ETV Bharat / state

ଆସୁଛି ବାତ୍ୟା ! 5 ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା, ୭ ବେଳକୁ ପବନର ବେଗ 60 KM !

author img

By

Published : May 3, 2023, 6:47 PM IST

ଆସନ୍ତା ୬ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପ୍ରଭାବରେ ୭ ତାରିଖ ବେଳକୁ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଅବପାତର ରୂପ ନେବାର ସମ୍ଭାବନନା ରହିଛି । ଏନେଇ ବାତ୍ୟାର ଆଶଙ୍କା ମଧ୍ୟ କରାଯଇପାରେ । ଅନ୍ୟପଟେ ବର୍ତ୍ତମାନର ପାଣିପାଗ ସ୍ଥିତି ଅନୁସାରେ ଓଡିଶାରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗିରହିବ । ଅଧିକ ପଢ଼ନ୍ତୁ

ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ
ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ
ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ସମୟରେ ଅର୍ଥାତ ୭ ତାରିଖ ବେଳକୁ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାସହ ସମୁଦ୍ରର ସମାନ ଅଞ୍ଚଳରେ ଏହି ଲଘୁଚାପଟି ଅବପାତ ରୂପ ନେବାର ସମ୍ଭାବନନା ରହିଛି । ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି କରିବା ସହ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ମୁହାଁଇବାର ସମ୍ଭାବନା ରହିଛି । ଏହି ସମୟରେ ଲଘୁଚାପ ଘନୀଭୂତ ହେବା ପାଇଁ ସମୁଦ୍ରର ପରିପାର୍ଶ୍ଵିକ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି ।

ତେବେ ଏହି ଅନୁକୂଳ ସ୍ଥିତିକୁ ନେଇ ବାତ୍ୟାର ଆଶଙ୍କା ମଧ୍ୟ କରାଯଇପାରିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ କ୍ଷେତ୍ର, ଯାହା ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହେବ, ତାର ଗତିପଥ ଏବଂ ପରବର୍ତ୍ତୀ ତୀବ୍ରତା କଣ ରହିବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ଏହା କେଉଁ ଉପକୂଳ ଛୁଇଁବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । କିନ୍ତୁ ସମ୍ଭାବ୍ୟ ବାତ୍ୟାର ଆଶଙ୍କାକୁ ନେଇ ଆମେ ଲଘୁଚାପର ଗତିବିଧିକୁ ନିରନ୍ତର ପର୍ଯ୍ୟବେକ୍ଷଣ କରୁଛୁ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାସ । ପରବର୍ତୀ ସମୟରେ ଏନେଇ ତଥ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି । ବର୍ତ୍ତମାନ ସମୟରେ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ସ୍ପଷ୍ଟ ହୋଇଛି । ୬ରୁ ୭ ତାରିଖ ବେଳକୁ ପବନର ବେଗ ୬୦ କିମି ପାଖାପଖି ରହିବାର ସମ୍ଭାବନା ରହିଛି । ଏହାପରେ ହିଁ କହିହେବ ଯେ ସମ୍ଭାବ୍ୟ ଲଘୁଚାପର ଓଡିଶା ଉପରେ କଣ ଆଶଙ୍କା ରହିଛି ।

ଅନ୍ୟପଟେ ବର୍ତ୍ତମାନର ପାଣିପାଗ ସ୍ଥିତି ଅନୁସାରେ ଓଡିଶାରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗିରହିବ । ଆଭ୍ୟନ୍ତରୀଣ ଓଡିଶା ସହିତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଆଜି ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ନେଇ ୧୮ ଜିଲ୍ଲାକୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ଅନୁଗୋଳ, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା । ସେହିପରି ଆସନ୍ତାକାଲି ପାଇଁ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନାନ ରହିଛି । ଏଥିପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୪ ଓ ୫ ତାରିଖ ପରେ ରାଜ୍ୟରେ ବର୍ଷା କମିବାର ଅନୁମାନ କରିଛି ପାଣିପାଗ ବିଭାଗ । ତେଣୁ କାଳବୈଶାଖୀର ପ୍ରଭାବ କମିବା ପରେ ୬ ତାରିଖ ପରେ ରାଜ୍ୟରେ ସ୍ବାଭାବିକ ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ବିଶେଷ ଭାବେ ଆଭ୍ୟନ୍ତରୀଣ ଓଡ଼ିଶା, ଯେଉଁଠାରେ ବର୍ତ୍ତମାନ ସ୍ବାଭାବିକ ଠାରୁ ୫ରୁ ୮ ଡିଗ୍ରୀ ତାପମାତ୍ରା କମ ରହିଛି, ସେଠାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.