ETV Bharat / state

​ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭୁବନେଶ୍ବର ଏମ୍ସର ପ୍ରୟାସ

author img

By ETV Bharat Odisha Team

Published : Dec 1, 2023, 9:04 PM IST

ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏମସର ପ୍ରୟାସ । ଆୟୁଷ ବିଭାଗରେ ପ୍ରତିମାସ ପୁଷ୍ୟ ନକ୍ଷତ୍ରରେ ‘ସ୍ବର୍ଣ୍ଣବିନ୍ଦୁ ପ୍ରାସନ’। ଥଣ୍ଡା, କାଶ ରୋକିବା ସହ ପିଲାଙ୍କର ସ୍ମୃତି ଶକ୍ତି ଓ ମେଧାଶକ୍ତି ବଢ଼ାଇବା ନେଇ ସାହାଯ୍ୟ କରିବ। ବିଶେଷ ଭାବରେ ଛୋଟ ଛୋଟ ପିଲାଙ୍କ ଠାରେ ବିଭିନ୍ନ ସମୟରେ ଥଣ୍ଡା, କାଶ ଭଳି ଅନେକ ସାଧାରଣ ସଂକ୍ରମଣ ଦେଖାଦେଇଥାଏ। ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଭୁବନେଶ୍ବର ଏମ୍ସ ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ। ଅଧିକ ପଢନ୍ତୁ

​  ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭୁବନେଶ୍ବର ଏମସର ପ୍ରୟାସ

ଭୁବନେଶ୍ବର: ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏମସର ପ୍ରୟାସ। ଆୟୁଷ ବିଭାଗରେ ପ୍ରତିମାସ ପୁଷ୍ୟ ନକ୍ଷତ୍ରରେ ‘ସ୍ବର୍ଣ୍ଣବିନ୍ଦୁ ପ୍ରାସନ’ କାର୍ଯ୍ୟକ୍ରମ ହେବ। ଥଣ୍ଡା, କାଶ ରୋକିବା ସହ ପିଲାଙ୍କର ସ୍ମୃତି ଶକ୍ତି ଓ ମେଧାଶକ୍ତି ବଢ଼ାଇବା ନେଇ ସାହାଯ୍ୟ କରିବ।

ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏମସର ପ୍ରୟାସ। ଆୟୁଷ ବିଭାଗରେ ପ୍ରତିମାସ ପୁଷ୍ୟ ନକ୍ଷତ୍ରରେ ‘ସ୍ବର୍ଣ୍ଣବିନ୍ଦୁ ପ୍ରାସନ’। ଥଣ୍ଡା, କାଶ ରୋକିବା ସହ ପିଲାଙ୍କର ସ୍ମୃତି ଶକ୍ତି ଓ ମେଧାଶକ୍ତି ବଢ଼ାଇବା ନେଇ ସାହାଯ୍ୟ କରିବ। ବିଶେଷ ଭାବରେ ଛୋଟ ଛୋଟ ପିଲାଙ୍କ ଠାରେ ବିଭିନ୍ନ ସମୟରେ ଥଣ୍ଡା, କାଶ ଭଳି ଅନେକ ସାଧାରଣ ସଂକ୍ରମଣ ଦେଖାଦେଇଥାଏ। ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଭୁବନେଶ୍ବର ଏମ୍ସ ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ। ଏମ୍ସ ଆୟୁଷ ବିଭାଗରେ ଆୟୁର୍ବେଦିକ ଇମ୍ୟୁନାଇଜେସନ ପ୍ରୋଗ୍ରାମ ‘ସ୍ବର୍ଣ୍ଣବିନ୍ଦୁ ପ୍ରାସନ’ ଆରମ୍ଭ କରାଯାଇଛି। ଆୟୁର୍ବେଦ ଦିବସ ଅବସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ବର୍ଷତମାମ ପ୍ରତିମାସ ପୁଷ୍ୟ ନକ୍ଷତ୍ରରେ ଚାଲିବ। ଏହି ଆୟୁର୍ବେଦିକ ଇମ୍ୟୁନାଇଜେସନ କେବଳ ପିଲାଙ୍କ ଥଣ୍ଡା, କାଶ ରୋକିବା ନୁହେଁ ବରଂ ସେମାନଙ୍କ ସ୍ମୃତି ଓ ମେଧାଶକ୍ତି ବୃଦ୍ଧିରେ ବିଶେଷ ଭାବେ ସହାୟକ ହେବ ବୋଲି ଏମ୍ସ ଆୟୁଷ ବିଭାଗ ମୁଖ୍ୟ ଡାକ୍ତର ପ୍ରଶାନ୍ତ କୁମାର ସାହୁ କହିଛନ୍ତି।

