ETV Bharat / state

Raksha Bandhan 2023: ରାକ୍ଷୀ ବଜାରରେ ଦମଦାର ଅଫର୍, ଏବେ ବି ଚାହିଦାରେ ପାରମ୍ପରିକ ରାକ୍ଷୀ - ରକ୍ଷା ବନ୍ଧନ ୨୦୨୩

କାଲି ଭାଇଭଉଣୀର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଏ ନେଇ ରାଜଧାନୀ ଭୁବନେଶ୍ବର ରାକ୍ଷୀ ବଜାର ହୋଇଉଠିଛି ଚଳଚଞ୍ଚଳ । ଏଥର ରାକ୍ଷୀ ଦୋକାନରେ ଗ୍ରାହକଙ୍କ ପାଇଁ ବମ୍ଫର ଅଫର ଥିବା ବେଳେ ଚାହିଦାରେ ରହିଛି ପାରମ୍ପରିକ ରାକ୍ଷୀ । ଦେଖନ୍ତୁ ଏହି ରିପୋର୍ଟ

Bhubaneswar People throng market for Rakhi

author img

By ETV Bharat Odisha Team

Published : Aug 29, 2023, 7:45 PM IST

Updated : Aug 29, 2023, 8:08 PM IST

Raksha Bandhan 2023: ରାକ୍ଷୀ ବଜାରରେ ଦମଦାର ଅଫର୍, ଏବେ ବି ଚାହିଦାରେ ପାରମ୍ପରିକ ରାକ୍ଷୀ

ଭୁବନେଶ୍ବର: ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା । ଏ ନେଇ ଚଳଚଞ୍ଚଳ ରାଜଧାନୀର ରାକ୍ଷୀ ବଜାର । ଦୋକାନଗୁଡ଼ିକରେ ଜମିଛି ଗ୍ରାହକଙ୍କ ଭିଡ଼ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ରାକ୍ଷୀ କିଣିନେଉଛନ୍ତି । ଷ୍ଟୋନ ରାକ୍ଷୀର ଚାହିଦା ବିଶେଷ ଭାବେ ରହିଥିବା ବେଳେ ଏଥର ଗଣେଶ ଓ ଗୋଲାପର ରାକ୍ଷୀ ବେଶ ପସନ୍ଦ ଆସୁଛି । ସେପଟେ କୁନି ପିଲାଙ୍କ ପ୍ରଥମ ପସନ୍ଦ ପାଲଟିଛି କାର୍ଟୁନ ରାକ୍ଷୀ ।

ନୂଆ ନୂଆ ରାକ୍ଷୀ ମଧ୍ୟରେ ପୁରୁଣା ଡିଜାଇନର ତୁଳା ରାକ୍ଷୀ, ଜରିସୂତା ରାକ୍ଷୀ ଏବେ ବି ବିକ୍ରି ହେଉଛି । କୁନି କୁନି ପିଲାମାନେ ମୋଟୁ ପତଲୁ, ଡୋରେ ମନ, ଛୋଟାଭିମ, କଣ୍ଢେଇ ଲାଇଟ ଓ ଘଣ୍ଟାର ରାକ୍ଷୀକୁ ବେଶ ପସନ୍ଦ କରୁଛନ୍ତି । ଏଥର ବଜାରରେ ଦେଖିବାକୁ ମିଳିଛି ବ୍ୟବସାୟରେ ରାକ୍ଷୀ ଅଫର । ରାକ୍ଷୀର ମୂଲ୍ୟ ୧୦ ଟଙ୍କାରୁ ନେଇ ୫୦୦ ତାଙ୍କ ଯାଏଁ ରହିଥିବା ବେଳେ ୫୯ ଟଙ୍କାରୁ ଆରମ୍ଭ କରି ୫୦୦ ତାଙ୍କର ରାକ୍ଷୀର ଥାଳି ମିଳୁଛି । ତେଣୁ ଏଥର ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି ।

ଏହା ବି ପଢନ୍ତୁ- ବଦଳିଛି ରାକ୍ଷୀ ଟ୍ରେଣ୍ଡ: ବଢୁଛି ଇକୋ ଫ୍ରେଣ୍ଡଲି ରାକ୍ଷୀର ଚାହିଦା, ମହିଳାଙ୍କୁ ଦେଇଛି ରୋଜଗାର

