ETV Bharat / state

ସାଂସଦଙ୍କୁ ନବୀନଙ୍କ ମନ୍ତ୍ର, ସଂସଦରେ ଜୋରଦାର ଉଠାଅ ରାଜ୍ୟ ସ୍ଵାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ - ସଂସଦର ବଜେଟ ଅଧିବେଶନ

ଜାନୁୟାରୀ 31ରୁ ସଂସଦର ବଜେଟ ଅଧିବେଶନ । ଏହାକୁ ଦୃଷ୍ଟିରେ ଆଜି ନବୀନ ନିବାସରେ ବସିଥିଲା ବିଜେଡିର ସଂସଦୀୟ ଦଳ ବୈଠକ । ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ରାଜ୍ୟସଭା ସଂସଦୀୟ ଦଳର ନେତା ସସ୍ମିତ ପାତ୍ର ଓ ଲୋକସଭା ସଂସଦୀୟ ଦଳର ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ସାଂସଦମାନେ ବୈଠକରେ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

ସାଂସଦଙ୍କୁ ନବୀନଙ୍କ ମନ୍ତ୍ର, ସଂସଦରେ ଜୋରଦାର ଉଠାଅ ରାଜ୍ୟ ସ୍ଵାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ

author img

By

Published : Jan 28, 2023, 6:46 PM IST

ସାଂସଦଙ୍କୁ ନବୀନଙ୍କ ମନ୍ତ୍ର, ସଂସଦରେ ଜୋରଦାର ଉଠାଅ ରାଜ୍ୟ ସ୍ଵାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ

ଭୁବନେଶ୍ବର: ବିଜେଡିର ସଂସଦୀୟ ଦଳ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ମନ୍ତ୍ର ଫୁଙ୍କିଛନ୍ତି ନବୀନ । ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଶାଣିତ ସ୍ୱରରେ ସଂସଦରେ ଉଠାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

ଏହାବି ପଢନ୍ତୁ- Tripura Assembly Elections: ବିପ୍ଲବଙ୍କୁ ଟିକେଟ ଦେଲାନି ବିଜେପି, ତାଙ୍କ ଆସନରୁ ଲଢିବେ ରାଜ୍ୟ ସଭାପତି

ଜାନୁୟାରୀ 31 ରୁ ସଂସଦର ବଜେଟ ଅଧିବେଶନ । ଏହାକୁ ଦୃଷ୍ଟିରେ ଆଜି ନବୀନ ନିବାସରେ ବସିଛି ବିଜେଡି ସଂସଦୀୟ ଦଳ ବୈଠକ । ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟସଭା ସଂସଦୀୟ ଦଳର ନେତା ସସ୍ମିତ ପାତ୍ର ଓ ଲୋକସଭା ସଂସଦୀୟ ଦଳର ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ସାଂସଦମାନେ ବୈଠକରେ ଉପସ୍ଥିତ ଥିଲେ । ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଦାବି ଜୋରଦାର ଉଠାଇବାକୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ବୈଠକରେ ସାଂସଦ ମାନସ ମଙ୍ଗରାଜ, ମହେଶ ସାହୁ, ଅନୁଭବ ମହାନ୍ତି, ରମେଶ ମାଝୀ, ଚନ୍ଦ୍ରାଣୀ ମୁର୍ମୁ, ପ୍ରଶାନ୍ତ ନନ୍ଦ, ନିରଞ୍ଜନ ବିଶି, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ, ଭର୍ତ୍ତୃହରି ମହତାବ, ମୁନ୍ନା ଖାଁ, ଶର୍ମିଷ୍ଠା ସେଠୀ, ପ୍ରମିଳା ବିଷୋୟୀ, ସୁଲତା ଦେଓ, ଚନ୍ଦ୍ରଶେଖର ସାହୁ, ରାଜଶ୍ରୀ ମଲ୍ଲିକ, ମମତା ମହାନ୍ତ, ମଞ୍ଜୁଲତା ମଣ୍ଡଳ ଉପସ୍ଥିତ ଥିଲେ ।

ଆବାସ ବିବାଦ, ବଳକା ଉଷୁନା ଚାଉଳ ଉଠାଣ, କୋଇଲା ରୟାଲଟିରେ ରାଜ୍ୟଭାଗ ବୃଦ୍ଧି ଓ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ଦାବି ଉଠାଇବ ବିଜେଡି । ବକେୟା ଧାନ କ୍ରୟ ବାବଦ ରିହାତି, ଜିଏସଟି ବାବଦ ବକେୟା ଦେୟ, ଦୁର୍ଗମ ଅଞ୍ଚଳରେ ଟେଲିଫୋନ ସେବା, ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା, ଓଡିଶାର ୧୬୯ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଏସଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗ ଉଠାଇବ ବିଜେଡି । ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଚାଉଳ ପ୍ରଦାନ ଦାବି ଦୋହରାଇବ ବିଜେଡି । ସେହିପରି ରେଳବାଇ ଅବହେଳା ସହ ଓଡିଶାକୁ ସ୍ପେଶାଲ ଫୋକ୍ସ ଷ୍ଟେଟ ଦାବି ଦୋହରାଇବ ବିଜେଡି ।

