ETV Bharat / state

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସରକାର ନିଜର କର୍ତ୍ତବ୍ୟ ଠିକ ଭାବେ ତୁଲାଉନାହାନ୍ତି କହିଲେ ବିଜୟ

author img

By

Published : Apr 27, 2023, 4:47 PM IST

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କମିଟି ରିପୋର୍ଟ ସରକାର ନିଜ ଆଡୁ ସାର୍ବଜନୀନ କରିବା କଥା । ଏହି ପ୍ରସଙ୍ଗ ହାଇକୋର୍ଟକୁ ଗଲା ଏହା ଲଜ୍ଜାଜନକ ବିଷୟ । ସରକାର ନିଜ କର୍ତ୍ତବ୍ୟ ଠିକ ଭାବେ ତୁଲାଉନାହାନ୍ତି ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ଅଧିକ ପଢନ୍ତୁ

Etv Bharat
Etv Bharat

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ଭୁବନେଶ୍ବର: ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ରତ୍ନ ଭଣ୍ଡାର ଚାବି ମିଳୁନାହିଁ । ଏହା ଆଜିର ସମସ୍ୟା ନୁହେଁ, ବହୁ ଦିନର । ସରକାର ନିଜର କର୍ତ୍ତବ୍ୟ ଠିକ ଭାବେ ତୁଲାଉନାହାନ୍ତି । ସରକାରଙ୍କ ଏଥିପ୍ରତି ଆନ୍ତରିକତା ନାହିଁ । ରାଜ୍ୟ ସରକାର ଟ୍ରାନ୍ସପରେନ୍ସି କଥା କହୁଛନ୍ତି । ନିଜ ଆଡୁ ରିପୋର୍ଟ ସାର୍ବଜନୀନ ନ କରିବା ଫଳରେ ଏହି ପ୍ରସଙ୍ଗ ହାଇକୋର୍ଟକୁ ଗଲା । ଯାହାକି ଲଜ୍ଜାଜନକ ବିଷୟ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ ।

ଏ ନେଇ ବିଜୟ କହିଛନ୍ତି, "କମିଟି ରିପୋର୍ଟ ସରକାରଙ୍କ ପକ୍ଷରୁ ସାର୍ବଜନୀନ କରିବା ତାଙ୍କର ଦାୟିତ୍ବ । 5Tର ପ୍ରଥମ ପ୍ରିନ୍ସିପୁଲ ଟ୍ରାନ୍ସପରେନ୍ସି । ତେଣୁ ଜାଣିବା ଦରକାର ସେ ଚାବି ଅଛି କି ନାହିଁ । ରତ୍ନ ଭଣ୍ଡାରରେ ରତ୍ନ ଅଛି କି ନାହିଁ । ହାଇକୋର୍ଟ ପର୍ଯ୍ୟନ୍ତ ଏକଥା ଗଲା ଏହା ଲଜ୍ଜାଜନକ । ପୂର୍ଣ୍ଣକାଳୀନ ଭାବେ ଏକ ଚିଫ୍‌ ଆଡମିନିଷ୍ଟ୍ରେଟର ସରକାର ଦେବା ପାଇଁ ନିର୍ଦ୍ଦେଶ ରହିଛି । ଆକ୍ଟ ମଧ୍ୟ ଅଛି । ଏଭଳି ନୁହେଁ ସରକାରଙ୍କ ପାଖେ ଅଫିସର ନାହାନ୍ତି । ସରକାର ଏଭଳି ଗୋଟିଏ ଗୋଟିଏ ବିଭାଗରେ ଅଫିସର ଦେଇଛନ୍ତି ଯେଉଁଥିରେ ଦିନକୁ ଘଣ୍ଟାକର କାମ ନାହିଁ। ତେଣୁ କହିବା ଉଚିତ ନୁହେଁ ସରକାରଙ୍କ ପାଖେ ଅଫିସର ନାହାନ୍ତି । ସରକାର ବାହାନା କରୁଛନ୍ତି । ଏହା ଶୋଭନୀୟ ନୁହେଁ । ମନ୍ଦିରର ସମସ୍ୟାକୁ ଯେତେ ଗୁରୁତ୍ବର ସହ ବିଚାର କରିବା କଥା ତାହା କରୁନାହାଁନ୍ତି ।"

ଏହା ବି ପଢନ୍ତୁ- File Missing: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଲା ଆଇନ ବିଭାଗ !

