ETV Bharat / state

ବିଜେପି ଅପରାଧିକ ପୃଷ୍ଠଭୁମି ଥିବା ନେତାଙ୍କୁ ପ୍ରୋତ୍ସାହିତ କରୁଛି କହିଲା ବିଜେଡି, ଜବାବ ରଖିଲା ବିଜେପି

ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଟାର୍ଗେଟ କଲା ବିଜେଡି । ଇରାଶିଷ ହେଉଛନ୍ତି ଜଣେ ଅଭ୍ୟାସ ଗତ ଅପରାଧୀ । ତାଙ୍କ ନାଁରେ ଅନେକ ସଂଗୀନ ଅଭିଯୋଗ ରହିଛି । ଏହା ପରେ ବି ବିଜେପି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନନେଇ ବା ତାଙ୍କ ଅପରାଧିକ ଚିଠାର ତର୍ଜମା ନକରି ତାଙ୍କୁ ସମ୍ବର୍ଦ୍ଧନା ଦେଉଥିବା ବିଜେଡି ଅଭିଯୋଗ କରିଛି । ଅଧିକ ପଢନ୍ତୁ

author img

By

Published : Apr 26, 2023, 10:57 PM IST

ଅପରାଧିକ ପୃଷ୍ଠଭୁମି ଥିବା ନେତାଙ୍କୁ ପ୍ରୋତ୍ସାହିତ କରୁଛି ବିଜେପି:ବିଜେଡି, ଜବାବ ରଖିଲା ବିଜେପି

ଭୁବନେଶ୍ବର: ଜାମିନ ପାଇ ଜେଲରୁ ମୁକୁଳିବା ପରେ ସାରା ରାଜ୍ୟ ଗସ୍ତ କରୁଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ବିଭିନ୍ନ ସ୍ଥାନରେ ତାଙ୍କୁ ଦଳୀୟ କର୍ମୀ ଓ ନେତା ଶୁଭେଚ୍ଛା ଜଣାଇବା ସହ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରୁଛନ୍ତି । ଯାହାକୁ ଗ୍ରହଣ କରିପାରିନାହିଁ ବିଜୁ ଜନତା ଦଳ । ଇରାଶିଷଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଖି ବର୍ଷିଛି ବିଜେଡି ।

ଆଜି ଦଳୀୟ କାର୍ଯ୍ୟାଳୟରେ ବିଜେଡି ଏକ ପ୍ରେସମିଟ କରି କହିଛି, "ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଯେତେବେଳେ ଜେଲ୍‌ରୁ ଫେରିଲେ ସେତେବେଳେ ବିଜେପି ଶୋଭାଯାତ୍ରା କରୁଛି । ସ୍ବାଗତ ସମ୍ବର୍ଦ୍ଧନା ଦେଉଛି । ଆମେ ଜାଣିବାରେ ସେ ହେଉଛନ୍ତି ଜଣେ ଅଭ୍ୟାସ ଗତ ଅପରାଧୀ। ତାଙ୍କ ନାଁରେ ଅନେକ ସଂଗୀନ ଅଭିଯୋଗ ରହିଛି। ଏହା ପରେ ବି ବିଜେପି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନନେଇ ବା ତାଙ୍କ ଅପରାଧିକ ଚିଠାର ତର୍ଜମା ନକରି ତାଙ୍କୁ ସମ୍ବର୍ଦ୍ଧନା ଦେଉଛି ।"

ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି, "ଜଣେ ବିଜେପି ନେତା ଙ୍କ ଛତ୍ରଛାୟା ରେ ରହି ଇରାଶିଷ ଅପରାଧ କରି ଚାଲିଛନ୍ତି । ବିଜେପି ତାଙ୍କୁ ଯୁବ ମୋର୍ଚ୍ଚାର ସଭାପତି କରିଛି । ହେଲେ ୨୦୧୮ ଜୁନ୍‌ ମାସରେ ଭଟଲିରେ ବିଜେପି ଅଫିସରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା ଅଭିଯୋଗରେ ଜେଲ୍‌ ଯାଇଥିଲେ । ପରେ ଜାମିନରେ ଆସିଥିଲେ ମଧ୍ୟ ଏକାଧିକ ଅପରାଧରେ ସାମିଲ ଅଛନ୍ତି । ଖାଲି ସେତିକି ନୁହେଁ ରାଜଧାନୀରେ ବିକ୍ଷୋଭ ଆଳରେ ଇରାଶିଷ ଆଚାର୍ଯ୍ୟ ଓ ତାଙ୍କ ଗୁଣ୍ଡା ବାହିନୀ ଯେଉଁ ଭଳି ଆତଙ୍କ ରଚିଥିଲେ ସେଥିରେ ୨୧ ଜଣ ପୋଲିସ ଆହତ ହୋଇଥିଲେ। କେବଳ ସେତିକି ନୁହେଁ ସେମାନେ ପେଟ୍ରୋଲ ବମ ଫିଙ୍ଗି ପୁଲିସ ଗାଡ଼ି ପୋଡ଼ିବାକୁ ବି ଉଦ୍ୟମ କରିଥିଲେ। ଏହି ମାମଲାରେ ଗିରଫ ହୋଇ ଇରାଶିଷ ପ୍ରାୟ ଦେଢ଼ ମାସ କାଳ ଜେଲ୍‌ରେ ରହିବା ପରେ ନିକଟରେ ଜାମିନରେ ବାହାରିଛନ୍ତି ।"

