ETV Bharat / state

ଗାଁ ଦାଣ୍ଡରେ ପାଳିଲେ ବାଟ ଓଷା: ଘଣ୍ଟଘଣ୍ଟା ସହ ହୁଳହୁଳିରେ କମ୍ପିଲା ପୁରା ପରିବେଶ - ଦାଣ୍ଡ ପହଁରା ଓଷା

ଖୋର୍ଦ୍ଧାରେ ପାଳିତ ହେଲା ବାଟ ଓଷା’ ବା ‘ଦାଣ୍ଡ ପହଁରା ଓଷା’। ପୂଜାକଲେ ବ୍ରତଧାରୀ ମହିଳା । ଅଧିକ ପଢନ୍ତୁ

ଗାଁ ଦାଣ୍ଡରେ ପାଳିଲେ ବାଟ ଓଷା : ଘଣ୍ଟଘଣ୍ଟା ସହ ହୁଳହୁଳିରେ କମ୍ପିଲା ପୁରା ପରିବେଶ

author img

By

Published : Dec 20, 2021, 10:44 PM IST

ଖୋର୍ଦ୍ଧା : ଓଡିଶାରେ ବାର ମାସରେ ତେର ପର୍ବ ଆମେ ପାଳନ କରିଥାଉ । ଆଉ ଓଡ଼ିଶାର ଗ୍ରାମୀଣ ପରମ୍ପରାରେ ଯମଙ୍କୁ ସନ୍ତୁଷ୍ଟ କରିବାପାଇଁ ଅନେକ ଲୋକପର୍ବ ଓ ଓଷାବ୍ରତ ଆଦି ପାଳନ କରାଯାଇଥାଏ । ସେଥି ମଧ୍ୟରୁ ଅନ୍ୟତମ ହେଉଛି ‘ବାଟ ଓଷା’ ବା ‘ଦାଣ୍ଡ ପହଁରା ଓଷା’। ଏହି ଓଷା ଗାଁ ଦାଣ୍ଡରେ ପାଳିତ ହେଉଥିବାରୁ, ଏପରି ନାମକରଣ ହୋଇଛି । ଏହି ଓଷା ପାଳନ ଟିକେ କଠିନ।

ଗାଁ ଦାଣ୍ଡରେ ପାଳିଲେ ବାଟ ଓଷା : ଘଣ୍ଟଘଣ୍ଟା ସହ ହୁଳହୁଳିରେ କମ୍ପିଲା ପୁରା ପରିବେଶ

ନାରୀମାନେ ଦିନସାରା ଉପବାସ ରହି, ସ୍ୱାଦିଷ୍ଟ ପିଠାପଣା ସହିତ ଉଖୁଡ଼ା, କଦଳୀ, ଆଖୁ ଓ ମୂଳା ଆଦି ନୈବେଦ୍ୟ ରଖି, ଏକ ବଜ୍ରମୂଳି ଗଛରେ ତାହାକୁ ଘୋଡ଼ାଇ ତିନିମୁହାଣି ସ୍ଥାନକୁ ନେଇ ଯାଆନ୍ତି। ସେଠାରେ ଆଗରୁ ଏକ ଗାତ ଖୋଳି ତାହାର ଚାରି ପାଖକୁ ଲିପାପୋଛା କରାଯାଇ ଥାଏ । ଫୁଲରେ ସଜେଇ ଚନ୍ଦନ, ସିନ୍ଦୂର ଓ ଧୂପ ଦେଇ ବଜ୍ରମୂଳି ଡାଳ ରଖି ପୂଜା କରାଯାଏ । ଆଉ ପୂଜା ସରିବା ପରେ ସେହି ତିନି ମୁହାଣି ଦାଣ୍ଡକୁ ବଜ୍ରମୂଳିରେ ଓଳାଯାଏ । ଏହି ବ୍ରତ ପାଳନ କଲେ ଅପୁତ୍ରିକ ନାରୀ ପୁତ୍ର ଲାଭ କରିବା ସହ ନିର୍ଧନି ଧନଲାଭ କରିଥାଏ ବୋଲି ଶାସ୍ତ୍ରରେ ଉଲେଖ ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.