ଏହାବି ପଢନ୍ତୁ- ବଦଳିଲା ରାଷ୍ଟ୍ରପତି ଭବନ ମୋଗଲ ଗାର୍ଡେନର ନାମ, ହେଲା ଅମୃତ ଉଦ୍ୟାନ

ସେହିପରି ମହିଳା ସଶକ୍ତିକରଣ କ୍ଷେତ୍ରରେ 33 ପ୍ରତିଶତ ମହିଳା ସଂରକ୍ଷଣ ବିଲକୁ ନେଇ ହଲ୍ଲାବୋଲ କରିବ ବିଜେଡି । ବିଜେଡିର ରାଜ୍ୟସଭା ସଂସଦୀୟ ଦଳ ନେତା ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶାର ନ୍ୟାୟ ସଂଗତ ବିଭିନ୍ନ ପ୍ରସଙ୍ଗ ବୈଠକରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା 15 ଲକ୍ଷ ଘର ପାଇବା କଥା ତାହା ପାଇପାରି ନାହିଁ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ 5 କିଲୋ ମାଗଣା ଚାଉଳ ମିଳୁଥିଲା ତାହା କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । 169 ଙ୍କୁ ଏସଟି ଲିଷ୍ଟରେ ସାମିଲ ହେବା କଥା ହୋଇନାହାନ୍ତି । ରେଳବାଇ କ୍ଷେତ୍ରରେ ଓଡିଶାକୁ ଅବହେଳା କରାଯାଇଛି । ଜାତୀୟ ରାଜପଥ କ୍ଷେତ୍ରରେ ମଧ୍ୟ କେନ୍ଦ୍ରର ଆଭିମୁଖ୍ୟ ସମାନ ରହିଛି । ଟେଲିକାମ ଓ ଡିଜିଟାଲ ସଂଯୋଗୀକରଣ ଉପରେ କେନ୍ଦ୍ର ଅବହେଳା କରୁଛି । ପ୍ରାକୃତିକ ବିପର୍ଯ୍ୟୟର ସମ୍ନା କରୁଥିବା ଓଡିଶାକୁ ସ୍ପେଶାଲ ଫୋକ୍ସ ଷ୍ଟେଟ ଦାବି ଦୋହରାଯିବ । ଭାରତୀୟ ସମ୍ବିଧାନରେ ଅହିଂସାକୁ ସାମିଲ କରିବା ଲାଗି ରାଜ୍ୟ ସରକାର ଦାବି କରିଆସୁଛନ୍ତି । କିନ୍ତୁ କେନ୍ଦ୍ର ଶୁଣୁନାହିଁ । ଓଡିଶା ବିଧାନ ପରିଷଦ ଗଠନ ଲାଗି ସର୍ବଦଳୀୟ ନିଷ୍ପତ୍ତି ଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଉନାହାନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ 33 ପ୍ରତିଶତ ମହିଳା ସଂରକ୍ଷଣ ବିଲକୁ ନେଇ ବିଜେଡି ପ୍ରସଙ୍ଗ କରିବ । ସଂସଦରେ ବିଜେଡି ଏହି ସବୁ ପ୍ରସଙ୍ଗ ଜୋରଦାର ଉଠାଇବ ।

ଅନ୍ୟପଟେ ବିଜେଡିର ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି ଯେ, ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟରେ ବିଜେପି ଯେଉଁ ମିଥ୍ୟା ଅପପ୍ରଚାର କରୁଛି ତାହାର ସତ୍ୟ ପାର୍ଲିଆମେଣ୍ଟରେ ରଖିବୁ । 5 କେଜି ଚାଉଳ ବନ୍ଦ କରି କେନ୍ଦ୍ର ସରକାର ଗରିବଙ୍କ ମନରେ ଆଘାତ ଦେଇଛନ୍ତି । ମାତ୍ର 8 ହଜାର କୋଟି ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତିକୁ ଆମେ ବିରୋଧ କରିବୁ । ଏଥିପାଇଁ ଧାନ ସଂଗ୍ରହରେ ସମସ୍ୟା ହେବ । ଏହାକୁ ଆଳ କରି ଏଫସିଆଇ ରାଜ୍ୟରୁ ଧାନ ସଂଗ୍ରହ କମ କରିବ । ମହିଳା ସଂରକ୍ଷଣ ବିଲ ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ଅନେକ ରାଜନୈତିକ ଦଳ ବିଜେଡିକୁ ଏହି ପ୍ରସଙ୍ଗରେ ସମର୍ଥନ ଦେଉଛନ୍ତି । ଏହି ପ୍ରସଙ୍ଗରେ ପ୍ରେସର ଗ୍ରୁପ ଗଠନ କରିବାକୁ କୁହାଯାଇଛି । ବିଜେପି ସାଂସଦଙ୍କ ରାଜନୀତି ଯୋଗୁଁ ଆବାସ ଘର ପ୍ରାୟ 5 ଲକ୍ଷ ବନ୍ଦ ହୋଇଛି । ସଂସଦରେ ଉଠାଇବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.