ETV Bharat / state

Balasore Train Tragedy:କଂଗ୍ରେସ ଓ ଟିଏମସିକୁ ରାଜ୍ୟ ବିଜେପିର କଡା ପ୍ରହାର - ବାଲେଶ୍ବର ରେଳ ଦୁର୍ଘଟଣା

ବାହାନଗା ରେଳ ଦୁର୍ଘଟଣା ପରେ ରଳମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ । ଏହାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ମମତା ବାନାର୍ଜୀ ସମୟରେ ଦ୍ବିତୀୟ ବଡ ଦୁର୍ଘଟଣା ହୋଇଥିଲା ସେତେବେଳେ ସେ କଣ ଇସ୍ତଫା ଦେଇଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ

କଂଗ୍ରେସ ଓ ଟିଏମସିକୁ ରାଜ୍ୟ ବିଜେପିର କଡା ପ୍ରହାର

author img

By

Published : Jun 7, 2023, 10:53 PM IST

କଂଗ୍ରେସ ଓ ଟିଏମସିକୁ ରାଜ୍ୟ ବିଜେପିର କଡା ପ୍ରହାର

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏହାକୁ ନେଇ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମୃତଦେହ ଉଦ୍ଧାର ବେଳେ ସବୁ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଯେଉଁମାନେ ଏ ଅଭିଯୋଗ ଆଣିଛନ୍ତି ସେମାନେ ଜାଣିବା ଦରକାର ଉଦ୍ଧାର ବେଳେ ରାଜ୍ୟ ସରକାରଙ୍କର ଅଧିକାରୀ, ସ୍ଵେଚ୍ଛାସେବୀ, ରେଲୱେ ଅଧିକାରୀ ସବୁ ଥିଲେ । ଅପରେସନ ବେଳେ ମୃତଦେହକୁ କିଭଳି ରଖାଯିବ କେନ୍ଦ୍ରମନ୍ତ୍ରୀଙ୍କର ଓ ପ୍ରଧାନମନ୍ତ୍ରୀଙ୍କର କଡା ନିର୍ଦ୍ଦେଶ ଥିଲା ।

ପୃଥ୍ୱୀରାଜ କହିଛନ୍ତି," ଆହତମାନଙ୍କୁ ଘଟଣା ପରଦିନ କ୍ଷତିପୂରଣ ଆର୍ଥିକ ସହାୟତା ଦିଆଯାଇଥିଲା । ମୃତାହତମାନଙ୍କୁ ଦୁଇଦିନ ଭିତରେ ପଇସା ଦିଆଯାଇଛି । ଭାରତରେ ବହୁ ରେଳ ଦୁର୍ଘଟଣା ହୋଇଛି କିନ୍ତୁ କୌଣସି ସ୍ଥାନରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ଓ ଏହା ଉପରେ ତର୍ଜମା କରିବା କେବେ ହୋଇନଥିଲା । ଏହା ଆମ ପାଇଁ ବଡ କଥା କି ପ୍ରଧାନମନ୍ତ୍ରୀ ଆସି ସବୁ ପ୍ରକାର ବ୍ୟବସ୍ଥା କରାଇଥିଲେ । ଏତଦ ବ୍ୟତୀତ ପ୍ରଧାନମନ୍ତ୍ରୀ ନିଜର ତିନି ଜଣ ମନ୍ତ୍ରୀଙ୍କୁ କାମରେ ନିୟୋଜିତ କରିଥିଲେ । ଯଦି ଏହାକୁ କିଏ ସମାଲୋଚନା କରିବ ତାହା ଶୋଭାପାଉ ନାହିଁ। ସେହିପରି ରେଳ ଚଳାଚଳ ତିନିଦିନ ମଧ୍ୟରେ ସ୍ବାଭାବିକ ହେଲା । ତେଣୁ ଯେଉଁମାନେ ଅଭିଯୋଗ ଆଣିଛନ୍ତି ସେମାନେ ଦେଶର ଲୋକଙ୍କୁ ଭ୍ରମିତ କରିବା ପାଇଁ କହୁଛନ୍ତି । ମୃତଦେହ କୁ କଣ କିଏ ଚୋରି କରି ନେଇଗଲେ କି ?"

ପୃଥ୍ବୀରାଜ ଆହୁରି କହିଛନ୍ତି, "କଂଗ୍ରେସ ସରକାର ସମୟରେ ରେଳ ଦୁର୍ଘଟଣା ହୋଇଥିଲା । ସେଥିରେ କଣ ତାଙ୍କ ମନ୍ତ୍ରୀ ଇସ୍ତଫା ଦେଇଥିଲେ ? ମମତା ବାନାର୍ଜୀ ସମୟରେ ଦ୍ବିତୀୟ ବଡ଼ ଦୁର୍ଘଟଣା ହୋଇଥିଲା ସେତେବେଳେ ସେ କଣ ଇସ୍ତଫା ଦେଇଥିଲେ ? କଂଗ୍ରେସ ଅବାନ୍ତର ଅଭିଯୋଗ ଆଣିଛି । ତେଣୁ ଏହାକୁ ନେଇ ରାଜନୈତିକ ସମାଲୋଚନା ନକରି ପରସ୍ପରକୁ ସହଯୋଗ କରିବା ଆବଶ୍ୟକ । କଂଗ୍ରେସ ହୀନ ରାଜନୀତି ବନ୍ଦ କରୁ । ସିବିଆଇ ତଦନ୍ତ କରୁଛି ସତ ସାମ୍ନାକୁ ଆସିଯିବ ବୋଲି କହିଛନ୍ତି ।"

ସେହିପରି ଗତକାଲି ବରିଷ୍ଠ ନେତା ବିଜୟ ମହାପାତ୍ର ଯେଉଁ ମନ୍ତବ୍ୟ ଦେଇଥିଲେ ସେଇଟା ତାଙ୍କ ବ୍ୟକ୍ତିଗତ କଥା । ସେ କେଉଁ ଉଦ୍ଦେଶ୍ୟରେ କହିଛନ୍ତି ସେ ଜାଣିଥିବେ । ସେହିଭଳି ପୂର୍ବତନ ମନ୍ତ୍ରୀ ସମୀର ଦେ ଆଜି ବିଜୟ ମହାପାତ୍ରଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଛନ୍ତି । ବିଜୟଙ୍କ ମନ୍ତବ୍ୟ ଦେଶବାସୀଙ୍କୁ ଭ୍ରମିତ ପାଇଁ ଉଦ୍ଧିଷ୍ଟ। ତେଣୁ ବିଜୟ ବାବୁ ଜନସାଧାରଣ ଙ୍କୁ ଭ୍ରମିତ କରିବା ପାଇଁ ଯେତେ ଦାୟିତ୍ବହୀନ ତଥା ବେପରୁଆ ମନ୍ତବ୍ୟ ଦେଲେ ମଧ୍ୟ ଏହାର କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.