ଜାମିନରେ ଆସିବା ପରେ ଏଭଳି ନେତାଙ୍କୁ ବିଜେପି ବହିଷ୍କାର କରିବା ବଦଳରେ ବିଜେପିର ବଡ଼ ବଡ଼ ନେତା ଶୋଭାଯାତ୍ରାରେ ନେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଧନା ଦେଉଛନ୍ତି। ଏହାଦ୍ୱାରା ଅପରାଧ ଓ ଅପରାଧୀଙ୍କ ପ୍ରତି ବିଜେପି ଦଳର ଆଭିମୁଖ୍ୟ କଣ ଓ ସମାଜକୁ କି ବାର୍ତ୍ତା ଦେବାକୁ ବିଜେପି ଚାହୁଁଛି ବୋଲି ବିଜେଡି ପ୍ରଶ୍ନ କରିଛି ? ତେଣୁ ଏହି ଘଟଣାକୁ ଓଡ଼ିଶାବାସୀ ବିଚାର କରିବେ ବୋଲି କହିଛନ୍ତି ଗୌତମବୁଦ୍ଧ ଦାସ ।

ଏହାସହ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ମଧ୍ୟ ଟାର୍ଗେଟ କରିଛି ବିଜେଡି । ସେ ମଧ୍ୟ ଜଣେ ଅଭ୍ୟାସଗତ ଅପରାଧିକ ପୃଷ୍ଠଭୁମିର ନେତା । ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ସେ ମନ୍ତବ୍ୟ ଦେଉଛନ୍ତି ଯେ ରାଜ୍ୟରେ ଆଇନ ବିହୀନ ରାଜନୀତି ଚାଲୁଛି । ଜୟନାରାୟଣ ମିଶ୍ର ଯେମିତି ବାରମ୍ବାର ଆଇନକୁ ହାତକୁ ନିଅନ୍ତି ତାଙ୍କୁ ଅନୁସରଣ କରି ଇରାଶିଷ ଆଚାର୍ଯ୍ୟ ଭଳି ନେତା ଓଡ଼ିଶାରେ ଆତଙ୍କ କରି ଓଡ଼ିଶାକୁ ନିନ୍ଦିତ କରୁଛନ୍ତି । ଆଉ ବିଜେପିର ଏଭଳି ଆଚରଣ ଓଡ଼ିଶାରେ ଆଇନ ବିହୀନ ରାଜନୀତି କରୁଛି ଆଉ ରାଜନୀତି ନାଁରେ ଅରାଜକତା ସୃଷ୍ଟି କରୁଛି । କିନ୍ତୁ ବିଜେଡ଼ିକୁ ଏନେଇ ଆଙ୍ଗୁଳି ନିର୍ଦେଶ କରୁଛି ବିଜେପି । ତେଣୁ ବିଜେପି କେଉଁଭଳି ଶାସନ କହୁଛି ଆଉ କଣ କରୁଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି । ତେବେ ଓଡିଶାବାସୀ ସବୁ କ୍ଷେତ୍ରରେ ବେଶ୍‌ ସଚେତନ ଠିକ ସମୟରେ ଉଚିତ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଓ ଇପ୍ସିତା ସାହୁ କହିଛନ୍ତି ।

ସେପଟେ ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ବିଜେପି ଗଣମାଧ୍ୟମ ସଂଯୋଜକ ଦିଲୀପ ମହାନ୍ତି । ଦିଲ୍ଲୀପ କହିଛନ୍ତି, "ଇରାଶିଷ ଆଚାର୍ଯ୍ୟ ବିରୋଧରେ ଯେଉଁ ଅଭିଯୋଗ ବିଜେଡି ଆଣୁଛି ତାହାର ଯଥାର୍ଥ ନାହିଁ। ସେ ଜଣେ ଉଚ୍ଚଶିକ୍ଷିତ ଅଧ୍ୟାପକ । ସେ ରାଜନୀତି ସହିତ ଭଲଭାବେ ସଂଶ୍ଲିଷ୍ଟ ଅଛନ୍ତି । ଯେଉଁ ଘଟଣାକୁ ନେଇ ତାଙ୍କର ଜେଲ ଯିବ କଥା ଉଠୁଛି ତାହା କୋର୍ଟରେ ବିଚାରଧୀନ ଅଛି। ଯଦି ବିଜେଡି ପାଖରେ କିଛି ଅଧିକ ତଥ୍ୟ ପ୍ରମାଣ ଅଛି ତାହେଲେ କୋର୍ଟକୁ ଯାଆନ୍ତୁ । ତାହା ନ କରି କାହିଁକି ଆମ ଦଳର ନେତାଙ୍କ ନାଁରେ ଏପରି ମିଛ ପଇଁତରା ମାରୁଛି ବିଜେଡି । ଯାହାର ଆବଶ୍ୟକତା ନାହିଁ । ସେ କହିଛନ୍ତି ବିଜେଡିର ନେତା ବିଧାୟକ ମନ୍ତ୍ରୀଙ୍କ ନାଁରେ ଅଧିକ ଅପରାଧିକ ମାମଲା ଅଛି ।" ଏହାର ଲମ୍ବା ଇତିହାସ ମଧ୍ୟ ରହିଛି ତେବେ ଆମ ଆଡ଼କୁ ଆଙ୍ଗୁଠି ଦେଖାଇବା ପୂର୍ବରୁ ନିଜ ଆଡକୁ ଦେଖନ୍ତୁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.