ETV Bharat / state

ନିଜେ ପଢ଼ିଥିବା ବିଶ୍ବବିଦ୍ୟାଳୟକୁ ଆସୁଛନ୍ତି ରାଷ୍ଟ୍ରପତି, ରମାଦେବୀରେ ସ୍ଥିତି ପରଖିଲେ ଡିସିପି - ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

ଫେବୃଆରୀ ୧୦ ତାରିଖରେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତର ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ପରେ ରମାଦେବୀ ବିଶ୍ବବିଦ୍ୟାଳୟକୁ ଏହା ତାଙ୍କର ପ୍ରଥମ ଗସ୍ତ । ଅଧିକ ପଢ଼ନ୍ତୁ

ରମାଦେବୀରେ ସ୍ଥିତି ପରଖିଲେ ଡିସିପି
ରମାଦେବୀରେ ସ୍ଥିତି ପରଖିଲେ ଡିସିପି
author img

By

Published : Feb 7, 2023, 8:22 PM IST

ରମାଦେବୀରେ ସ୍ଥିତି ପରଖିଲେ ଡିସିପି

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୧୦ ଓ ୧୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପୁର୍ବରୁ କାର୍ଯ୍ୟକ୍ରମସ୍ଥଳ ଯାଞ୍ଚ କରିଛି କମିଶନରେଟ ପୋଲିସ । ଏନେଇ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବସ୍ଥଳ ପରିଦର୍ଶନ ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଥିବା ଅତିଥିଙ୍କ ତାଲିକା ଯାଞ୍ଚ କରିଛନ୍ତି ଡିସିପି ଓ ତାଙ୍କ ଟିମ୍‌ ।

ଆସନ୍ତା ୧୦ ଓ ୧୧ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଦିନ ଅର୍ଥାତ ୧୦ ତାରିଖରେ ରମାଦେବୀର ଦ୍ବିତୀୟ ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଦିନ ୪ ଟାରେ ଯୋଗଦେବେ ରାଷ୍ଟ୍ରପତି। ରମାଦେବୀ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମରେ ୧ ଘଣ୍ଟା ଉପସ୍ଥିତ ରହିବେ । ଏହି ଅବସରରେ ୨୮ ଜଣ ଛାତ୍ରୀଙ୍କୁ ସ୍ଵର୍ଣ୍ଣପଦକ ଦେବାସହ ଉଦ୍‌ବୋଧନ ମଧ୍ୟ ଦେବେ । ଭାରତର ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ପରେ ରମାଦେବୀ ବିଶ୍ବବିଦ୍ୟାଳୟକୁ ଏହା ତାଙ୍କର ପ୍ରଥମ ଗସ୍ତ । ନିଜେ ପଢ଼ୁଥିବା ବିଶ୍ବବିଦ୍ୟାଳୟରେ ପ୍ରଥମ ଥର ପାଦ ଦେବେ ରାଷ୍ଟ୍ରପତି । ଏନେଇ ବିଶ୍ବ ବିଦ୍ୟାଳୟରେ ଜୋରଦାର ଚାଲିଛି ପ୍ରସ୍ତୁତି । ରମାଦେବୀ ବିଶ୍ଵବିଦ୍ୟାଳୟରେ ୧୯୭୫ ମସିହାରୁ ୧୯୭୯ ମସିହା ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ଏଠାରେ ପଢୁଥିଲେ । ତେବେ ଏହି ଗସ୍ତର ଦ୍ବିତୀୟ ଦିନ ଅର୍ଥାତ ୧୧ ତାରିଖ ଦିନ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ସହ କଟକସ୍ଥିତ ଧାନ ଗବେଷଣା କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ ରାଷ୍ଟ୍ରପତି ।

ତେବେ ଏନେଇ ଭୁବନେଶ୍ବର ଡିସିପି ଓ ତାଙ୍କ ଅଫିସିଆଲ ରମାଦେବୀ ବିଶ୍ବବିଦ୍ୟାଳୟରେ ପହଞ୍ଚି କୁଳପତିଙ୍କ ସହିତ ଆଲୋଚନା କରିଛନ୍ତି । ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ରହିବାକୁ ଥିବା ଅତିଥି ଛାତ୍ରୀ ଓ କର୍ମଚାରୀଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି । ୧ ଘଣ୍ଟା ଧରି କାର୍ଯ୍ୟକ୍ରମ କିଭଳି ଆୟୋଜନ କରାଯିବ, କାର୍ଯକ୍ରମ କେଉଁ କେଉଁ ପିଲା ଫୁଲ ତୋଡାଦେବେ, କିଏ ସେହିଠାରେ ସ୍ବାଗତ କରିବେ, କାର୍ଯ୍ୟକ୍ରମସ୍ଥଳରେ କେଉଁ କେଉଁ କର୍ମଚାରୀ ରହିବେ ଓ ସୁରକ୍ଷା କିପରି ରହିବ ସେନେଇ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସମେତ ଆଲୋଚନା କରିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.