ଅଧିକ ପଢନ୍ତୁ- ଭୁବନେଶ୍ବର ଏମ୍ସରେ ECMO ଚିକିତ୍ସା ସଫଳ, ସୁସ୍ଥ ହେଲେ 22 ମାସର ଶିଶୁ

ଏନେଇ ଏମ୍ସ ଆୟୁଷ ବିଭାଗର ମୁଖ୍ୟ ଡାକ୍ତର ପ୍ରଶାନ୍ତ କୁମାର ସାହୁ କହିଛନ୍ତି ଯେ, ନଭେମ୍ବର ମାସରୁ ଏମ୍ସରେ ଆୟୁର୍ବେଦିକ ଇମ୍ୟୁନାଇଜେସନ ପ୍ରୋଗ୍ରାମ ଆରମ୍ଭ ହୋଇଛି। ନଭେମ୍ବର ମାସରେ ପ୍ରଥମ ଦିନରେ ପାଖାପାଖି ୧୨୦ ଜଣ ପିଲାଙ୍କୁ ସ୍ବର୍ଣ୍ଣ ପ୍ରାସନ ବୁନ୍ଦା ଦିଆଯାଇଛି। ବର୍ଷବ୍ୟାପୀ ଏହି କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ହୋଇଥିବାବେଳେ ପ୍ରତିମାସର ପୁଷ୍ୟ ନକ୍ଷତ୍ରରେ ହିଁ ପିଲାଙ୍କୁ ବୁନ୍ଦା ଦିଆଯିବ। ୧ ବର୍ଷରୁ ୧୬ ବର୍ଷର ପିଲା ଏହି କାର୍ଯ୍ୟ କ୍ରମରେ ଭାଗ ନେଇପାରିବେ। ସ୍ବର୍ଣ୍ଣଭସ୍ମ, ବ୍ରାହ୍ମିଘୃତ ଏବଂ ମହୁର ମିଶ୍ରଣରେ ଏହା ପ୍ରସ୍ତୁତ ହୋଇଥିବାବେଳେ ବୟସ ଅନୁଯାୟୀ ପିଲାଙ୍କୁ ୧ ବର୍ଷରୁ ୫ ବର୍ଷର ପିଲାଙ୍କୁ ବୁନ୍ଦା ଦିଆଯାଉଛି। ଆସନ୍ତା କାଲି ଏବଂ ୨୯ ତାରିଖରେ ପୁଷ୍ୟ ନକ୍ଷତ୍ର ପଡ଼ୁଥିବାରୁ ଉକ୍ତଦିନ ପିଲାଙ୍କୁ ‘ସ୍ବର୍ଣ୍ଣବିନ୍ଦୁ ପ୍ରାସନ’ ଦିଆଯିବ। ସକାଳ ୯ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଏମ୍ସ ଆୟୁଷ ବିଭାଗରେ ଏହି କାର୍ଯ୍ୟକ୍ରମ ଜାରି ରହିବ। ଶିଶଙ୍କୁ ସହିତ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ଏଠାରେ ଉପଲବ୍ଧ ବିଭିନ୍ନ ପ୍ରକାର ଚିକିତ୍ସା ସୁବିଧା ମିଳିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.