ETV Bharat / state

ଅତନୁଙ୍କୁ ସୌମ୍ୟ ବାଣ; ‘ପାଟକୁରା ଗାନ୍ଧୀଙ୍କ ପୁଅ ଡାହା ମିଛ କଥା କହିବା ଶୋଭନୀୟ ନୁହେଁ’

author img

By ETV Bharat Odisha Team

Published : Sep 8, 2023, 10:10 PM IST

ମୋ ଲେଖାର ଜବାବ ଦେବାକୁ 15 ଦିନ ପର୍ଯ୍ୟନ୍ତ ଅପେକ୍ଷା କାହିଁକି କଲେ ? ମୁଁ ଦୁଇ ସପ୍ତାହ ତଳୁ ମତ ମନ୍ତବ୍ୟ ଦେଇଥିଲି, 'ଆତ୍ମବିଭୋର ପ୍ରଶାସକ, ଅସହାୟ ରାଜନେତା' । ଏମାନଙ୍କ ବକ୍ତବ୍ୟ ମୋ କଥାକୁ ପ୍ରମାଣିତ କରୁଛି । ଏ ରାଜନେତା ମାନେ ଏତେ ଅସହାୟ ଯେ ଉପରୁ ଯାହା କୁହାଯାଉଛି, ସେଇ କଥା କହିବାକୁ ବାଧ୍ୟ ହେଉଛନ୍ତି । ମୁଁ କଲବଲ ହୋଇନାହିଁ । ମୁଁ ମୋ କଥା କହୁଛି, କହୁଥିବି । ଅଧିକ ପଢନ୍ତୁ

ଅତନୁଙ୍କୁ ସୌମ୍ୟ ବାଣ; ‘ପାଟକୁରା ଗାନ୍ଧୀଙ୍କ ପୁଅ ଡାହା ମିଛ କଥା କହିବା ଶୋଭନୀୟ ନୁହେଁ’
ଅତନୁଙ୍କୁ ସୌମ୍ୟ ବାଣ; ‘ପାଟକୁରା ଗାନ୍ଧୀଙ୍କ ପୁଅ ଡାହା ମିଛ କଥା କହିବା ଶୋଭନୀୟ ନୁହେଁ’
ଅତନୁଙ୍କୁ ସୌମ୍ୟ ବାଣ; ‘ପାଟକୁରା ଗାନ୍ଧୀଙ୍କ ପୁଅ ଡାହା ମିଛ କଥା କହିବା ଶୋଭନୀୟ ନୁହେଁ’

ଭୁବନେଶ୍ବର: ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବ୍ଲାକମିଲର ବୋଲି କହିଥିଲେ ପାଟକୁରା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅତନୁଙ୍କ ମନ୍ତବ୍ୟର କିଛି ଘଣ୍ଟା ପରେ ଜବାବ ରଖିଛନ୍ତି ସୌମ୍ୟ ରଞ୍ଜନ । ଅତନୁଙ୍କୁ ସୌମ୍ୟ ମାରିଛନ୍ତି ଶବ୍ଦର ତୀର । ପାଟକୁରା ଗାନ୍ଧୀଙ୍କ ପୁଅ ଡାହା ମିଛ କଥା କହିବା ଶୋଭନୀୟ ନୁହେଁ ବୋଲି କହିଛନ୍ତି ସୌମ୍ୟ ରଞ୍ଜନ ।

ସୌମ୍ୟ ରଞ୍ଜନ କହିଛନ୍ତି ଯେ, କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ଟିଭି ଦେଖିନାହିଁ କିମ୍ବା ଅତନୁ ବାବୁଙ୍କ ପ୍ରତିକ୍ରିୟା ଶୁଣି ନାହିଁ । ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଯାହା ଶୁଣିଛି, ବିଜେଡିର ଏହି ବରିଷ୍ଠ ଯୁବ ନେତାମାନଙ୍କ ପାଖରେ ଶବ୍ଦର ଅଭାବ ରହିଛି । ସେଥିପାଇଁ ସମସ୍ତେ ବ୍ଲକମେଲ ଶବ୍ଦ ଛଡା ଆଉ କିଛି ଜାଣନ୍ତି ନାହିଁ । ଅତନୁ ବାବୁ ଅନେକ ଅନୁଭବୀ ଲୋକ । ତାଙ୍କୁ ପାଟକୁରା ଗାନ୍ଧୀଙ୍କ ପୁଅ ବୋଲି କୁହାଯାଏ । କିନ୍ତୁ ପାଟକୁରା ଗାନ୍ଧୀଙ୍କ ପୁଅ ଏତେ ଡାହା ମିଛ କଥା କହିଲେ, ଏହି ଗାନ୍ଧୀ ଶବ୍ଦର ମଧ୍ୟ ଅପପ୍ରୟୋଗ ହେବ । ଅତନୁଙ୍କର ଟିପ୍ପଣୀ ଶୁଣି ନାହିଁ । ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଯାହା ଜାଣିବାକୁ ପାଇଛି ସେ ବିଷୟରେ ଉତ୍ତର ଦେଇ ସେମାନଙ୍କ ଗୁରୁତ୍ବକୁ ବେଶୀ ବଢ଼େଇବାକୁ ଚାହୁଁନାହିଁ ।