ହିନ୍ଦୁ ପରମ୍ପରାର ଏହି ପର୍ବକୁ ନେଇ ମିଠାପିଠାଠାରୁ ଆରମ୍ଭ କରି ବିଭିନ୍ନ ବ୍ୟଞ୍ଜନ ଘରେ ତିଆରି ହୋଇଥିବା ବେଳେ ଭଉଣୀଟିଏ ପ୍ରୀତିର ରାକ୍ଷୀ ଭାଇ ହାତରେ ବାନ୍ଧିଥାଏ । ଫୁଲ ଚନ୍ଦନ ଦେଇ ପିଠା ଓ ମିଠା ଖୁଆଇ ଭାଇକୁ ବନ୍ଦାପନା କରି ରାକ୍ଷୀ ବାନ୍ଧିଥାଏ । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଜଣେ ରାଜଧାନୀବାସୀ କହିଛନ୍ତି, " ଆଧୁନିକତାର ଛାପରେ ଯଦିଓ ଆମେ ଆମ ପରମ୍ପରାକୁ ଭୁଲିଗଲୁଣି ତଥାପି ଏଭଳି ପର୍ବ ଆସିଲେ ପୁଣି ଆମେ ଏକାଠି ହୋଇ ଥାଉ । ଖୁସିର ପର୍ବକୁ ମନାଇ ଭାଇ ଭଉଣୀର ଅତୁଟ ପ୍ରେମର ଏ ବନ୍ଧନର ଦିବସକୁ ପାଳନ କରୁ ।"

ରକ୍ଷା ବନ୍ଧନ କୋଟି ଓଡ଼ିଆଙ୍କ ମଉଡ ମଣି ଜଗନ୍ନାଥ ସଂସ୍କୃତି ସହ ଯୋଡ଼ା ଏହି ପର୍ବ ଆମ ପରମ୍ପରା । ତେଣୁ ପ୍ରତିଟି ଓଡ଼ିଆ ହିନ୍ଦୁ ଭାଇଭଉଣୀର ଏହି ପବିତ୍ର ବନ୍ଧନର ପର୍ବକୁ ବେଶ ଧୁମଧାମରେ ଆମେ ପାଳନ କରିଥାଉ । ସେଥିପାଇଁ ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ହୋଇଥିବା ବେଳେ ଆଜି ବଜାରରୁ ରାକ୍ଷୀ କିଣିବା ପାଇଁ ଲାଗିଛି ରାଜଧାନୀବାସୀଙ୍କ ଭିଡ଼ । ମନ ମୁତାବକ ରାକ୍ଷୀ ସୁହାଇଲା ଭଳି ଦ୍ବାରା ପାଇଁ ଗ୍ରାହକ ଖୁସି ହୋଇ କିଣି ନେଉଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ରାକ୍ଷୀରେ ବିଜ୍ଞାନ, ସଂସ୍କୃତି, ପରମ୍ପରା ଓ ପରିବେଶ ସୁରକ୍ଷା ବାର୍ତ୍ତା; ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ଚନ୍ଦ୍ରଯାନ ରାକ୍ଷୀ

ହିନ୍ଦୁ ଧର୍ମର ଏକ ପାରମ୍ପରିକ ପର୍ବ ରାକ୍ଷୀ ପୂର୍ଣ୍ଣିମା । ଯାହା ଭାଇଭଉଣୀ ସମ୍ପର୍କର ଅତୁଟ ବନ୍ଧନର ଗାଥାକୁ ଦର୍ଶାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ବକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ସୁତା ଖିଅର ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଆଉ ଏହି ସଂକଳ୍ପର ମହାପର୍ବକୁ ପାଳନ କରିବା ପାଇଁ ଗାଁରୁ ଆରମ୍ଭ କରି ସହର ସବୁଠି ଉତ୍ସବ ଓ ଆନନ୍ଦର ଆସର ଜମେ । ତେଣୁ ଏହି ସ୍ନେହ ଶ୍ରଦ୍ଧା ଓ ପ୍ରୀତି ବନ୍ଧନର ପର୍ବକୁ ନେଇ ରାଜଧାନୀରେ ଲାଗିଛି ରାକ୍ଷୀ ଦୋକାନର ସମ୍ଭାର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 29, 2023, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.