ETV Bharat / state

ମାଣ୍ଡିଆରୁ ପ୍ରସ୍ତୁତ ଟେଷ୍ଟି ସୁନ୍ଦର କେକ୍‌, ମିଲେଟ୍‌ ଗାର୍ଲ ସସ୍ମିତାଙ୍କ ନୂଆ ପରିଚୟ - ମିଲେଟରେ ପ୍ରସ୍ତୁତ କେକ ଓ ବିସ୍କେଟ

ରାଜଧାନୀର ମିଲେଟ ଗାର୍ଲ ପ୍ରସ୍ତୁତ କରନ୍ତି ସୁନ୍ଦର ସୁନ୍ଦର ମିଲେଟର କେକ । ପରିବାର ଲୋକଙ୍କ ସମର୍ଥନ ନ ଥିବା ବେଳେ ନିଜ ପକେଟ ମନିରୁ କିଣିଥାନ୍ତି କେକ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ । ଅଧିକ ପଢନ୍ତୁ

bhubaneswar girl susmita pati
bhubaneswar girl susmita pati
author img

By

Published : May 10, 2023, 8:50 PM IST

ରାଜଧାନୀର ମିଲେଟ ଗାର୍ଲ

ଭୁବନେଶ୍ବର: ମାଣ୍ଡିଆ ବର୍ତ୍ତମାନ ସମୟରେ ଘରେ ଘରେ ପରିଚିତ । ଦିନ ମଜୁରିଆଠାରୁ ଆରମ୍ଭ କରି ଶିଳ୍ପପତି ସମସ୍ତେ ଖାଇଥାଆନ୍ତି ମିଲେଟ । ଆଜିକାଲି ଶରୀରକୁ ସୁସ୍ଥ ରଖିବା ପାଇଁ ମିଲେଟ୍‌ ଖାଇବାକୁ ଲୋକେ ପସନ୍ଦ କରୁଛନ୍ତି । ମିଲେଟରୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ରାଜଧାନୀର ମିଲେଟ ଗାର୍ଲ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର ମିଲେଟର କେକ୍‌ ସାଙ୍ଗକୁ ବିସ୍କେଟ । ଭୁବନେଶ୍ବରର 21 ବର୍ଷୀୟା ସସ୍ମିତା ପତି । ଯିଏ ବର୍ତ୍ତମାନ ରାଜଧାନୀ କଲେଜ୍‌ରେ ବାଣିଜ୍ୟର 3ୟ ବର୍ଷର ଛାତ୍ରୀ । ସେ ପାଠ ପଢା ସାଙ୍ଗକୁ ମିଲେଟରେ ପ୍ରସ୍ତୁତ କରିଥାନ୍ତି କେକ ଆଉ ବିସ୍କେଟ୍ । ଜୀବନରେ ଗୋଟିଏ ଭଲ ଚାକିରି କରି ବାପା ମାଆଙ୍କର ସ୍ବପ୍ନକୁ ସାକାର କରିବାକୁ ଚେଷ୍ଟା ଚଳାଇଥିବା ବେଳେ ନିଜର ସ୍ବପ୍ନକୁ ମଧ୍ୟ ସାକାର କରିବାକୁ ଉଦ୍ୟମ କରୁଛନ୍ତି ଏହି ମିଲେଟ ଗାର୍ଲ୍ ।

ତେବେ ପରିବାର ଲୋକଙ୍କ ସମର୍ଥନ ନଥିବା ବେଳେ ଘରୁ ଯାହା ପକେଟ ମନି ଦିଆଯାଏ ସେଥିରେ କିଣିଥାନ୍ତି କେକ୍‌ ପାଇଁ ବ୍ୟବହାର ହେଉଥିବା ଜିନିଷ । ବର୍ତ୍ତମାନ ବି ପରିବାର ଲୋକେ ଏହାକୁ ବିରୋଧ ନକଲେ ମଧ୍ୟ ସମର୍ଥନ ବି କରୁନାହାନ୍ତି । ତେବେ ପରିବାର ଲୋକଙ୍କ ବାରଣ ସହ ସାହି ପଡ଼ିଶା ଲୋକଙ୍କ ବିଭିନ୍ନ କଥାକୁ ନେଇ ଭୟଭୀତ ହୋଇ କେବେ ପଛେଇ ନାହାନ୍ତି ସସ୍ମିତା । ସେ ଜଣେ ଭଲ ଛାତ୍ରୀ ରହିଥିବା ବେଳେ ଆଗକୁ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

