ETV Bharat / state

ଡିସେମ୍ବର ଶେଷ ସୁଦ୍ଧା ଭୁବନେଶ୍ୱର ହେବ ଷଣ୍ଢମୁକ୍ତ ସହର: ମେୟର

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଭୁବନେଶ୍ବର ହେବ ଷଣ୍ଢମୁକ୍ତ ସହର । ରାଜଧାନୀରେ ଷଣ୍ଢଙ୍କ ଅବାଧ ବିଚରଣ ଯୋଗୁଁ ଦେଖା ଦେଉଥିବା ଟ୍ରାଫିକ ସମସ୍ୟା ଓ ସଡକ ଦୁର୍ଘଟଣାରେ ରୋକ ଲାଗିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର । ଅଧିକ ପଢ଼ନ୍ତୁ

ଡିସେମ୍ବର ଶେଷ ସୁଦ୍ଧା ଭୁବନେଶ୍ୱର ହେବ ଷଣ୍ଢମୁକ୍ତ ସହର

author img

By

Published : Dec 14, 2022, 11:03 PM IST

ଡିସେମ୍ବର ଶେଷ ସୁଦ୍ଧା ଭୁବନେଶ୍ୱର ହେବ ଷଣ୍ଢମୁକ୍ତ ସହର

ଭୁବନେଶ୍ବର : ରାଜଧାନୀରେ ବଢୁଛି ଷଣ୍ଢଙ୍କ ଦୌରାତ୍ମ୍ୟ । ରାଜରାସ୍ତାରେ କରୁଛନ୍ତି ଅବାଧ ବିଚରଣ । ଏହାକୁ ନେଇ ବଢୁଛି ଟ୍ରାଫିକ ସମସ୍ୟା ଓ ସଡକ ଦୁର୍ଘଟଣା । ବୁଲା ଗୋରୁଗାଈଙ୍କ ପାଇଁ ଅତିଷ୍ଠ ହେଲେଣି ରାଜଧାନୀବାସୀ । ଷଣ୍ଢ ଆକ୍ରମଣରେ ଜୀବନ ଯିବା ସହ ଗୁରୁତର ଆହତ ହେଲେଣି ଅନେକ । ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ବିଏମସି ।

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର ଆଣିଛି ବିଏମସି । ଡିସେମ୍ବର ଶେଷ ସୁଦ୍ଧା ଭୁବନେଶ୍ୱରକୁ ଷଣ୍ଢମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖିଛି ବିଏମସି । ଦିନକୁ ଦିନ ରାଜଧାନୀର ରାଜରାସ୍ତାରେ ବୃଦ୍ଧି ପାଇବାରେ ଲାଗିଛି ଷଣ୍ଢ ଓ ଗୋରୁଗାଈଙ୍କ ପ୍ରାଦୁର୍ଭାବ । ଏହାଦ୍ୱାରା କେବଳ ଯେ ଟ୍ରାଫିକ ସମସ୍ୟା ଉପୁଜୁଛି ଏହା ନୁହେଁ ବରଂ ସଡକ ଦୁର୍ଘଟଣା ଯୋଗୁଁ ଅନେକ ମୃତାହତ ହେଉଛନ୍ତି । ଆଗକୁ ବିଶ୍ୱକପ ହକି । ଏହାକୁ ଦୃଷ୍ଟିରେ ରଖି ତଥା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବ୍ୟାପକ ହୋଇଛି ଷଣ୍ଢ ଓ ଗୋରୁଗାଈ ଉଠାଣ ଅଭିଯାନ ।

ସୂଚନାନୁସାରେ ଗତ ଦୁଇଦିନ ତଳେ ଷଣ୍ଢ ଆକ୍ରମଣରେ ୨ନମ୍ବର ୱାର୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଥିଲେ । ଏଥିପାଇଁ ବିଏମସିର ୩ଟି ଜୋନରେ ୩ଟି ସଂସ୍ଥାକୁ ନିୟୋଜିତ କରାଯାଇଛି । ବିଏମସି ପକ୍ଷରୁ ରାସ୍ତାରୁ ଗୋରୁ ହଟାଇବା ଜାରି ରହିଥିବା ବେଳେ ଏହାକୁ ବ୍ୟାପକ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୮ଶହରୁ ଅଧିକ ଗୋରୁଗାଈଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗତ ରାତିରେ କେବଳ ୫୯ଟି ଷଣ୍ଢଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଷଣ୍ଢ ଓ ଗୋରୁଗାଇଙ୍କୁ ଜାମୁକୋଳି, ଜଟଣୀ, ପୁରୀ ଓ ଚୌଦ୍ୱାର ଗୋଶାଳାରେ ରଖାଯିବ । ସେପଟେ ଭୁବନେଶ୍ୱରକୁ ବିଶ୍ୱକପ ପୂର୍ବରୁ ଅର୍ଥାତ ଡିସେମ୍ବର ଶେଷ ସୁଦ୍ଧା ଷଣ୍ଢମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

ରାସ୍ତାରୁ ଗୋରୁଗାଈଙ୍କୁ ଉଠାଇବା ସହ ସେମାନଙ୍କ ମାଲିକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମେୟର । ଅନ୍ୟପଟେ ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଯେତିକି ଦାୟୀ ସମ୍ପୃକ୍ତ ଗୋରୁଗାଈଙ୍କ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ତାହାଠାରୁ ଅଧିକ ଦାୟୀ । ବିଏମସି ପକ୍ଷରୁ ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ ଫୋକସ ନକରି ସମଗ୍ର ଭୁବନେଶ୍ୱରର ରାସ୍ତା ଉପରୁ ଗୋରୁଗାଇଙ୍କୁ ହଟାଇବା ନେଇ ବିଏମସି ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଡିସେମ୍ବର ଶେଷ ସୁଦ୍ଧା ରାଜଧାନୀକୁ ଷଣ୍ଢମୁକ୍ତ ସହର ଘୋଷଣା କରିବା ନେଇ ବିଏମସିର ଲକ୍ଷ୍ୟ ହାସଲ ହେଲେ ଭୁବନେଶ୍ୱର ଦେଶର ପ୍ରଥମ ତଥା ଏକମାତ୍ର ଷଣ୍ଢମୁକ୍ତ ସହର ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.