ETV Bharat / state

Odisha Election: 2024ରେ ସର୍ବକାଳୀନ ରେକର୍ଡ କରିବ ବିଜେଡି: ଏୟୁ ସିଂଦେଓ - Senior Bjd Leader AU Singhdeo

ଫିଲ୍ମ ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂଦେଓ । ଅନଙ୍ଗ କହିଛନ୍ତି ଯେ, ଫିଲ୍ମ ଜଗତ କଥା ସେମାନେ ଉପରେ ଛାଡି ଦେବା କଥା । ଫିଲ୍ମ ବିବାଦରେ ରାଜନୀତି ପଶିବା କଥା ନୁହେଁ । କାହିଁକି ସିନେମା କଥାରେ ରାଜନୀତି ପଶିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଫିଲ୍ମ କଥା ଛୋଟ କଥା । ନରସିଂହଙ୍କ ମନ୍ତବ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବାକୁ ମନା କଲେ ଅନଙ୍ଗ ଉଦୟ ସିଂହଦେଓ । ଅଧିକ ପଢନ୍ତୁ

Odisha Elections: ଚବିଶରେ ସର୍ବକାଳୀନ ରେକର୍ଡ କରିବ ବିଜେଡି: ଏୟୁ ସିଂଦେଓ

author img

By ETV Bharat Odisha Team

Published : Nov 8, 2023, 8:16 PM IST

Odisha Elections: ଚବିଶରେ ସର୍ବକାଳୀନ ରେକର୍ଡ କରିବ ବିଜେଡି: ଏୟୁ ସିଂଦେଓ

ଭୁବନେଶ୍ବର: ଆଗାମୀ ୨୦୨୪ରେ ସର୍ବକାଳୀନ ରେକର୍ଡ କରିବ ବିଜେଡି । ବିଜୁ ପଟ୍ଟନାୟକଙ୍କ ୧୨୩ ରେକର୍ଡ ଅତିକ୍ରମ କରିବ ଦଳ । ବିକାଶ ମୂଳକ କାର୍ଯ୍ୟ ହୋଇଛି ବୋଲି ଲୋକ ବିଜେଡି ସହ ରହିଛନ୍ତି । ବିରୋଧୀ ଯଦି ପଶ୍ଚିମ ଓଡିଶାକୁ ଗଡ ଭାବୁଛନ୍ତି ସେ ଗଡକୁ ଏଥର ବିଜେଡି ଭାଙ୍ଗିବ । ଏହା କହିଛନ୍ତି ବିଜେଡିର ବରିଷ୍ଠ ଉପ ସଭାପତି ଅନଙ୍ଗ ଉଦୟ ସିଂଦେଓ । ସେହିପରି ସିନେମା ବିବାଦ ଓ ଥାନା ଭଙ୍ଗାରୁଜା ଘଟଣା ଉପରେ ମତ ରଖିଛନ୍ତି ଅନଙ୍ଗ ।

ଅଧିକ ପଢନ୍ତୁ- କଳିକେଶ ଓ ଅର୍କେଶଙ୍କ ପରେ ମୈଦାନକୁ ଆସିଲେ ମନ୍ମଥ, ବଦଳିବ ବିଜେଡି ସମୀକରଣ !

ଫିଲ୍ମ ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂଦେଓ । ଅନଙ୍ଗ କହିଛନ୍ତି ଯେ ଫିଲ୍ମ ଜଗତ କଥା ସେମାନେ ଉପରେ ଛାଡି ଦେବା କଥା । ଫିଲ୍ମ ବିବାଦରେ ରାଜନୀତି ପଶିବା କଥା ନୁହେଁ । କାହିଁକି ସିନେମା କଥାରେ ରାଜନୀତି ପଶିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଫିଲ୍ମ କଥା ଛୋଟ କଥା । ନରସିଂହଙ୍କ ମନ୍ତବ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବାକୁ ମନା କଲେ ଅନଙ୍ଗ ଉଦୟ ସିଂହଦେଓ ।

