ETV Bharat / state

ବାଣପୁର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା: ଆହତଙ୍କୁ ଭେଟିଲେ ଅରୂପ ଓ ପ୍ରଶାନ୍ତ

author img

By

Published : Aug 20, 2021, 7:03 AM IST

ଖୋର୍ଦ୍ଧା ଜିଲ୍ଲା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଆହତଙ୍କୁ ଡାକ୍ତରଖାନାରେ ଭେଟିଲେ 'ଓଡ଼ିଶା ମୋ ପରିବାର' ଆବାହକ ଅରୂପ ପଟ୍ଟନାୟକ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଅଧିକ ପଢନ୍ତୁ...

ବାଣପୁର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା: ଆହତଙ୍କୁ ଭେଟିଲେ 'ଓଡ଼ିଶା ମୋ ପରିବାର' ଆବାହକ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ 'ଓଡ଼ିଶା ମୋ ପରିବାର' ଆବାହକ ଅରୂପ ପଟ୍ଟନାୟକ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଭୁବନେଶ୍ୱର ଏମ୍ସରେ ବାଣପୁର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତିମାନଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି(ଗୁରୁବାର) ସକାଳ ୭ଟା 30 ସମୟରେ ଖୋର୍ଦ୍ଧା ବାଣପୁର ସ୍ଥିତ ଗମ୍ଭାରିମୁଣ୍ଡା ଗ୍ରାମରେ ଏକ ଘରେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇଥିଲା । ଗନ୍ଧ ଜାଣିପାରି କେତେକ ପଡ଼ୋଶୀ ଗ୍ୟାସ୍ ଲିକକୁ ବନ୍ଦ କରିବାକୁ ଘର ଭିତରକୁ ପ୍ରବେଶ କରିଥିଲେ । ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ସେଠାରେ ଅଗ୍ନି ସଂଯୋଗ ହୋଇଯିବାରୁ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଫଳରେ ୪ ଜଣ ବ୍ୟକ୍ତିଙ୍କର ୯୦ ଭାଗ ଶରୀର ପୋଡ଼ିଯାଇ ଥିବାବେଳେ ୨ ଜଣଙ୍କର ୭୦ ଭାଗ ଶରୀର ପୋଡ଼ି ହୋଇଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବାବେଳେ ଜଣେ କଟକ ବଡ଼ ମେଡ଼ିକାଲର ଭର୍ତ୍ତି ହୋଇଛନ୍ତି ।

'ଓଡ଼ିଶା ମୋ ପରିବାର' ଆବାହକ ଅରୁପ ପଟ୍ଟନାୟକ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏମସ୍ ଯାଇ ଡାକ୍ତରଙ୍କୁ ଭେଟି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ସେମାନଙ୍କର କିପରି ଉତ୍ତମ ଚିକିତ୍ସା କରାଯାଇପାରିବ ସେ ବିଷୟରେ ଆଲୋଚନା ମଧ୍ୟ କରିଥିବା ଜଣାପଡିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.