ETV Bharat / state

ଜନ୍ମମାଟିର ବିକାଶ ପାଇଁ କିଛି କରିନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ଢେଙ୍କାନାଳ ସାଂସଦ - ବିକାଶ ପାଇଁ କିଛି କରିନାହାନ୍ତି କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବାରମ୍ବାର ଅନୁଗୋଳ ଓ ଢେଙ୍କାନାଳ ଗସ୍ତକୁ ଟାର୍ଗେଟ କରିଛି ବିଜେଡି । ଢେଙ୍କାନାଳ ଓ ଅନୁଗୋଳ ତାଙ୍କର ଜନ୍ମମାଟି ବୋଲି କେନ୍ଦ୍ରମନ୍ତ୍ରୀ କୁହନ୍ତି । ହେଲେ କେବଳ ନିର୍ବାଚନ ଆସିଲେ ଢେଙ୍କାନାଳ ଓ ଅନୁଗୁଳ କଥା ତାଙ୍କର ମନେପଡୁଛି ବୋଲି କହିଛି ବିଜେଡି । ଅଧିକ ପଢ଼ନ୍ତୁ

ପ୍ରେସ୍‌ମିଟ୍‌ରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ଢେଙ୍କାନାଳ ସାଂସଦ

author img

By

Published : Jun 26, 2023, 6:18 PM IST

ପ୍ରେସ୍‌ମିଟ୍‌ରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ଢେଙ୍କାନାଳ ସାଂସଦ

ଭୁବନେଶ୍ବର: ଢେଙ୍କାନାଳ ଓ ଅନୁଗୋଳ ତାଙ୍କର ଜନ୍ମମାଟି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁହନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ଭାବେ ଜନ୍ମମାଟି ପାଇଁ କିଛି କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ । ଧର୍ମେନ୍ଦ୍ରଙ୍କ ପ୍ରତିବଦ୍ଧତା ଓ ଆନ୍ତରିକତା ଅଧିକ ବିହାର ଓ ମଧ୍ୟପ୍ରଦେଶ ପାଇଁ ରହୁଛି, ହେଲେ ନିର୍ବାଚନ ଆସିଲେ ଢେଙ୍କାନାଳ ଓ ଅନୁଗୁଳ କଥା ତାଙ୍କର ମନେପଡୁଛି ବୋଲି କହିଛି ବିଜେଡି ।

'ଜନ୍ମଭୂମିର ସମସ୍ୟା ଉପରେ ଆଖିବୁଜି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ': ସାଂସଦ ମହେଶ ସାହୁ କହିଛନ୍ତି, "ବାହାଘର ଦିନ ବାଇଗଣ ରୁଆ ଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କରି ଏକ କୋକୁଆ ଭୟ ସୃଷ୍ଟି କରୁଛନ୍ତି । ସାଧାରଣ ଭାବେ ଲୋକଙ୍କ ପ୍ରିୟପାତ୍ର ନଥିବା, ପାଦତଳେ ମାଟି ନଥିବା କେନ୍ଦ୍ରମନ୍ତ୍ରୀ ନିଜର ଜନ୍ମମାଟି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଦୀର୍ଘ ୯ ବର୍ଷର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ବ କାଳରେ ଗୋଟିଏ କାର୍ଯ୍ୟକ୍ରମ କରିନାହାନ୍ତି । ଯାହାର ସ୍ପଷ୍ଟ ପ୍ରମାଣ ରହିଛି । ଜନ୍ମଭୂମିରେ କିଛି ବି ବିକାଶ କାମ କରି ନାହାନ୍ତି ଧର୍ମେନ୍ଦ୍ର । ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ଓ ଅନୁଗୋଳ ଜିଲ୍ଲା ସମଗ୍ର ଭାରତବର୍ଷକୁ ରାଜସ୍ବ କ୍ଷେତ୍ରରେ ସର୍ବାଧିକ ରାଜସ୍ବ ଦେଇଥାଏ । କିନ୍ତୁ ତାହାର ପ୍ରତିଦାନ ସ୍ବରୂପ ସେ ଅଞ୍ଚଳର ଜମିହରା ପ୍ରଜା, ସାଧାରଣ ଜନତାଙ୍କ ସମସ୍ୟା ଉପରେ ଆଖିବୁଜି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।"

