ETV Bharat / state

ବିଜେଡି ନେତାଙ୍କୁ ବିଜେପିର ଆକ୍ରମଣ, ବାଲୁଗାଁ ମଣ୍ଡଳ ସଭାପତି ଗିରଫ - ବାଲୁଗାଁରେ ବିଜେଡି ନେତାଙ୍କୁ ବିଜେପିର ଆକ୍ରମଣ

ବାଲୁଗାଁ ମଣ୍ଡଳ ସଭାପତି ଗିରଫ । ଗତ ସୋମବାର ଘଟିଥିବା ଗଣ୍ଡଗୋଳ ନେଇ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଗିରଫ କରାଯାଇଛି। ଅଧିକ ପଢ଼ନ୍ତୁ

balugaon constituency president arrested
ବିଜେଡି ନେତାଙ୍କୁ ବିଜେପିର ଆକ୍ରମଣ, ବାଲୁଗାଁ ମଣ୍ଡଳ ସଭାପତି ଗିରଫ
author img

By

Published : Jan 5, 2022, 10:20 AM IST

ଖୋର୍ଦ୍ଧା : ବାଲୁଗାଁ ମଣ୍ଡଳ ସଭାପତି ଗିରଫ । ଗତ ସୋମବାର ଘଟିଥିବା ଗଣ୍ଡଗୋଳ ନେଇ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଗିରଫ କରାଯାଇଛି।

ଘଟଣା ଅନୁଯାୟୀ, ବାଲୁଗାଁସ୍ଥିତ ଚିଲିକାରାଣୀ ଇଂରାଜୀ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା । ଏହାର ସ୍ଥାପନା ପାଇଁ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ପାଣ୍ଠିରୁ ଦଶ ଲକ୍ଷ ଟଙ୍କାର ଅନୁଦାନ କରାଯାଇଥିଲା । ତେବେ ଏହାକୁ କିଛି ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଏପରିକି ବିଜେଡ଼ି ନେତାଙ୍କୁ ବନ୍ଧୁକ ଦେଖାଇ କିଛି ବିଜେପି ନେତା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

ବିଜେଡି ନେତାଙ୍କୁ ବିଜେପିର ଆକ୍ରମଣ, ବାଲୁଗାଁ ମଣ୍ଡଳ ସଭାପତି ଗିରଫ

ଅଭିଯୋଗ ମୁତାବକ, ନିରଞ୍ଜନ ସେଠୀ ବାଲୁଗାଁ ଏନଏସି କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କୁ ଆକ୍ରମଣ କରିଥିଲେ। ଏବଂ ତାଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଏନେଇ କୃଷ୍ଣଚନ୍ଦ୍ର ବେହେରା ବାଲୁଗାଁ ଥାନା ପୋଲିସ ନିକଟରେ ଏକ ମାମଲା ରୁଜୁ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ କେସ ନମ୍ବର ୩/୨୦୨୨ରେ ଏକ ମାମଲା ରୁଜୁ ହୋଇଛି । ଏଥିସହ ଦଫା ୨୯୪, ୩୨୩, ୩୪୧, ୩୭୯, ୫୦୬, ୩୪ ଆଇପିସି ଆର୍ମ ଆକ୍ଟ ୨୫ ଏବଂ ୨୭ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.