ETV Bharat / state

Holi Celebration: ସଫେଇ କର୍ମୀଙ୍କ ସହ ରଙ୍ଗ ଖେଳିଲେ ମେୟର

ରାଜଧାନୀବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଜଣାଇ ସଫେଇ କର୍ମୀଙ୍କ ସହ ରଙ୍ଗ ଖେଳିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଅଧିକ ପଢ଼ନ୍ତୁ

Holi Celebration in bhubaneswar
ଭୁବନେଶ୍ବରରେ ହୋଲି ପାଳନ
author img

By

Published : Mar 8, 2023, 2:18 PM IST

Updated : Mar 8, 2023, 2:26 PM IST

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ଏହି ଅବସରରେ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି । ଆନନ୍ଦ ଓ ଉତ୍ସହର ସହ ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ରଙ୍ଗର ପର୍ବ ପାଳନ କରିଛନ୍ତି । ରଙ୍ଗ ଲଗାଇ ରାଜଧାନୀବାସୀ ସମେତ କର୍ପୋରେଟର ସଫେଇ କର୍ମୀଙ୍କ ସହ ହୋଲି ଉତ୍ସବ ମନାଇଛନ୍ତି । ମିଠା ଖୁଆଇ ରଙ୍ଗ ଖେଳିବା ସହ ମହିଳା ସଫେଇ କର୍ମଚାରୀଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମେୟରଙ୍କ ସହ ହୋଲି ପାଳନ କରି ସଫେଇ କର୍ମଚାରୀମାନେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: International Women's Day: ବାଲୁକା କଳାରେ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ସେପଟେ ହୋଲି ରଙ୍ଗରେ ରାଜଧାନୀ ରଙ୍ଗେଇ ହେଉଥିବା ବେଳେ ରଙ୍ଗର ଏହି ପର୍ବକୁ ସହରର ବିଭିନ୍ନ ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଇଛି । ଚଳିତ ଥର ବିନା କଟକଣାରେ ପରସ୍ପରକୁ ରଙ୍ଗ ଲଗାଇ ମଉଜ କରୁଥିବା ଦେଖିବାକୁ ମିଳିଛି । ଏନେଇ ଭୁବନେଶ୍ୱର ମେୟର ସୁଲୋଚନ ଦାସ କହିଛନ୍ତି, " ସମସ୍ତେ ସୁରକ୍ଷିତ ଭାବେ ହୋଲି ପାଳନ କରନ୍ତୁ । ହର୍ବାଲ ରଙ୍ଗରେ ହୋଲି ଖେଳିବା ସହ ରାସ୍ତାରେ ଗାଡି ମଟର ଭଲ ଭାବେ ଚଳାଇବା ଏବଂ ନଦୀ, ପୋଖରୀରେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ: Holi Celebration: ଜୁନାଗଡ ବିଧାୟକଙ୍କ ଘରେ ଉଡିଲା ଫଗୁ, ହୋଲି ଖେଳିଲେ ବିଜେଡି ନେତା

ଅନ୍ୟପଟେ ଆଜି ଆନ୍ତର୍ଜାତିକ ମହିଳା ଦିବସ ହୋଇଥିବା ବେଳେ ସେ ସମସ୍ତଙ୍କୁ ମହିଳା ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଭୁବନେଶ୍ୱରର ୭୦ ଭାଗ ମହିଳା କର୍ପୋରେଟର ଅଟନ୍ତି । ତେଣୁ ଏହି ଅବସରରେ ହୋଲି ଖେଳି ସେମାନଙ୍କ ସହ ମହିଳା ଦିବସ ପାଳନ କରିଛନ୍ତି । ମହିଳା ଦିବସକୁ ନେଇ ମେୟର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହିଳା ସଶକ୍ତିକରଣ ଦିଗରେ ଓଡିଶା ଏକ ନୂଆ ଉଦାହରଣ ଓ ନୂଆ ପରିଚୟ ସୃଷ୍ଟି କରିପାରିଛି । ତେଣୁ ଏହି ପ୍ରଚେଷ୍ଟାକୁ ଆମେ ସମସ୍ତେ ଆଗେଇ ନେବା ଆଉ ନିଜେ ସଶକ୍ତ ହୋଇ ଆମ ପରିବେଶକୁ ସଶକ୍ତ କରିବା । ତେଣୁ ନିଜ ପ୍ରତିଭାକୁ ପଦର୍ଶନ କରି ସର୍ବଦା ଦୂର୍ଗା ଓ ଲକ୍ଷ୍ମୀଙ୍କ ଭଳି ଶକ୍ତି ପଦର୍ଶନ ସହ ନିଜର ସଫଳତା ପ୍ରତିପାଦନ ପାଇଁ କହିଥିଲେ ମେୟର ।

ଇଟିଭି ଭାରତ, ମେୟର

Last Updated : Mar 8, 2023, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.