ETV Bharat / state

ଲକ ଡାଉନ: ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ବେଗୁନିଆ ପୋଲିସ - coronavirus khaber

ଲକ ଡାଉନକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଲା ବେଗୁନିଆ ପୋଲିସ । ବିଭିନ୍ନ ଗାଁ ଓ ବଜାରରେ ଲୋକଙ୍କୁ ମହାମାରୀ କୋରୋନାକୁ ନେଇ ସଚେତନ କରିଛନ୍ତି ।

begunia-police-reached-out-to-the-people-with-the-lock-down
ଲକ ଡାଉନକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଲା ବେଗୁନିଆ ପୋଲିସ
author img

By

Published : Mar 27, 2020, 3:08 PM IST

ଖୋର୍ଦ୍ଧା: ସାରା ବିଶ୍ବରେ ଏବେ କୋରୋନା ଆତଙ୍କ । ଆମ ଦେଶର ପ୍ରଧାନମନ୍ତ୍ରୀ ଭାରତକୁ ଲକ ଡାଉନ ଘୋଷଣା କରି କୌଣସି ବ୍ୟକ୍ତି ଘରୁ ନ ବାହାରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ତେବେ ଲକ ଡାଉନର ପ୍ରଭାବ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି । ବିଭିନ୍ନ ଗାଁ ଓ ବଜାରରେ ଲୋକଙ୍କୁ ସଚେତନ କରୁଛନ୍ତି ।

ଲକ ଡାଉନକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଲା ବେଗୁନିଆ ପୋଲିସ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ପକ୍ଷରୁ ବିଭିନ୍ନ ବଜାର ଓ ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ଏ ଦୃଶ୍ୟ ଦେଖିବାକୁ ମିଳିଛି । ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ମାନେ ଲୋକଙ୍କୁ ଘରୁ ନ ବାହାରିବା ନିମନ୍ତେ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । କୋରୋନା ଭଳି ମାରାତ୍ମକ ଭାଇରସକୁ ଏଡ଼ାଇବାକୁ ହେଲେ ଆମେ ସମସ୍ତେ ଜଣେ ଜଣେ ସୈନିକ ହେବାକୁ ପଡିବ ବୋଲି ଥାନା ଅଧିକାରୀ ଲୋକଙ୍କୁ ସଚେତନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.