ସେହିପରି ଆଗାମୀ ସାଧାରଣ ନିର୍ବାଚନର ଫଳାଫଳ ନେଇ ଆଗୁଆ ପୂର୍ବାନୁମାନ କରିଛନ୍ତି ଅନଙ୍ଗ । ଆସନ୍ତା ନିର୍ବାଚନ ବିଜେଡି ଜିତିବ । ସେଥିରେ ସନ୍ଦେହ ନାହିଁ । କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଇଛନ୍ତି । ବିଧାୟକଙ୍କ ଅନୁପାତ ମଧ୍ୟ ବଢିଛି । ସାଂସଦରେ ସ୍ଥିର ହୋଇଛୁ । ଏଥର ମଧ୍ୟ ଗତ ଥର ଅପେକ୍ଷା ବିଧାୟକଙ୍କ ସଂଖ୍ୟା ବଢିବ । ୨୦୨୪ ରେ ସର୍ବକାଳୀନ ରେକର୍ଡ କରିବ ବିଜେଡି । ବିଜୁ ପଟ୍ଟନାୟକଙ୍କ ୧୨୩ ରେକର୍ଡ ଅତିକ୍ରମ କରିବ ଦଳ । ଯେଭଳି ବିକାଶ ମୂଳକ କାର୍ଯ୍ୟ ହୋଇଛି ବୋଲି ଲୋକ ବିଜେଡି ସହ ରହିଛନ୍ତି । ଲୋକେ ଖୁସି ଅଛନ୍ତି । ବିରୋଧୀ ଯଦି ପଶ୍ଚିମ ଓଡ଼ିଶାକୁ ଗଡ ଭାବୁଛନ୍ତି ସେ ଗଡକୁ ଏଥର ବିଜେଡ଼ି ଭାଙ୍ଗିବ । ପଶ୍ଚିମ ଓଡିଶା ଲୋକ ବିଜେଡି ପ୍ରତି ଖୁସି ଅଛନ୍ତି ।

ନବୀନ ବାବୁ ନିଜ ଇଚ୍ଛାରେ ସବୁ କରନ୍ତି । ଯଦି ଇଚ୍ଛା କରିବେ ପୁନର୍ବାର ପଶ୍ଚିମ ଓଡ଼ିଶାରୁ ଲଢ଼ିବେ । ଯାହା ସେ ନିଷ୍ପତ୍ତି ନେବେ ଆମେ ସମର୍ଥନ କରିବୁ । ସେ ପଶ୍ଚିମ ଓଡିଶାରୁ ଲଢନ୍ତୁ ବୋଲି ଆମେ ଚାହୁଁଛୁ । ସେ ନିଜେ ମନସ୍ତ କରିବେ । ଆବଶ୍ୟକ ପଡ଼ିଲେ ନିଶ୍ଚୟ ପଶ୍ଚିମ ଓଡ଼ିଶାରୁ ଲଢ଼ିବାକୁ କୁହାଯିବ ।

ଅଧିକ ପଢନ୍ତୁ- କଣ ହେବ ଅନଙ୍ଗ ଓ ଶଶୀଭୂଷଣଙ୍କ ଭାଗ୍ୟ; ବାଜିରେ ଲାଗିଛି ପଦ, କ୍ଷମତା ଓ ସମ୍ମାନ

ପଶ୍ଚିମ ଓଡିଶାରେ ଆଇନ ଶୃଙ୍ଖଳା ଓ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ନେଇ ବିରୋଧୀଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅନଙ୍ଗ । ସେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଆଇନର ଶାସନ ଭିତରେ ରାଜ୍ୟ ଚାଲୁଛି । ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ସବୁ ଭୁଲ କଥା । ନିର୍ବାଚନ ବର୍ଷ ରହିଥିବାରୁ ଏଇ ଭଳି କଥା ସବୁ ଉଠାଉଛନ୍ତି । ଏହା ଠିକ ନୁହେଁ । ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି ଆଉ ସେହି ବ୍ୟବସ୍ଥା ଭିତରେ ଶାସନ ପ୍ରଶାସନ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.