ETV Bharat / state

Miniature Art of Hockey World Cup Trophy: ରୋଷେଇ ସାମଗ୍ରୀରେ ହକି ବିଶ୍ୱକପ୍ ଟ୍ରଫି - ହକି ବିଶ୍ବକପ

ଦ୍ବିତୀର ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି ଓଡିଶା । ହକି ବିଶ୍ବକପକୁ ଆଉଟିକେ ପ୍ରୋତ୍ସାହିତ କରିବା ପାଇଁ ସୂକ୍ଷ୍ମଶିଳ୍ପୀ ପ୍ରିୟଙ୍କା ସାହାଣୀ ରୋଷେଇ ସାମଗ୍ରୀରେ ହକି ଟ୍ରଫି ତିଆରି କରିଛନ୍ତି । ଅଧିକ ପଢନ୍ତୁ

Miniature Art of Hockey World cup Trophy

author img

By

Published : Jan 11, 2023, 6:00 PM IST

Miniature Art of Hockey World cup Trophy

ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ । ଦ୍ବିତୀର ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି ଓଡିଶା। ଆସନ୍ତା 13ତାରିଖ ଠାରୁ କ୍ରୀଡାର ମହାକୁମ୍ଭ ଆରମ୍ଭ ହେବ। ଆଜି ଏହି ହକି ବିଶ୍ବକପର ଉଦଘାଟନୀ ଉତ୍ସବ ଥିବା ବେଳେ ଏହି ମହୋତ୍ସବକୁ ଆଉ ଟିକେ ସୁନ୍ଦର ବା ସହରକୁ ଉତ୍ସବ ମୁଖର କରିବାକୁ ଶିଳ୍ପୀ ଓ କଳାକାର ନିଜର ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି । ହକିକୁ ଆଉ ଟିକେ ପ୍ରୋତ୍ସାହିତ କରିବା ପାଇଁ ସୂକ୍ଷ୍ମଶିଳ୍ପୀ ପ୍ରିୟଙ୍କା ସାହାଣୀ ରୋଷେଇ ସାମଗ୍ରୀରେ ବା ସରଞ୍ଜାମରୁ ହକି ଟ୍ରଫି ତିଆରି କରିଛନ୍ତି ।

ତେବେ ଏହାର ଉଚ୍ଚତା 2 ଇଞ୍ଚ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବାକୁ ଏକ ଘଣ୍ଟା ସମୟ ଲାଗିଥିଲା। ପ୍ରିୟଙ୍କା ଏଭଳି ଅନେକ ସୁକ୍ଷ୍ମ କଳାକୃତି କରି ପୂର୍ବରୁ ବେଶ ନାମ ଅର୍ଜନ କରିଛନ୍ତି। କେବଳ ଓଡିଶା ନୁହେଁ ଅନେକ କଳା ସଂସ୍କୃତିର ପ୍ରତିକୃତି କରି ଜାତୀୟ ସ୍ତରରେ ନିଜର ପ୍ରତିଭାର ପ୍ରଦର୍ଶନ କରିଛନ୍ତି । ଦିଆସିଲି ଖୋଳର ଷ୍ଟାଣ୍ଡ ଓ କାଠି, ମଇଦା ଲୁଣରେ ତିଆରି ହୋଇଥିବା ବେଳେ ଗୋଲ ମରିଚରେ ବଲ ପ୍ରସ୍ତୁତ ହୋଇଛି । ଏହି ଟ୍ରଫିଟି ପ୍ରକୃତି ଜାତ ପଦାର୍ଥରେ ହୋଇଥିବା ବେଳେ ଆପଣ ଏହାକୁ ବର୍ଷ ବର୍ଷ ଧରି ସାଇତିକି ରଖିପାରିବେ ବୋଲି କହିଛନ୍ତି ପ୍ରିୟଙ୍କା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.