ଏହାବି ପଢନ୍ତୁ- ପାଣ୍ଡିଆନଙ୍କ ପଲିଟିକାଲ ବ୍ରାଣ୍ଡିଂ ଓ ଲଞ୍ଚିଂ କରୁଛି କି ବିଜେଡି ? ବିରୋଧୀଙ୍କ କଡା ସମାଲୋଚନା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅତନୁ ଯେ ଏ କଥା ମନରୁ କହୁଛନ୍ତି, ତାହା ମଧ୍ୟ ମୁଁ ବିଶ୍ବାସ କରୁନାହିଁ । ତାଙ୍କ ଉପରେ କୌଣସି କାରଣରୁ ଚାପ ପଡୁଛି । କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ଚାପ ଯୋଗୁଁ ସେ ଏପରି କଥା କହିବାକୁ ବାଧ୍ୟ ହେଉଛନ୍ତି । ନହେଲା ତାଙ୍କର ପେଟ ପାଟଣା କଥା । ସବୁ ବୁଡିଯିବ । ଥରେ ହରେଇ ଥିଲେ । ପୁଣି ଆଉ ଥରେ ମନ୍ତ୍ରୀ ପଦ ହରେଇ ପାରନ୍ତି । ଗତକାଲି ଜଣେ ମନ୍ତ୍ରୀ ପଦ ହରେଇ ସେଇ ମନ୍ତ୍ରୀ ପଦ କଥା କହିଲେ । ଆଉ ଜଣେ ମନ୍ତ୍ରୀ ପଦ ହରେଇବେ ବୋଲି ଡରି ଏ ସବୁ କଥା କହୁଛନ୍ତି । ବିଜେଡିର ସାଧାରଣ ଲୋକ ଠିକ ଭାବରେ ବୁଝିପାରୁଛନ୍ତି ଦଳର ସ୍ବାର୍ଥ ପାଇଁ କଣ ହେବା ଦରକାର । କଣ କହିବା ଦରକାର । କଣ ହେବା ଦରକାର । ମୁଁ ଏହି ଦଳର ସ୍ବାର୍ଥ ପାଇଁ ସୂଚନା ମାତ୍ର ଦେଉଛି । କାହା ମନକୁ ପାଇଲେ ବା ନପାଇଲେ, ସେଥିରେ ମୋର କିଛି କହିବାର ନାହିଁ ।

ମୋ ଲେଖାର ଜବାବ ଦେବାକୁ 15 ଦିନ ପର୍ଯ୍ୟନ୍ତ ଅପେକ୍ଷା କାହିଁକି କଲେ ? ମୁଁ ଦୁଇ ସପ୍ତାହ ତଳୁ ମତ ମନ୍ତବ୍ୟ ଦେଇଥିଲି, 'ଆତ୍ମ ବିଭୋର ପ୍ରଶାସକ, ଅସହାୟ ରାଜନେତା' । ଏମାନଙ୍କ ବକ୍ତବ୍ୟ ମୋ କଥାକୁ ପ୍ରମାଣିତ କରୁଛି । ଏ ରାଜନେତା ମାନେ ଏତେ ଅସହାୟ ଯେ ଉପରୁ ଯାହା କୁହାଯାଉଛି, ସେଇ କଥା କହିବାକୁ ବାଧ୍ୟ ହେଉଛନ୍ତି । ମୁଁ କଲବଲ ହୋଇନାହିଁ । ମୁଁ ମୋ କଥା କହୁଛି, କହୁଥିବି । ଯାହା ଉଚିତ ମନେ କରେ ତାହା କହେ । ବିଜେଡିର ସ୍ବାର୍ଥ ପାଇଁ କହିବି । ଓଡିଶାର ସ୍ବାର୍ଥ ପାଇଁ କହିବି । କାହା ମନକୁ ପାଇଲା କି ନପାଇଲା ସେଥିରୁ ମୁଁ କଣ ପାଇବି । ଖଣ୍ଡପଡାର ପଞ୍ଚାୟତ ସମିତି ବୈଠକରେ ଆଜି ମୁଁ ଥିଲି । 22 ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ବୈଠକରେ ଅଛନ୍ତି । କାହିଁ ତ କେହି ବିରୋଧ କରି ନାହାନ୍ତି । ସେମାନେ କଣ ମୋ ମାଷ୍ଟର ମୁଁ ତାଙ୍କ ପ୍ରଶ୍ନର ଉତ୍ତର ଦେବି । ସେ କିଏ ପ୍ରଶ୍ନ ପଚାରିବା ଲାଗି ? ଅବାନ୍ତର ପ୍ରଶ୍ନର ଉତ୍ତର ଦିଆଯାଏନାହିଁ ।

