍ୟାକାଣ୍ଡ ତଦନ୍ତ ଉପରୁ ନଜର ହଟାଇବାକୁ ବିଜେଡି କରୁଛି ଆନ୍ଦୋଳନ: ବିଜେପି

author img

By

Published : Feb 14, 2023, 7:41 PM IST

ନବ ଦାସ ହତ୍ୟାକାଣ୍ଡ ରହସ୍ୟ ଉପରୁ ହଟିନି ପରଦା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ୫ କେଜି ଚାଉଳ କାଟିଦେବାକୁ ବିରୋଧ କରି ଧାରଣା ଦେଇଛି ବିଜେଡି । ତେବେ ନବ ଦାସ ତଦନ୍ତ ଉପରୁ ରାଜ୍ୟବାସୀଙ୍କ ନଜର ହଟାଇବା ପାଇଁ ଏହା ବିଜେଡିର ଚାଲ ବୋଲି ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

ବିଜେଡି ଆନ୍ଦୋଳନକୁ ନେଇ ବିଜେପିର ଅଭିଯୋଗ
ବିଜେଡି ଆନ୍ଦୋଳନକୁ ନେଇ ବିଜେପିର ଅଭିଯୋଗ

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟରେ ରାଜନୀତି ଥମିବାର ନାଁ ନେଉନାହିଁ । ଏହି ଘଟଣାରେ ବିରୋଧି ବାରମ୍ବାର ଶାସକ ବିଜେଡିକୁ କାଠଗଡ଼ାରେ ଛିଡ଼ା କରୁଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ୫ କେଜି ଚାଉଳ କାଟିଦେବାକୁ ବିରୋଧ କରି ଆଜି ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି । ତେବେ ନବ ଦାସ ତଦନ୍ତ ଉପରୁ ରାଜ୍ୟବାସୀଙ୍କ ନଜର ହଟାଇବା ପାଇଁ ଏହା ବିଜେଡିର ଚାଲ ବୋଲି ଅଭିଯୋଗ କରିଛି ବିଜେପି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର କଭିଡ୍‌ ମହାମାରୀ ସମୟରେ ହିତାଧିକାରୀଙ୍କୁ ୫ କେଜି ଅତିରିକ୍ତ ଚାଉଳ ଦେଉଥିଲେ । ଏବେ ସେହି ୫ କେଜି ଚାଉଳ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ଏହାକୁ ବିରୋଧ କରି ଆଜି ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି । ଅନ୍ୟପଟେ ସାରା ରାଜ୍ୟର ନଜର ରହିଛି ନବ ଦାସ ହତ୍ୟା ପଛର କାରଣ ଉପରେ । ଗୋପାଳ କାହିଁକି ନବ ଦାସଙ୍କୁ ହତ୍ୟା କଲା ? ହତ୍ୟାକାଣ୍ଡ ପଛର ମୋଟିଭ କଣ ଥିଲା ? ଏଭଳି ଅନେକ ପ୍ରଶ୍ନ ଏବେ ମଧ୍ୟ ପ୍ରଶ୍ନ ହୋଇ ରହିଛି । ନାର୍କୋ ଟେଷ୍ଟ ପରେ ଜେଲକୁ ଯାଇଛି ଗୋପାଳ । ସୂଚନା ଅନୁସାରେ ହତ୍ୟାକାଣ୍ଡ ପଛର କାରଣ ଗୋପାଳ କ୍ରାଇମବ୍ରାଞ୍ଚକୁ କହିଛି । କିନ୍ତୁ କ୍ରାଇମବ୍ରାଞ୍ଚ୍ ଲୋକଙ୍କୁ ଏନେଇ କିଛି ସୂଚନା ଦେଇନାହିଁ । ଏହାକୁ ନେଇ ବିରୋଧିଙ୍କ କାଠଗଡ଼ାରେ ଥିବା ବିଜେଡି ଏଥିରୁ ମୁକୁଳିବା ପାଇଁ ଧାରଣା ରାଜନୀତି କରୁଥିବା ବିଜେପି ଅଭିଯୋଗ କରିଛି ।

ଅନ୍ୟପଟେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜରାସ୍ତାକୁ ଓହ୍ଲାଇଛି । ସେମାନଙ୍କର ଗୋଟିଏ ଦାବି ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଆଉ ବରଦାସ୍ତ କରାଯିବ ନାହିଁ । ୨୦୨୪ ନିର୍ବାଚନ ପାଖେଇ ଆସୁଥିବାବେଳେ କୌଣସି ପ୍ରସଙ୍ଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଉଭୟ ଶାସକ ଓ ବିରୋଧି । ଏହରି ଭିତରେ ବଡ଼ ପ୍ରଶ୍ନଟି ହେଲା ରାଜ୍ୟବାସୀ ଯେଉଁ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରି ବସିଛନ୍ତି, ତାହା ବାଟବଣା ହେବନାହିଁ ତ ? ଗୋପାଳ କାହିଁକି ନବ ଦାସଙ୍କ ଉପରକୁ ଗୁଳି ଚଳାଇଲା ? ପୂର୍ବ ଶତ୍ରୁତା କାରଣ ନୁହେଁ ତ ? ଗୋପାଳକୁ କିଏ ସୁପାରି ଦେଇଥିଲା କି ମାରିବା ପାଇଁ ? ଜମିଜମା ବିବାଦରୁ ହୋଇନାହିଁ ତ ହତ୍ୟାକାଣ୍ଡ ? କୋଇଲା ମାଫିଆମାନେ ଦେଇ ନାହାନ୍ତି ତ ସୁପାରି ? ଏମିତି ଅନେକ ପ୍ରଶ୍ନ ଉପରୁ ପରଦା ଉଠିବାକୁ ଏବେ ମଧ୍ୟ ବାକି ଅଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.