ETV Bharat / state

ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ପର୍ବ, ନିଯୁକ୍ତି ପାଇଲେ 2473 ଡାକ୍ତର

author img

By ETV Bharat Odisha Team

Published : Dec 28, 2023, 10:45 PM IST

2473 doctors recruited : ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ପର୍ବ କରାଯାଇଛି । ଏହି ନିଯୁକ୍ତି ପର୍ବରେ 2473 ଡାକ୍ତର ନିଯୁକ୍ତ ହୋଇଛନ୍ତି । ଆଗକୁ ପଢ଼ନ୍ତୁ,

ନିଯୁକ୍ତି ପର୍ବ
ନିଯୁକ୍ତି ପର୍ବ

ନିଯୁକ୍ତି ପର୍ବ

ଭୁବନେଶ୍ବର : ରାଜ୍ୟରେ ଅନେକ ଡାକ୍ତରଖାନାରେ ଡାକ୍ତର ନଥିବା କାରଣରୁ ଲୋକ ବହୁତ ସମସ୍ୟାର ସମ୍ମୁଖିନ ହେଉଥିଲେ । ସେନେଇ ଅନେକ ଥର ଅଭିଯୋଗ ସାଙ୍ଗକୁ ଆନ୍ଦୋଳନର ଚିତ୍ର ଦେଖିବାକୁ ମିଳିଛି । ଅନେକ ସମୟରେ ଡାକ୍ତର ଅଭାବରୁ ରୋଗୀ ମୃତ୍ୟୁ ଖବର ମଧ୍ୟ ସାମନାକୁ ଆସିଛି । ତେବେ ସେ ଦିଗକୁ ନଜରରେ ରଖି ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ପର୍ବ କରାଯାଇଛି । ଏହି ନିଯୁକ୍ତି ପର୍ବରେ 2473 ଡାକ୍ତର ନିଯୁକ୍ତ ହୋଇଛନ୍ତି ।

ଆଜି କଳିଙ୍ଗ ଷ୍ଟାଡିୟମ ଠାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ପର୍ବ ଆୟୋଜିତ ହୋଇଯାଇଛି । ଏହି ନିଯୁକ୍ତି ପର୍ବରେ 2473 ଡାକ୍ତରଙ୍କର ନିଯୁକ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 2392 ଜଣ MBBS ଡାକ୍ତର ହୋଇଥିବା ବେଳେ 81 ଜଣ ହେଉଛନ୍ତି ଦନ୍ତ ଚିକିତ୍ସକ । ନବ ନିଯୁକ୍ତ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ତେବେ ଚଳିତ ବର୍ଷ କେବଳ 3600 ଡାକ୍ତରୀ ଅଧିକାରୀଙ୍କ ନିଯୁକ୍ତି କରାଯାଇଛି । ଏହି ନିଯୁକ୍ତି ପର୍ବରେ ମେଡିକାଲ ଛଡ଼ା ପାରା-ମେଡିକାଲ ଅଫିସରଙ୍କ ମଧ୍ୟ ନିଯୁକ୍ତି କରାଯାଇଛି । ଏବଂ ଆଗକୁ ମଧ୍ୟ ଆବଶ୍ୟକ ଅନୁସାରେ ଡାକ୍ତର ତଥା ପାରା-ମେଡିକାଲ ଅଫିସରଙ୍କୁ ନିଯୁକ୍ତ କରାଯିବ । ତେବେ ମେଡିକାଲ ଅଫିସରମାନଙ୍କୁ ଆବଶ୍ୟକ ଅନୁଯାଇ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି କରାଯାଇଛି । ଏହି ନିଯୁକ୍ତି ମେଳାରେ ମେଡିକାଲ ଅଫିସର ଏବଂ ଡେଣ୍ଟାଲ ସର୍ଜନଙ୍କୁ ନୂତନ କିଟ ଏବଂ ଷ୍ଟେଥୋସ୍କୋପ ବଣ୍ଟନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ସ୍ବାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ, BSKYଠୁ ବିଶ୍ବସ୍ତରୀୟ ହବ୍ ସବୁଥିରେ ନମ୍ବର-1

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ’’ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ଅଞ୍ଚଳରେ ପରିବର୍ତ୍ତନ ଦେଖିବା । ଏହି ପରିବର୍ତ୍ତନ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକୁ ଛୁଇଁବା ଉଚିତ । ଆମର 5T ପରିବର୍ତ୍ତନଶୀଳ ପଦକ୍ଷେପର ସ୍ୱାସ୍ଥ୍ୟସେବା ହେଉଛି ଏକ ପ୍ରାଥମିକ କ୍ଷେତ୍ର । ପ୍ରତ୍ୟେକ ରୋଗୀ ଯେତେବେଳେ ତୁମକୁ ଦେଖା କରନ୍ତି ସେତେବେଳେ ଏକ ସକାରାତ୍ମକ ଆଭିମୁଖ୍ୟ ଅନୁଭବ କରନ୍ତି । ଆମେ ସେମାନଙ୍କ ସେବା କରିବାକୁ ଏଠାରେ ଅଛୁ । ବର୍ତ୍ତମାନ ସମୟରେ ଦୁଇ ଦଶନ୍ଧି ପୂର୍ବରୁ କରିଥିବା ତୁଳନାରେ ବର୍ତ୍ତମାନ 8 ଗୁଣ ଅଧିକ ଡାକ୍ତର ଉତ୍ପାଦନ କରୁଛୁ । କିଛି ବର୍ଷ ମଧ୍ୟରେ ଆମେ ଅଧିକ ସଂଖ୍ୟକ ମେଡିକାଲ କଲେଜ କରିବା ପାଇଁ ଯୋଜନା ରଖିଛୁ ।’’

ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି, ’’ଆମେ ସର୍ବଦା ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆଗ୍ରହୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ଆମେ ଜାତୀୟ ସ୍ତରରେ ପ୍ରମୁଖ ମାଇଲଖୁଣ୍ଟ ସୃଷ୍ଟି କରିପାରୁଛୁ । ସ୍ୱାସ୍ଥ୍ୟ ବିଭାଗକୁ ରାଜ୍ୟ ସରକାର ପ୍ରତିଟି କ୍ଷେତ୍ରରେ ପ୍ରାଥମିକତା ଦେଇଆସୁଛନ୍ତି । ତେବେ ଚଳିତ ବର୍ଷ 8ଟି ନୂତନ ମେଡିକାଲ କଲେଜ ଏବଂ 2ଟି ନୂତନ ପୋଷ୍ଟ ଗ୍ରାଜୁଏଟ୍ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି । ଏହାଦ୍ୱାରା ପ୍ରତିବର୍ଷ 2525 MBBS ଡାକ୍ତର ଏବଂ 856 ବିଶେଷଜ୍ଞ ବାହାରିବେ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.