ETV Bharat / state

ଗାଁଗାଁ ବୁଲି କୋରୋନା ସଚେତନ କରୁଛି ବେଗୁନିଆ ପୋଲିସ

author img

By

Published : Apr 17, 2020, 4:02 PM IST

ଟାଣ ଖରାକୁ ଖାତିର ନକରି ଥାନା ଅଧିକାରୀ ନିଜ ଥାନାର ପୋଲିସକର୍ମୀଙ୍କୁ ନେଇ ଗାଁଗାଁ ବୁଲି କୋରୋନାଠୁ ସତର୍କ ରହିବା ପାଇଁ ଲୋକଙ୍କୁ କରୁଛନ୍ତି ସଚେତନ । ଅଧିକ ପଢନ୍ତୁ...

ଗାଁ ଗାଁ ବୁଲି କୋରୋନା ସମ୍ପର୍କରେ ସଚେତନ କରୁଛି ବେଗୁନିଆ ପୋଲିସ

ଖୋର୍ଦ୍ଧା: ପୋଲିସ ହେଉଛି ସାଧାରଣ ଲୋକଙ୍କ ବନ୍ଧୁ । ଏକଥାକୁ ପ୍ରମାଣିତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଧିକାରୀ । ଟାଣ ଖରାକୁ ଖାତିର ନକରି ଥାନା ଅଧିକାରୀ ନିଜ ଥାନାର ପୋଲିସକର୍ମୀଙ୍କୁ ସାଥିରେ ନେଇ ଗାଁଗାଁ ବୁଲି କୋରୋନା ଠୁ ସତର୍କ ରହିବା ପାଇଁ ଲୋକଙ୍କୁ କରୁଛନ୍ତି ସଚେତନ ।

ଘରୁ ବାହାରକୁ ନବହାରିବା, ଜରୁରୀ କାମରେ ବାହାରିଲେ ମାସ୍କ ପିନ୍ଧିବା, ଏକାଧିକ ଲୋକ ଏକଠି ନହେବା ପାଇଁ ସଚେତନ କରୁଛନ୍ତି ବେଗୁନିଆ ଥାନା ଅଧିକାରୀ । ସେହିପରି ଆପଣମାନେ ଘରେ ସୁରକ୍ଷିତ ରୁହନ୍ତୁ, ଆମେ ଆପଣଙ୍କ ପାଇଁ ବାହାରେ ସଜାଗ ରହିଛୁ ବୋଲି ସେ କହିଛନ୍ତି । କୋରୋନା ମୁକାବିଲା କରିବା ପାଇଁ ଏକମାତ୍ର ଅସ୍ତ୍ର ସଚେତନତା । ଏହି ବାର୍ତ୍ତାକୁ ବିଭିନ୍ନ ଗ୍ରାମରେ ଚାଲିଚାଲି ଲୋକଙ୍କୁ ଥାନାଧିକାରୀ ସଚେତନ କରୁଥିବା ଘଟଣାକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.