ETV Bharat / state

ଫଟୋରେ ରହିଯିବ ଶିମିଳିପାଳ ଅଭୟାରଣ୍ୟ, ଧୂପ ଦେଲା ଭଳି ଆସୁଛି ଅନୁଦାନ: ଭଞ୍ଜ ସେନା

ଶିମିଳିପାଳ ବଞ୍ଚାଇବାକୁ ଭଞ୍ଜସେନା ପକ୍ଷରୁ ପ୍ରେସମିଟ୍ କରାଯାଇଛି । ଶାସକ ଓ ବିରୋଧୀଙ୍କ ଅଣଦେଖା ଯୋଗୁଁ ଶିମିଳିପାଳ ସତ୍ତା ହରାଇବାକୁ ଯାଉଛି କହି ଅଭିଯୋଗ ବାଢିଛି ଭଞ୍ଜସେନା । ଅଧିକ ପଢନ୍ତୁ

ଶିମିଳିପାଳ ବଞ୍ଚାଇବାକୁ ପ୍ରୟାସ
ଶିମିଳିପାଳ ବଞ୍ଚାଇବାକୁ ପ୍ରୟାସ
author img

By

Published : Jul 26, 2023, 9:49 PM IST

ଶିମିଳିପାଳ ବଞ୍ଚାଇବାକୁ ପ୍ରୟାସ

ଭୁବନେଶ୍ବର: "ନିର୍ବାଚିତ ପ୍ରତିନିଧିଙ୍କ ଗୁଲାମଗିରି ଓ ସରକାରଙ୍କ ଧୂପ ଦେଲା ଭଳି ଅନୁଦାନ ଯୋଗୁଁ ଆଖ୍ୟା ହରାଇବାକୁ ଯାଉଛି ଶିମିଳିପାଳ । ଯାହାକୁ ନେଇ ଲୋକେ ଆଉ ଆଗକୁ ଶିମିଳିପାଳ ଅଭୟାରଣ୍ୟ ଦେଖିବେନି କିଛି ଦିନ‌ ପରେ କେବଳ ଫଟୋରେ ହିଁ ଦେଖିପାରିବେ ।" ଏଭଳି କହି ଆଜି ଭୁବନେଶ୍ୱରରେ ପ୍ରେସମିଟ୍ ଯୋଗେ କ୍ଷୋଭ ଝାଡ଼ିଛି ଭଞ୍ଜ ସେନା । ଏନେଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଛନ୍ତି, "ରକ୍ତ ରଞ୍ଜିତ ହେଉଥିବା ଶିମିଳିପାଳକୁ ଏବେଠୁ ନବଞ୍ଚାଇଲେ ଆଗକୁ ଏହା ଭୟଙ୍କର ଆନ୍ଦୋଳନର ରୂପ ନେବ । କାରଣ ମୟୁରଭଞ୍ଜ ଶିମିଳିପାଳ ପ୍ରତି ଶାସକ ଓ ବିରୋଧୀଙ୍କ ଅଣଦେଖା ଯୋଗୁଁ ଆଜି ସତ୍ତା ହରାଇବାକୁ ଯାଉଛି ଶିମିଳିପାଳ । କାରଣ ଲୋପ ପାଇଗଲେଣି କଳା ବାଘ (Black Melanistic Tigers) ।"

ସେ ଆହୁରି ମଧ୍ୟ କହିଛନ୍ତି, "ସରକାରଙ୍କ ମନ୍ଦିର ରୂପାନ୍ତରଣରୁ ବଞ୍ଚିତ କଳା ମୁଗୁନି ପଥରର ମନ୍ଦିର ଖିଚିଂ ପ୍ରତି ଧୂପ ଦେଲା ଭଳି ଅନୁଦାନକୁ ନେଇ ମୟୁରଭଞ୍ଜବାସୀଙ୍କ ମନରେ ଅସନ୍ତୋଷ ତେଜିଛି । ପଲ୍ଲୀରୁ ଦିଲ୍ଲୀ ଯାଏଁ ଅବହେଳିତର ସ୍ବର ପହଞ୍ଚାଇବାକୁ ଭଞ୍ଜ ସେନା ପ୍ରୟାସ ଜାରି ରଖିଥିବାବେଳେ ସରକାରଙ୍କ ଅବହେଳାରୁ ଶିମିଳିପାଳ ଏବେ ନିଜର ଆଖ୍ୟା ହରାଇବାକୁ ଯାଉଛି । ଔଷଧୀୟ ଗଛ ସବୁ ନଷ୍ଟ ହୋଇଯାଉଛି । ଚାରା ରୋପଣ ଆଳରେ ଅଭୟାରଣ୍ୟରେ ଦୁର୍ନୀତି କରାଯାଉଛି । ଗୁଇନ୍ଦା ବିଭାଗ ପାଖରେ କେଉଁ ପଞ୍ଚାୟତର କେତେ ଭୋଟ ଖବର ଅଛି ଅଥଚ ଶିମିଳିପାଳର ଖବର କିପରି ପହଞ୍ଚିପାରୁନି ତାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି। ଶିମିଳିପାଳ ପ୍ରସଙ୍ଗକୁ ବିଧାନସଭାରେ ଉଠୁନାହିଁ କି ଶିମିଳିପାଳ ପାଇଁ ଯାହା ଦରକାର ସେପରି ଅନୁଦାନ ମିଳୁନାହିଁ । ତେଣୁ ସରକାର ତୁରନ୍ତ ପଦକ୍ଷେପ ନେଇ ଏହାକୁ ବଞ୍ଚାଇବାକୁ ପ୍ରୟାସ କରନ୍ତୁ ।"

