ETV Bharat / state

ବାଲିପାଟଣା ଆଶିଷ ହତ୍ୟାକାଣ୍ଡ ଘଟଣା : ତିନି ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

author img

By

Published : Jul 19, 2022, 6:29 PM IST

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବୋଧଖଣ୍ଡି ଗାଁ ଆଶିଷ ହତ୍ୟାକାଣ୍ଡ ଘଟଣାରେ ଜେଲ୍‌ରେ ଥିବା ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି ବାଲିପାଟଣା ପୋଲିସ । ହତ୍ୟା ସମ୍ପର୍କିତ ଅଧିକ ତଥ୍ୟ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ | ଅଧିକ ପଢନ୍ତୁ

ବାଲିପାଟଣା ଆଶିଷ ହତ୍ୟାକାଣ୍ଡ ଘଟଣା : ତିନି ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ
ବାଲିପାଟଣା ଆଶିଷ ହତ୍ୟାକାଣ୍ଡ ଘଟଣା : ତିନି ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ନିଆଳି: ଦୁଇ ଦିନିଆ ରିମାଣ୍ଡରେ ତିନି ଅଭିଯୁକ୍ତ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବୋଧଖଣ୍ଡି ଗାଁ ଆଶିଷ ହତ୍ୟାକାଣ୍ଡ ଘଟଣାରେ ଜେଲ୍‌ରେ ଥିବା ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି ବାଲିପାଟଣା ପୋଲିସ ।

ୁବାଲିପାଟଣା ଆଶିଷ ହତ୍ୟାକାଣ୍ଡ ଘଟଣା : ତିନି ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ସୂଚନା ମୁତାବକ, ଏକତରଫା ପ୍ରେମକୁ କେନ୍ଦ୍ର କରି ବାଲିଅନ୍ତା ଥାନା ଶିଶିଲୋ ଗାଁର ଆଶିଷ ଓଝାଙ୍କୁ ହତ୍ୟା କରାଯାଇଥିଲା । ପରେ ଘଟଣାର ତଦନ୍ତ କରି ବାଲିପାଟଣା ପୋଲିସ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ତିନି ଅଭିଯୁକ୍ତ ରାଜ କିଶୋର ଦାସ, ଦୁର୍ଯ୍ୟୋଧନ ବେହେରା ଏବଂ ରାକେଶ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟଙ୍କ ଅନୁମତି ପରେ ଦୁଇ ଦିନିଆ ରିମାଣ୍ଡରେ ଆଣିଛି ବାଲିପାଟଣା ପୋଲିସ । ହତ୍ୟା ସମ୍ପର୍କିତ ଅଧିକ ତଥ୍ୟ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ |

ସେପଟେ ହତ୍ୟାକାଣ୍ଡ ପରଠାରୁ ଏବେ ଯାଏଁ ଆଶିଷଙ୍କ ମୋବାଇଲ ମିଳିନାହିଁ । ଆଶିଷକୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ମୋବାଇଲକୁ ନଦୀକୁ ଫିଙ୍ଗି ଦେଇଥିଲେ । ଆଶିଷଙ୍କ ମୋବାଇଲକୁ ଉଦ୍ଧାର କରିବା ନିମନ୍ତେ ଧନୁଆ ନଦୀରେ ଅଗ୍ନିଶମ ବାହିନୀ ଅନୁସନ୍ଧାନ ଜାରି ରଖିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.