ETV Bharat / state

କ୍ୟାପିଟାଲ୍ ହସ୍ପିଟାଲରେ ଉତ୍ତେଜନା, ଥାଲାସେମିଆ ରୋଗୀଙ୍କୁ ମିଳୁନି ରକ୍ତ ! - Thalesemia patient not getting blood

ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଉତ୍ତେଜନା, ଥାଲାସେମିଆ ରୋଗୀଙ୍କୁ ରକ୍ତ ମିଳୁନଥିବା ଅଭିଯୋଗ । ଏନେଇ ହସ୍ପିଟାଲର ବାରଣ୍ଡାରେ ଧାରଣା ଦେଲେ ଥାଲାସେମିଆ ରୋଗୀ ଓ ସମ୍ପର୍କୀୟ । ଅଧିକ ପଢନ୍ତୁ

ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଉତ୍ତେଜନା, ଥାଲାସେମିଆ ରୋଗୀଙ୍କୁ ରକ୍ତ ମିଳୁନଥିବା ଅଭିଯୋଗ

author img

By ETV Bharat Odisha Team

Published : Aug 27, 2023, 8:03 AM IST

ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଉତ୍ତେଜନା, ଥାଲାସେମିଆ ରୋଗୀଙ୍କୁ ରକ୍ତ ମିଳୁନଥିବା ଅଭିଯୋଗ

ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରେ ଉତ୍ତେଜନା । ଥାଲାସେମିଆ ରୋଗୀଙ୍କୁ ରକ୍ତ ମିଳୁନଥିବା ଅଭିଯୋଗ । ଏନେଇ ହସ୍ପିଟାଲର ବାରଣ୍ଡାରେ ଥାଲାସେମିଆ ରୋଗୀ ଓ ସମ୍ପର୍କୀୟ ଧାରଣା ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଥାଲାସେମିଆ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ । ଏହାକୁ ବିରୋଧ କରି ଶନିବାର ପୂର୍ବାହ୍ନରେ ବହୁ ସଂଖ୍ୟାରେ ଥାଲାସେମିଆ ରୋଗୀ ଧାରଣା ଦେଇଥିଲେ । ଏହି ଅବସରରେ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ବୁଝାସୁଝା କରିବା ସହିତ ଏ ଦିଗରେ ଏକ ବୈଠକ କରି ପଦକ୍ଷେପ ଗ୍ରହଣ କରିବେ କହିଥିଲେ । କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ ଦିନ ଧରି ଥାଲାସେମିଆ ରୋଗୀଙ୍କୁ ଶଯ୍ୟା ମିଳୁନଥିବା ବେଳେ ଓ ପରୀକ୍ଷା ମଧ୍ୟ ହୋଇ ପାରୁନାହିଁ ।

ଏହାକୁ ନେଇ ଅଭିଯୋଗ କରିଛନ୍ତି ଥାଲାସେମିଆ ରୋଗୀ । ହସ୍ପିଟାଲରେ ଧାରଣା ଦେଇଥିବା ରୋଗୀଙ୍କ କହିବା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ୨୦ଟି ଶଯ୍ୟା ଥିଲା । ଏହାକୁ ଏବେ ୧୩ରେ ସୀମିତ ରଖିଛନ୍ତି । ଏହାଦ୍ବାରା ବହୁ ସଂଖ୍ୟାରେ ରୋଗୀ ଅପେକ୍ଷା କରିବା ସହିତ ହସ୍ପିଟାଲରେ ଭର୍ତ୍ତି ହୋଇନପାରି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଦିଗରେ କର୍ତ୍ତୃପକ୍ଷ ତୁରନ୍ତ ବିଚାର କରିବାକୁ ରୋଗୀମାନେ ଦାବି କରିଛନ୍ତି । ଏହି ଅବସରରେ ବିଧାୟକ ଅନନ୍ତ ନାରାୟଣ ଜେନା କୌଣସି ଏକ କାର୍ଯ୍ୟରେ ହସ୍ପିଟାଲ ଆସିଥିବାବେଳେ ତାଙ୍କୁ ନିଜ ଅସୁବିଧା ସମ୍ପର୍କରେ ରୋଗୀମାନେ ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ ...Dengue Menace: କ୍ୟାପିଟାଲ ହସ୍ପିଟାଲରେ ମିଳୁନି ବେଡ୍, ବାରଣ୍ଡାରେ ଡେଙ୍ଗୁ ରୋଗୀ

କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଡା. ଦିଲୀପ ପଣ୍ଡା କହିଛନ୍ତି, ‘‘ଦୀର୍ଘ ଦିନ ଧରି ଥାଲ୍ଲାସେମିଆ ରୋଗୀଙ୍କୁ ବେଡ଼ ମିଳି ପାରୁନଥିବା ଓ ଟେଷ୍ଟିଙ୍ଗ ହୋଇପାରୁନଥିବା ଅଭିଯୋଗ କରି ଥାଲ୍ଲାସେମିଆ ରୋଗୀମାନେ ଆଜି କ୍ୟାପିଟାଲ ହସ୍ପିଟାଲରେ ଧାରଣାରେ ବସିଥିଲେ । ଥାଲାସେମିଆ ରୋଗୀଙ୍କ ଅନୁସାରେ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ 20ଟି ବେଡ଼ ଥିଲା ହେଲେ ଏବେ ଏହି ସଂଖ୍ୟା 13ଟି ବେଡ଼ କରାଯାଇଛି । ଯାହା ଫଳରେ ଅନେକ ରୋଗୀ ସପ୍ତାହ ସପ୍ତାହ ଧରି ଅପେକ୍ଷା କରି ଆଡମିଶନ ନ ହୋଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।’’ ସେପଟେ ଏହି ସମସ୍ୟା ନେଇ ବିଚରା କରାଯାଉଛି ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷୀକ କହିଛନ୍ତି ।

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.