"ତେବେ ବିଶ୍ବରେ ଖିଚିଂ ମନ୍ଦିରର ବେଶ ଚାହିଦା ରହିଛି । କଳା ମୁଗୁନି ପଥରର ଏହି ମନ୍ଦିରକୁ ଇଲେକ୍ସନ ପୁର୍ବରୁ ନେତା ମୁଣ୍ଡିଆ ମାରିବାକୁ ଆସନ୍ତି ଆଉ ଜିତିଲେ ବି ମୁଣ୍ଡିଆ ମାରିବାକୁ ଆସନ୍ତି । ହେଲେ ଧୂପ ଦେଲା ଭଳି ମନ୍ଦିରକୁ ଅନୁଦାନ ଦେଇ ସରକାର ମୟୁରଭଞ୍ଜବାସୀଙ୍କ ଭାବାବେଗକୁ କୁଠାରଘାତ କରିଛନ୍ତି । ଏପରିକି ଏବେ ସେହି ଅଭୟାରଣ୍ୟ ପ୍ରାଣୀ ତସ୍କରିଙ୍କ ଆଡ୍ଡା ପାଲଟିଛି" ବୋଲି କହିଛନ୍ତି ଭଞ୍ଜସେନା ପ୍ରତିଷ୍ଠାତା ।

ଏହାସହ ବନ୍ଧୁକ ତିଆରି କାରଖାନା ଭଳି ବେଆଇନ କାର୍ଯ୍ୟ କରାଯାଉଛି । ଏପରିକି ଜଙ୍ଗଲ ଓ ପରିବେଷ ବିଭାଗରେ କର୍ମଚାରୀ ଅଭାବରୁ ଜନ୍ତୁ ଶିକାର ପରି ଏବେ ସେଠାରେ ଲୋକଙ୍କୁ ବି ଶିକାର କଲାଭଳି ହତ୍ୟା କରାଯାଉଛି । ଏନେଇ ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଆହ୍ବାନ କରିଛି ଭଞ୍ଜସେନା । ଏହିସବୁ ଦିଗ ପ୍ରତି ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏକ ଗଣ ଧାରଣା ହେବ ବୋଲି କଡ଼ା ଚେତାବନୀ ଦିଆଯାଇଛି ।

ଏହା ବି ପଢନ୍ତୁ...ହାତୀ ଦାନ୍ତ ବିକ୍ରୟ ପାଇଁ ଚାଲିଥିଲା ଡିଲ୍, ମାଡି ବସିଲା ବନବିଭାଗ

ତେବେ 'ଶିମିଳିପାଳ' ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ । ସୁଉଚ୍ଚ ପର୍ବତ ଶିଖର ଯଥା ଖୈରିବୁରୁ (୧୧୭୮ ମି.) ଓ ମେଘାସନୀ (୧୧୫୮ ମି.) ପର୍ଯ୍ୟଟକମାନଙ୍କୁ ବେସ ଆକୃଷ୍ଟ କରିଥାଏ । ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ,ପଳପଳା, ଖଡ଼ଖାଇ, ଖଇରୀ,ଭଣ୍ଡନ, ଦେଓ ନଦୀ ଭଳି ୧ଟି୧ ନଦୀ ଶିମିଳିପାଳରୁ ବାହାରି ଶାଖା ମେଲାଇଛନ୍ତି । ଭାରତର ଦ୍ବିତୀୟ ସର୍ବୋଚ୍ଚ ଜଳପ୍ରପାତ ବରେହିପାଣି (୪୦୦ ମି.)ର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.