ETV Bharat / state

IBMରେ ବାହାରିଥିବା କଥା ସତ ! ରାଜ୍ୟରେ ଖଣି ଦୁର୍ନୀତି ନେଇ ଅପରାଜିତାଙ୍କୁ କେନ୍ଦ୍ର ଖଣିମନ୍ତ୍ରୀଙ୍କ ଚିଠି

author img

By

Published : Jan 24, 2023, 5:15 PM IST

ରାଜ୍ୟରେ ବ୍ୟାପକ ଖଣି ଦୁର୍ନୀତି ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ । ଖଣି ଦୁର୍ନୀତି ନେଇ କେନ୍ଦ୍ର ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଭୁବନେଶ୍ବର ସାଂସଦଙ୍କୁ ଲେଖିଥିବା ଚିଠିକୁ ସାର୍ବଜନୀନ କଲେ ସାଂସଦ । ଅଧିକ ପଢ଼ନ୍ତୁ

ରାଜ୍ୟରେ ଖଣି ଦୁର୍ନୀତି ନେଇ ଅପରାଜିତାଙ୍କୁ କେନ୍ଦ୍ର ଖଣିମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ଖଣି ଦୁର୍ନୀତି ନେଇ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ । ୨୦୨୧ ଏବଂ ୨୦୨୨ ବର୍ଷରେ ରାଜ୍ୟରେ ହୋଇଥିବା ଖଣି ନିଲାମ, ଖଣିଜ ପଦାର୍ଥ ମାନକୁ ନେଇ ବ୍ୟାପକ ଭ୍ରଷ୍ଟାଚାର ଏବଂ ଦୁର୍ନୀତି ହୋଇଥିବା କଥା ରାଜ୍ୟ ସରକାର ମାନିଛନ୍ତି ବୋଲି କହିଛନ୍ତି ସାଂସଦ । ତେବେ ରାଜ୍ୟରେ ହେଉଥିବା ଖଣି ଦୁର୍ନୀତି ନେଇ କେନ୍ଦ୍ର ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହାକୁ ସାମ୍ବାଦିକ ସମ୍ମିଳନୀରେ ସାର୍ବଜନୀନ କରିଛନ୍ତି ଭୁବନେଶ୍ବର ସାଂସଦ ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟରେ ବ୍ୟାପକ ଖଣି ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି । ରାଜ୍ୟରେ ବ୍ୟାପକ ଖଣି ଦୁର୍ନୀତି ହେଉଥିବା ନେଇ ପୂର୍ବରୁ ସେ ଲୋକସଭାରେ ରଖିଥିବା ତଥ୍ୟ ଆଧାରରେ କେନ୍ଦ୍ର ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ତିନୋଟି ପ୍ରମୁଖ କଥା ଉଲ୍ଲେଖ କରାଯାଇଛି । ଅପରାଜିତାଙ୍କ କହିବା ଅନୁସାରେ ଖଣି ନିଲାମରେ ପ୍ରାଇଭେଟ ମାଇନର ମାନେ ହାଇ ଗ୍ରେଡ଼ ଆଇରନ ଓରକୁ ଲୋ ଗ୍ରେଡ କହିଲେ । ଫଳରେ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟିର କ୍ଷତି ହେଲା । ଡିଏମ୍‌ଏଫ୍‌କୁ ଯେଉଁ ଟଙ୍କା ଯିବାର ଥିଲା ତାହା ଯାଇ ପାରିଲା ନାହିଁ । ନେସନାଲ ମିନେରାଲ ଏକ୍ସପ୍ଲୋରେସନକୁ ଯିବାକୁ ଥିବା ଟଙ୍କା କମ ହୋଇଗଲା । ୧୧ ଅଗଷ୍ଟ ୨୦୨୨ରେ ଆଇବିଏମ (Indian Bureau of Mines) ଚିଠିରେ ବାହାରିଥିବା କଥା ସତ ବୋଲି କହିଛନ୍ତି କେନ୍ଦ୍ର ଖଣିମନ୍ତ୍ରୀ । ତେବେ ଏସବୁ କଥା ସତ ନା ନାହିଁ ବୋଲି ରାଜ୍ୟ ସରକାରଙ୍କୁ ପଚାରିଥିଲେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଏହାକୁ ମାନି ନେଇଛନ୍ତି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

ବେସରକାରୀ ଖଣିରେ ବ୍ୟାପକ ଭ୍ରଷ୍ଟାଚାର ଏବଂ ଅନିୟମିତତା ହୋଇଥିବା ଭୁବନେଶ୍ବର ସାଂସଦ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏନେଇ ଏକ ବିସ୍ତୃତ ରିପୋର୍ଟ ମାଗିଥିବା ସେ ପ୍ରକାଶ କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କୁ ଅପରାଜିତା କେତେକ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି, "ରାଜ୍ୟ ସରକାର କମିଟି ଗଠନ କରି ଖଣି ଦୁର୍ନୀତିର ସଠିକ ତଦନ୍ତ କରନ୍ତୁ । ଆଗକୁ ଦୁର୍ନୀତି, ଭ୍ରଷ୍ଟାଚାର ଯେମିତି ହେବ ନାହିଁ, ସେନେଇ ଗ୍ୟାରେଣ୍ଟି ଦେବେ କି ? ହାଇ ଗ୍ରେଡ଼ ଆଇରନକୁ ଲୋଗ୍ରେଡ଼ ଆଇରନ କରିବା ଦ୍ବାରା DMF ଫଣ୍ଡରେ କେତେ କମିଲା ଓ ୮ ମାସ ଧରି ରାଜସ୍ବ କେତେ କମିଲା ତାହା ସାର୍ବଜନୀନ କରିବେ କି ? କେଉଁଝର, ରାୟଗଡା, ସୁନ୍ଦରଗଡ଼ରେ ଯଦି ଆନ୍ଦୋଳନ ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ । ଦୁର୍ନୀତିର ଅର୍ଥ କାହା ପାଖକୁ ଯାଉଛି ?" ରାଜ୍ୟ ସରକାର କଣ ସୁଧାର ଆଣିଛନ୍ତି ଉତ୍ତର ଦିଅନ୍ତୁ ବୋଲି ଅପରାଜିତା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.