2020 ମସିହାରେ ଆରମ୍ଭ କରିଥିଲେ ପ୍ରଥମ ଥର ପାଇଁ ଏକ ମିଲେଟ୍‌ ଚକୋଲେଟ୍‌ କେକ୍‌ । କୋଭିଡ ସମୟରେ ଘରେ ରହି ଏପରି ଆରମ୍ଭ କରିଥିଲେ । ଏହାପରେ ସସ୍ମିତା ଆଉ ପଛକୁ ଦେଖିନାହାନ୍ତି । ନିଜର ଇଚ୍ଛା ଶକ୍ତି ଆଉ ଆଗକୁ ପଢ଼ିବାର ଆଗ୍ରହ ଆଜି ସମସ୍ତଙ୍କ ପସନ୍ଦ ପାଲଟିଛନ୍ତି । ପାଠ ପଢା ସହ ଏଭଳି ନିଶାକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟ ସସ୍ମିତା ଅଣ୍ଟା ଭିଡିଛନ୍ତି। ସସ୍ମିତା ପ୍ରଥମେ ନିଜର ସାଙ୍ଗମାନଙ୍କୁ ମିଲେଟରେ ପ୍ରସ୍ତୁତ କେକ୍‌ ଖାଇବାକୁ ଦେଇଥିଲେ । ସାଙ୍ଗମାନେ ଏହାକୁ ପସନ୍ଦ କରିବାରେ ଲାଗିଲେ । ସେହି ଦିନଠାରୁ ଗୋଟିଏ କେକ୍‌ ଓ ବିସ୍କେଟ୍‌ ପ୍ରସ୍ତୁତ କରିବା ଆରମ୍ଭ କରି ନିଜର ବ୍ୟବସାୟକୁ ଆଗକୁ ନେଇଥିଲେ ।

ତେବେ ଏନେଇ ସସ୍ମିତା କହିଛନ୍ତି ଯେ, ତାଙ୍କର ମାସକୁ ଏଭଳି କେକ 20-30ଟି ଅର୍ଡର ଆସିଥାଏ । ସେହିଭଳି ମିଲେଟ୍‌ ବିସ୍କେଟ୍‌ର ମଧ୍ୟ ଅର୍ଡର ଆସିଥାଏ । ସସ୍ମିତା କେବଳ ସୋସିଆଲ ମିଡିଆରେ ସାଙ୍ଗମାନଙ୍କ ସହାୟତାରେ ବିକ୍ରି କରିଥାନ୍ତି । ସମ୍ପୂର୍ଣ୍ଣ ରୂପେ ହାଇଜେନିକ ରହିଥିବା ବେଳେ 100 ଟଙ୍କାରୁ ଆରମ୍ଭ ହୋଇ ଅଧିକ ଟଙ୍କାର କେକ୍‌ ମିଳିପାରିବ । ତେବେ ବିଭିନ୍ନ ଡିଜାଇନର କେକ୍‌ ଯେଭଳି ବାର୍ବି ଡଲ, ରୋଜ୍‌ କେକ, ବିଭିନ୍ନ ଫ୍ଲେବର୍ ଓ ଛୋଟ ବଡ଼ କେକ ମଧ୍ୟ ପ୍ରସ୍ତୁତ କରିଥାନ୍ତି .

ଏହା ମଧ୍ୟ ପଢନ୍ତୁ- ପରିବାର ଶୂନ୍ୟ କଲା ଦଇବ, ସାହାରା ଅପେକ୍ଷାରେ ବେସାହାରା ଭାଇଭଉଣୀ

ଏପଟେ ସସ୍ମିତାଙ୍କ ମା କହିଛନ୍ତି ଯେ, ତାକୁ ଆମେ କେହି ସମର୍ଥନ କରୁ ନଥିଲୁ । ସେ ନିଜେ ପକେଟ ମନିରୁ ଖର୍ଚ୍ଚ କରେ । ସେ କେକ୍‌ ପ୍ରସ୍ତୁତ କରି ବିକ୍ରି କରିଥାଏ । ପରିବାର ଲୋକଙ୍କ ସ୍ବପ୍ନ ଯେ ଝିଅ ଗୋଟେ ଭଲ ଚାକିରି କରିବ । ଏବେ କିନ୍ତୁ ମିଲେଟ୍‌ କେକ୍‌କୁ ନେଇ ସମସ୍ତେ ପ୍ରଶଂସା କରୁଥିବା ବେଳେ ପରିବାର ଲୋକେ ମଧ୍ୟ ଖୁସି ଅନୁଭବ କରୁଛନ୍ତି । ସେହିପରି ସସ୍ମିତାଙ୍କ ପରିବାର ବାପା ଲିଙ୍ଗରାଜଙ୍କ ଜଣେ ସେବାୟତ । ସେବାୟତ ଘର ଝିଅ ବ୍ୟବସାୟ କରନ୍ତି ନାହିଁ । ହେଲେ ଲୋକଙ୍କ ଟାହି ଟାପରା କଥାକୁ ଖାତିର ନକରି ଆଗକୁ ବଢ଼ିବାର ପ୍ରଚେଷ୍ଟା କରିଛି ଝିଅ ବୋଲି କହିଛନ୍ତି ସସ୍ମିତାଙ୍କ ମାଆ ।

ତେବେ ରାଜ୍ୟ ସରକାର ମିଲେଟ୍କୁ ନେଇ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । କିନ୍ତୁ ମିଲେଟର ସମସ୍ତ ଖାଇବା ଜିନିଷ ପ୍ରସ୍ତୁତ ହେଉଥିବା ବେଳେ ବିଶେଷ ଭାବରେ କେକ୍‌ ପ୍ରସ୍ତୁତ କରିବାରେ ଅନେକ ସମସ୍ୟା ହୋଇଥାଏ । ତେବେ ଏହି ସମସ୍ୟାକୁ ଦୂର କରିଛନ୍ତି ରାଜଧାନୀର ମିଲେଟ୍‌ ଗାର୍ଲ୍ ସସ୍ମିତା ପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.