ଏହାବି ପଢନ୍ତୁ- ଅରୁଣ କହିଲେ ସରକାରକୁ ବ୍ଲାକମେଲ କରୁଛନ୍ତି ସୌମ୍ୟ, ଏମିତି ଜବାବ ଦେଲେ ଖଣ୍ଡପଡା ବିଧାୟକ

ମୁଁ ଲୋକଙ୍କ ପାଖରେ ଅଛି । ତେଣୁ ନିର୍ବାଚନ ପାଇଁ ମୁଁ ପ୍ରସ୍ତୁତ । ଲୋକଙ୍କ ପାଖରେ ଯିବାକୁ ହେଲେ କଣ ଟିଭି ମାଧ୍ୟମରେ କଣ କେହି ଯାଏ । ଲୋକଙ୍କ ପାଖକୁ ଯିବାକୁ ବହୁତ ବାଟ ଅଛି । ମୁଁ ସାରା ଓଡ଼ିଶାର ଲୋକଙ୍କ ସାଙ୍ଗରେ ଅଛି । ଖଣ୍ଡପଡା ଲୋକ ମୋତେ ଅନୁମତି ଦେଇଛନ୍ତି, ସାରା ଓଡିଶା ବୁଲି ପ୍ରଚାର କରନ୍ତୁ । ସ୍ଥାନ, କାଳ ଦେଖି ଭବିଷ୍ୟତ କଥା ବିଚାର କରାଯିବ । ବିଜେଡିରେ ଅଛି । ନିର୍ବାଚନ ଲଢ଼ିବି ନା ନାହିଁ, ତାହା ଦଳ ଓ ମୁଁ ନିଷ୍ପତ୍ତି ନେବୁ । ତାପରେ ଦେଖାଯିବ । ନବୀନ ବାବୁ ପ୍ରତି 15 ଦିନରେ ମତ ପରିବର୍ତ୍ତନ କରୁଛନ୍ତି । 19 ତାରିଖରେ କହିଲେ, ଆମେ କେନ୍ଦ୍ର ସରକାରଙ୍କୁ ବିରୋଧ କରିବା । ଭୋଟ ହେଲା ବେଳକୁ କଣ ହେଲା । ପରିସ୍ଥିତି ବଦଳିଲା । ବିଜେଡି ମତ ବିଜେପି ସପକ୍ଷରେ ଗଲା । ମତ ପରିବର୍ତ୍ତନ ଏକ ସ୍ବାଭାବିକ ପ୍ରକ୍ରିୟା । ଆମେ ବିଜେପିକୁ ବିରୋଧ କରୁ । କିନ୍ତୁ ଯେତେବେଳେ ଜାତୀୟ ସ୍ତରରେ ଏକ ପ୍ରସଙ୍ଗ ଆସିଲା ବିଜେପିକୁ ସମର୍ଥନ କରାଗଲା ।

ସୂଚନାଯୋଗ୍ୟଯେ ଅତନୁ ସବ୍ୟସାଚୀ ନାୟକ ହେଉଛନ୍ତି ସ୍ଵାଧିନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ପୁଅ । ରାଜକିଶୋର ଥିଲେ ପୂର୍ବତନ ବିଜୁ ପଟ୍ଟନାୟକଙ୍କ ସହଯୋଗୀ ଓ ଗାନ୍ଧୀ ଅନୁଗାମୀ । ରାଜକିଶୋର ପାଟକୁରାର ଗାନ୍ଧୀ ଭାବେ ସୁପରିଚିତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.