ETV Bharat / state

ଭିକାରୀ ମୁକ୍ତ ହେବ ରାଜଧାନୀ, ନଜର ରଖିବ ସ୍କ୍ବାଡ୍‌ - ରାଜଧାନୀର ରାସ୍ତା କଡରେ ଆଉ ବୁଲିବେନି ଭିକାରୀ

ରାଜଧାନୀର ରାସ୍ତା କଡରେ ଆଉ ବୁଲିବେନି ଭିକାରୀ । ଭିକାରୀ ମୁକ୍ତ ରାଜଧାନୀ କରିବା ପାଇଁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ

ଭିକାରୀ ମୁକ୍ତ ରାଜଧାନୀ କରିବା ପାଇଁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

author img

By ETV Bharat Odisha Team

Published : Oct 17, 2023, 9:08 PM IST

Updated : Oct 20, 2023, 10:29 AM IST

ଭିକାରୀ ମୁକ୍ତ ରାଜଧାନୀ କରିବା ପାଇଁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଭୁବନେଶ୍ୱରକୁ ଭିକାରୀ ମୁକ୍ତ କରିବାକୁ ବିଏମ୍‌ସିର ଜୋରଦାର ପ୍ରୟାସ । ରାଜଧାନୀର ରାସ୍ତା କଡରେ ଆଉ ବୁଲିବେନି ଭିକାରୀ । ଭିକାରୀଙ୍କ କରାଯିବ ଥଇଥାନ । ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିକାରୀ ମୁକ୍ତ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜଧାନୀକୁ ଭିକାରୀ ମୁକ୍ତ କରିବା ନେଇ ନିଷ୍ପତ୍ତି ନେଇଛି ବିଏମସି । ବର୍ତ୍ତମାନ ଭୁବନେଶ୍ୱରକୁ ବନ୍‌ଜାରମାନେ ଆଉଥରେ ଆସିବା ଆରମ୍ଭ କରିଦେଇଛନ୍ତି । ଏହାସବ ଭୁବନେଶ୍ବରର ବିଭିନ୍ନ ମନ୍ଦିର ବାହାରେ ଭିକାରୀ ଦେଖିବାକୁ ମିଳିଛି । ସରକାରଙ୍କ ସହାୟତାରେ ଭୁବନେଶ୍ୱରରେ ୫ ଶହ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ହୋଇଥିବା ବେଳେ ଏହାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ‘‘ ବିଏମ୍‌ସିର ତିନୋଟି ଜୋନ୍‌ରେ ୩ଟି ସ୍କ୍ୱାଡ ଗଠନ କରାଯିବ । ଏହି ସ୍କ୍ୱାର୍ଡଗୁଡିକ ସଂପୃକ୍ତ ଜୋନାଲ ଡେପୁଟି କମିଶନରଙ୍କ ତତ୍ତ୍ୱାବଧାନରେ ରହିବ । ସ୍ପାର୍ଡରେ ଜୋନାଲ କମ୍ୟୁନିଟ୍ ଅର୍ଗାନାଇଜର, ପରିଚାଳନା ସଂସ୍ଥାର ସଦସ୍ୟ, ସଦସ୍ୟା, ସିଟି ମିଶନ ମ୍ୟାନେଜମେଣ୍ଟ ୟୁନିଟ୍‌ର କର୍ମଚାରୀ, ବିଏମ୍‌ସି ସାଇନ୍ ଟିମ୍‌, ପୋଲିସ, ଉଦ୍ଧାରକାରୀ ଦଳ ଇତ୍ୟାଦି ରହିବେ । କୌଣସି ବାର, ପର୍ବପର୍ବାଣୀ ଇତ୍ୟାଦିରେ ମନ୍ଦିର ଓ ପୂଜା ସ୍ଥଳିଗୁଡିକରେ ଭକ୍ତଙ୍କ ଭିଡ ସମୟରେ ଏହି ସ୍କ୍ୱାଡ ନିୟମିତ ବୁଲି ଭିକାରୀଙ୍କ ଉପରେ ନଜର ରଖିବେ ।’’

ସେ ଅହୁରୀ ମଧ୍ୟ କହିଛନ୍ତି, ‘‘ ସହରରେ ସବୁ ସ୍ତରର ଲୋକ କିଭଳି ସମ୍ମାନ ସହ ବଞ୍ଚିବେ ସେଥି ପାଇଁ ପ୍ରଚେଷ୍ଟା କରାଯାଉଛି । ଭିକାରୀ ରହିବା ପାଇଁ ଆଶ୍ରୟ ସ୍ଥଳ ବିଏମସି ପ୍ରସ୍ତୁତ କରିଛି । ପୂର୍ବରୁ ଅନେକ ସେଲ୍ଟର ହୋମ୍ ରହିଥିବା ବେଳେ ଏବେ ସମୁଦାୟ ୫୦୦ ଭିକାରୀ ରହିବା ଭଳି ଜାଗା ବିଏମସି ପାଖେ ରହିଛି । ଥଇଥାନ କେନ୍ଦ୍ରରେ ଭିକାରୀଙ୍କୁ ରଖିବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ଓ ଚିକିତ୍ସା ସମେତ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ପରିବାର ସହ ଯୋଗାଯୋଗ କରି ସେମାନଙ୍କୁ ପଠାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଶାରୀରିକ ଏବଂ ମାନସିକ ଅକ୍ଷମ ଥିବା ଭିକାରୀମାନଙ୍କ ବ୍ୟବହାର ଓ ରହଣି ସହଣୀରେ କିଭଳି ପରିବର୍ତ୍ତନ ଆସିବ ସେଥିପାଇଁ କାମ କରାଯିବ ।’’

ଏହା ମଧ୍ୟ ପଢନ୍ତୁ...‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ, ପିଲାଙ୍କ ରୁଚି ସହ ଶିକ୍ଷାଦାନ ଉପରେ NEPରେ ପ୍ରାଧାନ୍ୟ

ସୂଚନା ବିଏମ୍‌ସିର ଏବେ ରଙ୍ଗ ବଜାର, ଅନ୍ଧାରୁଆ, ନିଳାଦ୍ରୀ ବିହାର, ପିଡବ୍ଲ୍ୟୁଡି ଏବଂ ଅନ୍ୟ ଭିକାରୀ ପ୍ରବଣ ଅଞ୍ଚଳରେ ଭିକାରୀ ଥଇଥାନ କେନ୍ଦ୍ର ରହିଛି । ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଲେଖାଏଁ ଭିକାରୀ ରହିପାରିବାର ବ୍ୟବସ୍ଥା ରହିଛି । ଏବେ ଏହି ସବୁ କେନ୍ଦ୍ରରେ ୩୦୦ରୁ ଅଧିକ ଭିକାରୀ ରହିଛନ୍ତି । କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ, ସେମାନଙ୍କ ଘରେ ଛାଡି ଦିଆଯାଇଛି । ଯଦି କୌଣସି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁନଶ୍ଚ ଭିକ୍ଷାବୃତ୍ତି ପାଇଁ ପଠାନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 20, 2023, 10:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.