ETV Bharat / state

ବିଜେପି ମୁହଁରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା କଥା ଏକ ବିଡମ୍ବନା: ବିଜେଡି - ବିଜେଡି ପ୍ରବକ୍ତା ଲୋରା ମହାପାତ୍ର

ବିଜେଡି ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶା ବିଜେପିର ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀ ମିଶନ ଶକ୍ତିର ମହିଳାମାନଙ୍କୁ ଅପମାନିତ କରୁଛନ୍ତି । ଏହା ସହିତ ଅପରାଧି ଭଳି ବ୍ୟବହାର କରୁଛନ୍ତି । ଓଡିଶାର ଝିଅମାନଙ୍କୁ ଅପମାନିତ ତଥା ବଦନାମ କରିଛନ୍ତି । ଯେଉଁମାନେ ନିଜ ପିତାଙ୍କୁ ହରାଇଛନ୍ତି । ଅଧିକ ପଢନ୍ତୁ

ବିଜେପି ମୁହଁରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା କଥା ଏକ ବିଡମ୍ବନା: ବିଜେଡି

author img

By

Published : May 17, 2023, 10:51 PM IST

ବିଜେପି ମୁହଁରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା କଥା ଏକ ବିଡମ୍ବନା: ବିଜେଡି

ଭୁବନେଶ୍ବର: ଧର୍ମେନ୍ଦ୍ରଙ୍କ ସହିତ ବିଜେପିର ନିର୍ଦ୍ଧିଷ୍ଟ ଗୋଷ୍ଠୀ ମିଶନ ଶକ୍ତି ମହିଳାଙ୍କୁ ଅପମାନିତ କରୁଛନ୍ତି । ବର୍ଷା ସିଂ ବରିହା ଓ ଦୀପାଳି ଦାସଙ୍କୁ ଅପମାନିତ କରିବାକୁ ପଛାଇଲେ ନାହିଁ । ବିଜେପି ସାଂସଦଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି ମହିଳା କୁସ୍ତିଯୋଦ୍ଧା । ବିଜେପି ମୁହଁରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା କଥା ଏକ ବିଡମ୍ବନା ବୋଲି ବିଜେଡି ଅଭିଯୋଗ କରିଛି । ମହିଳାଙ୍କୁ ଅସମ୍ମାନ କରି ରାଜ୍ୟରେ ବିଜେପି ବାରମ୍ବାର ହାରୁଛି ବୋଲି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ଓ ଲୋରା ମହାପାତ୍ର କହିଛନ୍ତି ।

ବିଜେଡି ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶା ବିଜେପିର ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀ ମିଶନ ଶକ୍ତିର ମହିଳାମାନଙ୍କୁ ଅପମାନିତ କରୁଛନ୍ତି । ଏହା ସହିତ ଅପରାଧି ଭଳି ବ୍ୟବହାର କରୁଛନ୍ତି । ଓଡିଶାର ଝିଅମାନଙ୍କୁ ଅପମାନିତ ତଥା ବଦନାମ କରିଛନ୍ତି । ଯେଉଁମାନେ ନିଜ ପିତାଙ୍କୁ ହରାଇଛନ୍ତି । ସାଧାରଣ ଜୀବନକୁ ଆସିବା ପ୍ରକ୍ରିୟାରେ ଅଛନ୍ତି । ପଦ୍ମପୁରରେ ବର୍ଷା ସିଂ ବରିହା ଏବଂ ଝାରସୁଗୁଡାରେ ଦୀପାଳି ଦାସଙ୍କୁ ଅପମାନିତ କରିଥିଲେ । ଯାହାର ଫଳସ୍ବରୂପ ଉଭୟ ପଦ୍ମପୁର ଏବଂ ଝାରସୁଗୁଡାର ଲୋକମାନଙ୍କଠାରୁ ପରାଜୟ ଆକାରରେ ଉତ୍ତର ପାଇଲେ ।

ଉତ୍ତର ଭାରତର ଜଣେ ବିଜେପି ସାଂସଦଙ୍କ ବିରୁଦ୍ଧରେ ଦେଶ ପାଇଁ ପଦକ ଜିତିଥିବା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ମହିଳା ରେସଲରଙ୍କ ଦ୍ବାରା ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଛି । ଓଡିଶା ବିଜେପିର ନେତା ନିରବ ରହିଛନ୍ତି । ଏହି ଭାରତୀୟ ମହିଳା କୁସ୍ତିଯୋଦ୍ଧାମାନେ ସମ୍ପୃକ୍ତ ବିଜେପି ସାଂସଦଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଭାରତର ଗର୍ବ କୁହାଯାଉଥିବା ଏହି ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରେ ବସିବାକୁ ପଡିଲା । କିନ୍ତୁ କେହି ସେମାନଙ୍କ କଥା ଶୁଣିଲେ ନାହିଁ । ସୁପ୍ରିମକୋର୍ଟରେ ଏହି ମାମଲା ଉଠିବାରୁ ପୋଲିସ ଦ୍ବାରା ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଗଲା । ସେତେବେଳେ ଏହି ମାମଲାକୁ ଗୁରୁତ୍ବର ସହ ନିଆଗଲା ।

ଦେଶର ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧାମାନେ ଧାରଣାରେ ବସିବାର କାରଣ ବିଜେପି ନେତା କହିବା ଆବଶ୍ୟକତା ରହିଛି । ବିଜେପି ସାଂସଦଙ୍କ ଦ୍ବାରା ଆସିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ସମର୍ଥନ କରି ନ୍ୟାୟ ଦାବି କରିଥିଲେ ବହୁତ ଭଲ ହୋଇଥାନ୍ତା । ହେଲେ ସାମ୍ବାଦିକ ସମ୍ମିଳନୀ କରିଥିବା ବିଜେପି ନେତ୍ରୀ ଚୁପ ରହିଲେ । ଏଥିରୁ ଜଣାପଡିଛି ଯେ ଏହି ପ୍ରସଙ୍ଗରେ ଓଡିଶା ବିଜେପି ନେତ୍ରୀଙ୍କ ପାଟିରେ ତାଲା ପଡିଛି । ସତ୍ୟ ଉପରେ କହିବା ଏବଂ ମିଥ୍ୟା ଏବଂ ଅର୍ଦ୍ଧ ସତ୍ୟର ଆଶ୍ରୟ ନ ନେବା ପାଇଁ ଓଡ଼ିଶା ବିଜେପିର ନୈତିକ ସାହସ ରହିବା ଉଚିତ । ଅଭିଯୋଗ ଆସିଥିବା ବିଜେଡି ନେତାଙ୍କ ପ୍ରସଙ୍ଗରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.