ETV Bharat / state

Odisha Weather: କାଲିଠୁ ବଦଳିବ ପାଗ, ବଢିବ ଖରା - ବଢିବ ଖରା

ସାମୁଦ୍ରିକ ବାତ୍ୟା ମୋକାର ଓଡ଼ିଶା ଉପରେ ସେପରି କୌଣସି ବିଶେଷ ପ୍ରଭାବ ନଥିବା ବେଳେ ଆସନ୍ତାକାଲିଠୁ ରାଜ୍ୟରେ ବଦଳିବ ପାଗ । ତାପମାତ୍ରା ବଢିବାକୁ ଥିବାରୁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 13, 2023, 6:30 PM IST

କାଲିଠୁ ବଦଳିବ ପାଗ, ବଢିବ ଖରା

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ମୋକା ଅତି ଭୀଷଣ ହୋଇ ମିଆଁମାର ମୁହାଁ ହୋଇଥିବା ବେଳେ ଆସନ୍ତାକାଲି ଦକ୍ଷିଣ ପୂର୍ବ ବାଂଲାଦେଶ ଓ ମିଆଁମାର ଉପକୂଳ ଛୁଇଁବ । ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ନଥିବା ବେଳେ ଆସନ୍ତାକାଲିଠୁ ରାଜ୍ୟରେ ପାଗ ବଦଳିବ । ଏହାସହ ୧୫ ତାରିଖରୁ ହିଟୱେଭର ପ୍ରଭାବ ଦେଖିବାକୁ ମିଳିବ । ଏଥିଲାଗି ୮ ଜିଲ୍ଲାକୁ ହିଟୱେଭ ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ବାତ୍ୟା ମୋକା ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ସାମାନ୍ୟ କୋହଲା ପାଗ ଦେଖିବାକୁ ମିଳିଥିଲା । ସେପଟେ ଆସନ୍ତାକାଲିଠୁ ରାଜ୍ୟରେ ବଦଳିବ ପାଗ ଓ ବଢିବ ଖରା । ଦିନର ତାପମାତ୍ରା ବୃଦ୍ଧି ପାଇବା ସହ ୧୫ ତାରିଖରୁ ଜାରି ହେବ ହିଟୱେଭ ସ୍ଥିତି । ୧୫ ତାରିଖରେ ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନ୍‌ପୁରରେ ହିଟ୍‌ୱେଭ୍‌ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୧୬ରେ ଆଭ୍ୟନ୍ତରୀଣ ଓଡ଼ିଶାର ୮ ଜିଲ୍ଲାକୁ ହିଟ୍‌ୱେଭ୍‌ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହା ବି ପଢନ୍ତୁ- ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ଦୁଇ ବିଭାଗ ଦାୟିତ୍ବ

କାଳବୈଶାଖୀର ପ୍ରଭାବ ରାଜ୍ୟରେ କମିଥିବା ବେଳେ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଗରମ ଓ ଶୁଷ୍କ ବାୟୁ ଏବଂ ସୂର୍ଯ୍ୟଙ୍କ ପ୍ରଖର ସୌର ଶକ୍ତି ଯୋଗୁଁ ରାଜ୍ୟରେ ତାପମାତ୍ରା ଆଗାମୀ ଦିନରେ ୪୫ ଡିଗ୍ରୀ ପାର କରିବ । ଫଳରେ ପ୍ରବଳ ଖରା ସହ ଗରମ ଅନୁଭୂତ ହେବ । ସେପଟେ ପାଣିପାଗ ବିଶେଷଜ୍ଞଙ୍କ ମତ ପାରାଦ୍ଵୀପଠାରୁ ୬୦୦ କିଲୋମିଟର ଓ ଓଡ଼ିଶା ଉପକୂଳରରୁ ୫୦୦ ସହ କିଲୋମିଟର ଦୂରରେ ରହିଛି ବାତ୍ୟା ମୋକା । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ । ଏଥିସହ ୧୪ ଯାଏଁ ମତ୍ସ୍ୟଜୀବୀ ସତର୍କ ରହିବା ଜରୁରୀ ।

ଅନ୍ୟପଟେ ୧୫ରୁ ହିଟୱେଭର ପ୍ରଭାବ ରାଜ୍ୟବାସୀଙ୍କୁ କଲବଲ କରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଯଦିଓ ଓଡ଼ିଶାର ଉପରେ ସାଇକ୍ଲୋନ ପ୍ରଭାବ ବିଶେଷ ନାହିଁ ତଥାପି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ସଚେତନ ରହିବା ଜରୁରୀ । ସେପଟେ ଅତି ଭୀଷଣ ରୂପ ନେଇଥିବା ବାତ୍ୟା ମୋକା ୧୪ ତାରିଖ ମଧ୍ୟାହ୍ନ ସମୟରେ ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାରର କକ୍ସ ବଜାର ଓ କ୍ୟାୟପିୟୁ(ମିଆଁମାର) ମଧ୍ୟରେ ମିଆଁମାରର ସ୍ବଇଟେ ନିକଟରେ ଅତିକ୍ରମ କରିବ । ଏହି ସମୟରେ ପବନ ଘଣ୍ଟାପ୍ରତି ୧୫୦ରୁ ୧୬୯ ସର୍ବାଧିକ ୧୭୫ କିମି ରହିବ । ଫଳରେ ବ୍ୟପାକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.