'ଢେଙ୍କାନାଳ ଓ ଅନୁଗୋଳ ପାଇଁ କିଛି କରିନାହାନ୍ତି': ସେ ଆହୁରି ମଧ୍ୟ କହିଛନ୍ତି, "ସର୍ବାଧିକ ଉତ୍ପାଦନ କରୁଥିବା ତାଳଚେର କୋଇଲା ଖଣି ଟାର୍ଗେଟ ଠାରୁ ଅତିକ୍ରମ କରିସାରିବା ପରେ ଅଦ୍ୟାବଧି କମ୍ପାନୀ ଅଫିସ ପ୍ରତିଷ୍ଠା ହୋଇ ପାରିନାହିଁ । ଯେଉଁ ଅନୁପାତରେ ଉତ୍ପାଦନ ହୁଏ, ସେହି ଅନୁସାରେ ସେହି ଅଞ୍ଚଳ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବା କଥା । ନିଯୁକ୍ତି ଯୋଗାଇବାରେ ମଧ୍ୟ ବିଫଳ ହୋଇଛନ୍ତି । ସେହିପରି କଟକ- ସମ୍ବଲପୁର ଭାୟା ଅନୁଗୋଳ ଜାତୀୟ ରାଜପଥ ସମ୍ପର୍କରେ କୌଣସି ପଦକ୍ଷେପ ନେଇନାହାନ୍ତି । ୨୦୨୪ ପୂର୍ବରୁ ତାଳଚେର ବିମଳାଗଡ଼ ରେଳ ଲାଇନ କାମ ହୋଇପାରିଲା ନାହିଁ । ତାଳଚେର- ଅନୁଗୋଳ ଲୁପ ଲାଇନ ଯାହା ତାଳଚେର ରେଳ ଷ୍ଟେସନ ଦେଇ ଗତି କରିବା କଥା ତାହା ମଧ୍ୟ ହୋଇପାରିଲା ନାହିଁ । ତାଳଚେର ଷ୍ଟେସନ ଅଦ୍ୟାବଧି ଏକ ମାଲବାହି ଷ୍ଟେସନ ହୋଇ ରହିଛି । ଅନେକ ରେଳମନ୍ତ୍ରୀ ଗଲେଣି, ସେହି ସମସ୍ୟା ସେମିତି ରହିଛି । ଏମସିଏମ, ଏନଟିପିସି ଓ ନାଲକୋରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିଲେ ମଧ୍ୟ ସେଥିପ୍ରତି କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପୂର୍ଣ୍ଣ ନିରବ ଦ୍ରଷ୍ଟା । ଏନେଇ ବିଜେଡି ପକ୍ଷରୁ ସଂସଦରେ ୩ ଥର ପ୍ରସଙ୍ଗ ଉତ୍ଥାପନ କରାଯାଇଛି । ମେଡିକାଲ କଲେଜ, କମ୍ପାନୀ ଅଫିସ ବାବଦରେ ପ୍ରଶ୍ନ କରାଯାଇଛି । ସ୍ଥାନୀୟ ଲୋକପ୍ରତିନିଧି ଭାବେ ଯାହା କରିବା କଥା କରିଛୁ, କିନ୍ତୁ କୌଣସି ଉତ୍ତର ମିଳିନାହିଁ ।"

'ନିର୍ବାଚନ ଆସିଲେ ଜନ୍ମମାଟି ମନେପଡ଼େ': ସେହିପରି ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି, "ନିଜର ଜନ୍ମମାଟି ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାକୁ କେନ୍ଦ୍ରମନ୍ତ୍ରୀ ଅବହେଳା କରିଆସିଛନ୍ତି । ଓଡିଶା ସରକାର ସ୍କୁଲ ରୂପାନ୍ତର କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ନିଜ ପ୍ରୟାସରେ ନିଜ ଗାଁରେ ଥିବା ସ୍କୁଲର ରୂପାନ୍ତର ପାଇଁ କଣ କରିଛନ୍ତି ? ଢେଙ୍କାନାଳ ଓ ଅନୁଗୋଳରେ କେତେ କେନ୍ଦ୍ରୀୟ ଓ ନବୋଦୟ ସ୍କୁଲ ଖୋଲିଛନ୍ତି ? ଇଣ୍ଟରନେଟ ସମସ୍ୟା ଯୋଗୁଁ ଟେଲିକମ ଓ ବ୍ୟାଙ୍କିଙ୍ଗ ଅବସ୍ଥା ବହୁତ ଖରାପ । ଯେଉଁଥିପାଇଁ ଅନଲାଇନ ଶିକ୍ଷା ବାଧାପ୍ରାପ୍ତ ହେଉଛି । ବ୍ୟାଙ୍କ ସୁବିଧା ନଥିବାରୁ ବୟସ୍କ ଲୋକ ଭତ୍ତା ପାଇବାରେ ସମସ୍ୟା ଭୋଗୁଛନ୍ତି । ଗତ ୯ ବର୍ଷ ଭିତରେ ଢେଙ୍କାନାଳ ଓ ଅନୁଗୋଳରେ କେତେ ପିଏସ୍‌ୟୁ ଖୋଲାଯାଇଛି ? କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓ ଆନ୍ତରିକତା ଅଧିକ ବିହାର ଓ ମଧ୍ୟପ୍ରଦେଶ ପାଇଁ ରହୁଛି । କାରଣ ସେ ସେଠାରୁ ରାଜ୍ୟସଭାକୁ ଯାଉଛନ୍ତି । ଯେତେବେଳେ ନିର୍ବାଚନ ଆସେ ସେତେବେଳେ ଢେଙ୍କାନାଳ ଓ ଅନୁଗୋଳ ତାଙ୍କର ଜନ୍ମମାଟି ବୋଲି ଧର୍ମେନ୍ଦ୍ର ପ୍ରଧାନଙ୍କର ମନେପଡେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.