ଏହା ପୂର୍ବରୁ ମଧ୍ୟ ରତ୍ନ ଭଣ୍ଡାର ପ୍ରସଙ୍ଗ ନେଇ ବିଜୟ ପ୍ରତିକ୍ରିୟା ରଖିଥିଲେ । ବିଜେଡିର ଜୟ ଜଗନ୍ନାଥ ସ୍ଲୋଗାନ କ୍ୟାମ୍ପେନିଂକୁ ସମାଲୋଚନା କରି ସେ କହିଥିଲେ, "ସେମାନେ ଭଗବାନଙ୍କ ନାଁ ନେବା ପାଇଁ ଚାହୁଁଛନ୍ତି ଖୁସି ହେବା କଥା । କିନ୍ତୁ ମୋର ବିଜେଡିକୁ ପ୍ରଶ୍ନ ରତ୍ନ ଭଣ୍ଡାର ବିଷୟରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେଠାରେ ଅଳଙ୍କାର ଅଛି ନା ନାହିଁ ଏ ସମ୍ପର୍କରେ ସ୍ପଷ୍ଟ କାହିଁକି ହେଉନି । ରତ୍ନ ଭଣ୍ଡାର ଚାବି କୁଆଡ଼େ ହଜିଲା ତାହା ପ୍ରଶ୍ନର ଉତ୍ତର ନାହିଁ । ରତ୍ନ ଭଣ୍ଡାର ପ୍ରସଙ୍ଗ ଅନ୍ଧକାର ଏନେଇ ସ୍ପଷ୍ଟୀକରଣ ଆସିବା ଦରକାର । ବ୍ରହ୍ମ ବିଭ୍ରାଟ ହୋଇଥିଲା ଆସ୍ତେ ଆସ୍ତେ ଲିଭେଇବା ପାଇଁ ଚେଷ୍ଟା କରାଯାଇଛି । ଏସବୁ ବିଷୟରେ ସ୍ପଷ୍ଟୀକରଣ ଆସିବା ଦରକାର । ଠାକୁରଙ୍କୁ ବନ୍ଦନା କରିବାରେ କାହାରି ଆପତ୍ତି ନାହିଁ । ଧର୍ମକୁ ନେଇ ରାଜନୀତି କରିବା ଉଚିତ ନୁହେଁ ।"

ଏହା ବି ପଢନ୍ତୁ- ରତ୍ନ ଭଣ୍ଡାରର ଚାବି ହଜିବା ଘଟଣା, ଜୁଲାଇ ୧୦ ସୁଦ୍ଧା ଜବାଵ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୂଚନା ଥାଉ କି ରତ୍ନ ଭଣ୍ଡାର ସୁରକ୍ଷା, ଏହା ଭିତରେ କେତେ ରତ୍ନ ଅଛି ସେ କଥା ଯେତେବେଳେ ଉଠିଥିଲା ସେତେବେଳେ ସରକାର ରତ୍ନ ଭଣ୍ଡାର ଭିତର ଗୃହର ଚାବି ହଜିଯାଇଥିବା କହିଥିଲେ । ଏହି ବିବାଦ ବହୁ ଦିନର । ତେବେ ରତ୍ନ ଭଣ୍ଡାର ଚାବି କିଏ ହଜାଇଲା ତାର ରିପୋର୍ଟ ଦେବା ଲାଗି ଗତ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୧୦ ସୁଦ୍ଧା ଏହାର ରିପୋର୍ଟ ଦେବା ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.