ETV Bharat / state

ସୁରକ୍ଷାକର୍ମୀଙ୍କୁ ରାକ୍ଷୀ ପିନ୍ଧାଇଲେ ବିଜେବି କଲେଜ ଛାତ୍ରୀ

author img

By ETV Bharat Odisha Team

Published : Aug 30, 2023, 10:31 PM IST

ବିଜେବି କଲେଜ ଛାତ୍ରୀମାନେ ସୁରକ୍ଷାକର୍ମୀଙ୍କ ସହ ରାକ୍ଷୀ ପୂର୍ଣ୍ଣମୀ ପାଳନ କରିଛନ୍ତି । ସେମାନଙ୍କୁ ରାକ୍ଷୀ ବାନ୍ଧି ନିଜ ସୁରକ୍ଷା ଲୋଡ଼ିଛନ୍ତି । ଅଧିକ ପଢ଼ନ୍ତୁ

students tie rakhi to police personnel
ସୁରକ୍ଷାକର୍ମୀଙ୍କୁ ରାକ୍ଷୀ ପିନ୍ଧାଇଲେ ଛାତ୍ରୀ

ଭୁବନେଶ୍ବର: ଭାଇ, ଭଉଣୀର ପବିତ୍ର ସମ୍ପର୍କର ଦିନ ରକ୍ଷା ବନ୍ଧନ । ଭାଇର ଦୀର୍ଘାଉ କାମନା କରି ସୁରକ୍ଷାର ପ୍ରତିଶୃତି ମାଗେ ଭଉଣୀ । ଏହି ଅବସରରେ ବିଜେବି କଲେଜ ଛାତ୍ରୀମାନେ ସୁରକ୍ଷାକର୍ମୀଙ୍କ ସହ ରାକ୍ଷୀ ପୂର୍ଣ୍ଣମୀ ପାଳନ କରିଛନ୍ତି । ସେମାନଙ୍କୁ ରାକ୍ଷୀ ବାନ୍ଧି ନିଜ ସୁରକ୍ଷା ଲୋଡ଼ିଛନ୍ତି । କର୍ତ୍ତବ୍ୟ ଆଢୁଆଳରେ ରହି ପୋଲିସ ବାହିନୀ ଘରକୁ ଯାଇପାରୁନଥିବା ବେଳେ ପରିବାର ଓ ଭଉଣୀର ସ୍ନେହ ଶ୍ରଦ୍ଧାକୁ ପାଥେୟ କରି ଛାତ୍ରୀମାନେ ପୋଲିସ ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପୁରୀରେ ବିଭିନ୍ନ ଅନୁଷ୍ଠାନ ପାଳିଲା ରକ୍ଷା ବନ୍ଧନ, କାଲି ରାକ୍ଷୀ ବାନ୍ଧିବେ ବଡ଼ ଠାକୁର

ଭୁବନେଶ୍ବର ବିଭିନ୍ନ ଥାନାକୁ ଯାଇ ବିଜେପି କଲେଜ ଛାତ୍ରୀମାନେ ରାକ୍ଷୀ ବାନ୍ଧି, ମିଠା ଖୁଆଇ ସେମାନଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ପ୍ରଥମେ ବଡଗଡ଼ ଥାନା ଅଧିକାରୀଙ୍କ ସହ ଥାନାର ସମସ୍ତ କର୍ମକର୍ତ୍ତାଙ୍କ ହାତରେ ଛାତ୍ରୀ ରାକ୍ଷୀ ବନ୍ଧିଥିଲେ । ପରେ ଅଗ୍ନିଶମ ବିଭାଗ ଓ ଟ୍ରାଫିକ ପୋଲିସ ମାନଙ୍କୁ ରାକ୍ଷୀ ବାନ୍ଧି ଏକ ନିଆରା ଢଙ୍ଗରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ପାଳନ କରିଥିଲେ । ଏନେଇ ବିଜେପ କଲେଜ ଛାତ୍ରୀ କହିଛନ୍ତି, "ପୋଲିସ ଷ୍ଟେସନ ହେଉ ଅବା ଟ୍ରାଫିକ ପୋଷ୍ଟ ସବୁଠି ଆମ ସୁରକ୍ଷା କରିବା ପାଇଁ ସୁରକ୍ଷାଦତା ମାନେ ସର୍ବଦା ପ୍ରସ୍ତୁତ ଥାନ୍ତି । ପ୍ରତିଦିନ ଏମାନେ ଆମ ଜୀବନ ବଞ୍ଚାନ୍ତି । ସୁରକ୍ଷିତ ଘରକୁ ଫେରିବାର ପ୍ରତିଶୃତି ସହ କର୍ତ୍ତବ୍ୟ ପାଳନ କରିଥାନ୍ତି । ବାତ୍ୟା ହେଉ ଅବା ବନ୍ୟା ବା ଦୁର୍ଘଟଣା ନିଜ ଜୀବନକୁ ବାଜି ଲଗାଇ ଆମକୁ ସୁରକ୍ଷା ଦିଅନ୍ତି । ବାସ୍ତବରେ ସେମାନେ ହିଁ ରିୟଲ ହିରୋ, ଆମ ଜୀବନର ବଡ ରକ୍ଷକ । ତେଣୁ ସେମାନଙ୍କୁ ରାକ୍ଷୀ ବାନ୍ଧି ଦିନକୁ ଏଭଳି ନିଆରା ଢଙ୍ଗରେ ପାଳନ କରିଛୁ ।"

ଏହା ମଧ୍ୟ ପଢ଼ନ୍ତୁ: Watch: ଜମ୍ମୁ-କାଶ୍ମୀରରେ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ

ଏହା ମଧ୍ୟ ପଢ଼ନ୍ତୁ: ଯବାନଙ୍କୁ ରାକ୍ଷୀ ପିନ୍ଧାଇଲେ ଭବାନୀପାଟଣାବାସୀ, ମଙ୍ଗଳ ମନାସି କଲେ ପୂଜାର୍ଚ୍ଚନା

ଆଜି ଦିନରେ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧି ଛାତ୍ରୀମାନେ ପ୍ରତିଟି ମୂଲ୍ୟବାନ ଜୀବନର ସୁରକ୍ଷାର ଦାବି କରିଛନ୍ତି । ଏଭଳି ନିଆରା ସମ୍ପର୍କ ଓ ଉତ୍ସବକୁ ନେଇ କର୍ତ୍ତବ୍ୟରତ ସୁରକ୍ଷାକର୍ମୀ ଘରକୁ ଯାଇନପାରିବାର ଦୁଃଖକୁ ଭୁଲି ଖୁସି ହୋଇଥିବା ବେଳେ ଛାତ୍ରୀଙ୍କ ଏଭଳି ପ୍ରୟାସ ଦେଖି ସୁରକ୍ଷାକର୍ମୀ ମଧ୍ୟ ଖୁସି ପ୍ରକାଶ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.