ETV Bharat / state

ବାତ୍ୟା ପରର ବରୁଣେଇ.... - ବରୁଣେଇ

ବରୁଣେଇ ପାହାଡ । ସମ୍ପତ୍ତି କହିଲେ ସବୁଜ ବୃକ୍ଷଲତା । ହେଲେ ସୌନ୍ଦର୍ଯ୍ୟର ଗନ୍ତାଘରଟିଏ । ଯାହା ଏବେ ବାତ୍ୟା ‘ଫନି’ ପ୍ରଭାବରେ ଶ୍ରୀହୀନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 15, 2019, 1:49 PM IST

ଖୋର୍ଦ୍ଧା: କାନ୍ଦୁଛି ଘଞ୍ଚ ଜଙ୍ଗଲ ଭରା ବରୁଣେଇ । ସବୁଜ ପରିବେଶ ପୂର୍ଣ୍ଣ ପାହାଡ ଆଜି ଶ୍ମଶାନ ସଦୃଶ । ପର୍ଯ୍ୟଟକଙ୍କ ଆଗମନରେ ଉଲ୍ଲାସିତ ସଂସ୍କୃତି ଓ ଐତିହ୍ୟର ମୂକସାକ୍ଷୀ ଏବେ ଏକା ଏକା । ନା ଶୁଭୁଛି ଶାଗୁଆନିର ସୁ ସୁ ଶବ୍ଦ ନା ଚମକୁଛି ସବୁଜିମାର ସୌନ୍ଦର୍ଯ୍ୟ । ବାତ୍ୟା ‘ଫନି’ ବରୁଣେଇକୁ କରିଦେଇଛି ନିଶବ୍ଦ ଏବଂ ନିର୍ଜିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

କେତେ ବୃକ୍ଷଲତାଙ୍କୁ କୋଳରେ ଧରି ଝଟକୁଥିଲା ବରୁଣେଇ । ହଜାର ହଜାର ଶାଗୁଆନ ଗଛରେ ଥିଲା ପରିପୂର୍ଣ୍ଣ । ଏହାର ସୌନ୍ଦର୍ଯ୍ୟରେ ଅବିଭୂତ ହୋଇଯାଉଥିଲେ ପର୍ଯ୍ୟଟକ । ପାଇକ ଆନ୍ଦୋଳନ ସଂସ୍କୃତି ଓ ଐତିହ୍ୟର ମୂକସାକ୍ଷୀ ଏହି ପାହାଡକୁ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଧାଇଁ ଆସୁଥିଲେ । ଏହାରି କୋଳରେ ବସି କବି ଓ ଲେଖକଙ୍କ କଲମରୁ ପରିବେଶର ସୌନ୍ଦର୍ଯ୍ୟ ଚିତ୍ରିତ ହେଉଥିଲା । ହେଲେ ଏବେ ସବୁ ଖାଁ ଖାଁ । ନା ଶୁଭୁଛି ପକ୍ଷୀଙ୍କ ରାବ ନା ନାଚୁଛି ବଣ ମୟୂର ।

କିଛି ଦିନ ପୂର୍ବରୁ ଆସିଥିବା ବାତ୍ୟା ‘ଫନି’ ହିଁ ଏବେ ବରୁଣେଇକୁ ଏମିତି କରିଦେଇଛି । ବହୁ ଗଛ ଉପୁଡି ପଡିଛି । ସବୁଜିବା ଭରା ପାହାଡ ଥୁଣ୍ଟା ପରି ମନେ ହେଉଛି । 4 ହଜାରରୁ ଉର୍ଦ୍ଧ୍ବ ଶାଗୁଆନ ଗଛ ଭାଙ୍ଗିଯାଇଥିବା ବନବିଭାଗ କହିଛି । ଅପେକ୍ଷା, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ । ନିର୍ଦ୍ଦେଶ ଆସିବା ମାତ୍ରେ ପୁଣିଥରେ ବରୁଣେଇକୁ ସବୁଜ ସୁନ୍ଦର କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଖୋର୍ଦ୍ଧା ବନସଂଗ୍ରକ୍ଷକ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug - ଶ୍ରୀହୀନ ହୋଇଛି ବରୁଣେଇ

Format-AVB

Place-khurda,15.5.19

Visual-mojo

ଆଙ୍କର : ପାଇକ ଆନ୍ଦୋଳନର ସଂସ୍କୃତି ଓ ଐତିହ୍ୟର ମୂକସାକ୍ଷୀ ଖୋର୍ଦ୍ଧା ବରୁଣେଇ ପାହାଡ଼ । ଏଠାକାର ପ୍ରକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାପାଇଁ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ଲାଗେ ଏଠାରେ । ଗୋଟିଏ ଦିନର ବାତ୍ୟା ଫନି ଏହାକୁ ଛାରଖାର କରିଦେଇଛି । ସାମୁଦ୍ରିକ ଝଡ଼ ଫନି ବରୁଣେଇ ପାହାଡରେ ଥିବା ବହୁ ମୂଲ୍ୟବାନ ଗଛ ଭାଙ୍ଗି ଦେଇଛି । ଖୋର୍ଦ୍ଧା ବନବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ବରୁଣେଇ ସଂରକ୍ଷିତ ଜଙ୍ଗଲରେ ପ୍ରାୟ 4ହଜାର ମୂଲ୍ୟବାନ ସାଗୁଆନ ଗଛ ଭାଙ୍ଗିପଡିଛି । ଯାହା ଏଠାକାର ସୌନ୍ଦର୍ଯ୍ୟମୟ ପରିବେଶକୁ ଉଜାଡ଼ି ଦେଇଛି । ବାତ୍ୟା ଚାଲିଯିବା ଇତିମଧ୍ୟରେ 12ଦିନ ବିତି ଯାଇଥିଲେ ମଧ୍ୟ ପୁନଶ୍ଚ କିପରି ଏହାକୁ ସବୁଜ ସୁନ୍ଦର କରାଯିବ ସେନେଇ ବନ ବିଭାଗ ରାଜ୍ୟ ସରକାରଙ୍କ ନିର୍ଦେଶକୁ ଅନାଇ ବସିଛି ।

ବାଇଟ- ଦିଲୀପ ରାଉତ,ସହକାରୀ ବନ ସଂରକ୍ଷକ ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.