ETV Bharat / state

ପ୍ରତୀକ୍ଷା ପାଇଁ ପ୍ରେକ୍ଷାଳୟ ଫୁଲ୍

author img

By

Published : Dec 4, 2022, 9:26 PM IST

Updated : Dec 4, 2022, 10:45 PM IST

ପ୍ରତୀକ୍ଷା ପାଇଁ ପ୍ରେକ୍ଷାଳୟ ଫୁଲ୍ । ବାସ୍ତବ କାହାଣୀ ବା ଭଲ ସିନେମା ଆସିଲେ ଓଡ଼ିଆ ଦର୍ଶକଙ୍କ ଇଚ୍ଛା ବି ବଦଳିବ। ଏହି ଆଶା ନେଇ ଏବେ ଗୋଟିଏ ପରେ ଗୋଟେ ଭଲ ସିନେମା ପରଦାକୁ ଆସୁଛି । ଆଉ ଏହାକୁ ନେଇ ସୁଧୁରୁଛି ଓଡ଼ିଆ ସିନେମାର ଭାଗ୍ୟ। ଅଧିକ ପଢ଼ନ୍ତୁ

ପ୍ରତୀକ୍ଷା ପାଇଁ ପ୍ରେକ୍ଷାଳୟ ଫୁଲ୍
ପ୍ରତୀକ୍ଷା ପାଇଁ ପ୍ରେକ୍ଷାଳୟ ଫୁଲ୍

ଭୁବନେଶ୍ବର : ବାସ୍ତବ କାହାଣୀ ବା ଭଲ ସିନେମା ଆସିଲେ ଓଡ଼ିଆ ଦର୍ଶକଙ୍କ ଇଚ୍ଛା ବି ବଦଳିବ । ଏହି ଆଶା ନେଇ ଏବେ ଗୋଟିଏ ପରେ ଗୋଟେ ଭଲ ସିନେମା ପରଦାକୁ ଆସୁଛି । ଆଉ ଏହାକୁ ନେଇ ସୁଧୁରୁଛି ଓଡ଼ିଆ ସିନେମାର ଭାଗ୍ୟ। ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ''ଦମନ'' ପରେ ଏବେ ପ୍ରତୀକ୍ଷାକୁ ନେଇ ପ୍ରେକ୍ଷାଳୟ ମୁହାଁ ହେଉଛନ୍ତି ଦର୍ଶକ ବା ଓଡ଼ିଆ ସିନେପ୍ରେମୀ ।

ପ୍ରତୀକ୍ଷା ପାଇଁ ପ୍ରେକ୍ଷାଳୟ ଫୁଲ୍

ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷାକୁ ନେଇ ଓଡ଼ିଆ ସିନେପ୍ରେମୀ ବେଶ ଖୁସି ହୋଇଛନ୍ତି । କାରଣ ଆମ ନିଜ ପରିବାର କାହାଣୀ ଉପରେ ଆଧାରିତ ସିନେମା ପ୍ରତୀକ୍ଷା। ଯାହା ଦର୍ଶକଙ୍କ ବେଶ୍ ମନ କିଣୁଛି । ତେଣୁ ପରିବାର ସହ ଆସି ରବିବାର ଛୁଟିରେ ସିନେମା ଦେଖିଛନ୍ତି ରାଜଧାନୀବାସୀ । ସେ ମହାରାଜା ହେଉ ଅବା ସ୍ଵାତୀ ହଲ୍ । ସବୁଠି ଆଜି ହାଉସ ଫୁଲ୍ ଦେଖିବାକୁ ମିଳିଛି । ବାପାର ପ୍ରତୀକ୍ଷା ସହ ପୁଅର ଉତ୍ତମ ଭବିଷ୍ୟତ ପାଇଁ ଥିବା ଭଲପାଇବା ଏଥିରେ ଦେଖିବାକୁ ମିଳିଛି ।

ହସ, କାନ୍ଦର ସମିଶ୍ରଣରେ ଭରା ଏହି ସିନେମାର କାହାଣୀ ସହ ସାଉଣ୍ଡ, ସ୍କ୍ରିନ ପ୍ଲେ ସବୁ କାଟାଗୋରୀରେ ବେଶ୍ ଭଲ ରହିଛି ସିନେମାଟି । ଯାହା ସିନେମାର ଶେଷ ପର୍ଯ୍ୟନ୍ତ ଲୋକଙ୍କୁ ବାନ୍ଧି ରଖିଛି । ତେଣୁ ଏହିଭଳି ଚଳଚ୍ଚିତ୍ର ଆସିଲେ ପୁଣି ଥରେ ଓଡ଼ିଆ ସିନେମାର ସ୍ୱର୍ଣ୍ଣମ ଯୁଗ ଫେରିବ । ଆଉ ଓଡ଼ିଆ ସିନେମା ଶିଳ୍ପର ବିକାଶ ସହ ପୁଣି କଳାକାର ଟିଏ ହସିବ । ଏହାସହ ସମସ୍ତେ ରୋଜଗାର ପାରବେ । ଓଡ଼ିଆ ଦର୍ଶକ ବି ତାଙ୍କ ସିନେମା ଦେଖି ମନୋଞ୍ଜନର ଖୋରାକ ପାଇବେ ।

ଅନୁମପ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ‘ପ୍ରତୀକ୍ଷା’ ଫିଲ୍ମ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ଦେଖିବାକୁ ମିଳିଛି । ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋୟୀ । ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି । ଅମୀୟ ପଟ୍ଟନାୟକ ପ୍ରଡକସନ ନିବେଦିତ ‘ପ୍ରତୀକ୍ଷା’ର ମୁଖ୍ୟ କଳାକାରଙ୍କର ଅଭିନୟ ଦେଖି ଖୁସି ହୋଇଛନ୍ତି ରାଜଧାନୀବାସୀ ।

ସୂଚନାନୁସାରେ ଏହି ଚଳଚ୍ଚିତ୍ରକୁ ହିନ୍ଦୀ ଭାଷାରେ ରିମେକ୍‌ କରିବା ଲାଗି ଘୋଷଣା କରିଛନ୍ତି ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍‌। ଏଥିପାଇଁ ସେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ଏକ ଟୋକନ ଅର୍ଥରାଶି ମଧ୍ୟ ପ୍ରଦାନ କରିଛନ୍ତି । ପିତା-ପୁତ୍ରଙ୍କ ଆବେଗପୂର୍ଣ୍ଣ ସମ୍ପର୍କକୁ ନେଇ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଯାହା ଦର୍ଶକଙ୍କୁ ବେଶ୍ ଆତ୍କୃଷ୍ଟ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 4, 2022, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.