ETV Bharat / state

ବସ୍ ମାଲିକ ସଂଘରେ ଫାଟ, ଲକ୍ଷ୍ମୀ ବସକୁ ବାଲେଶ୍ଵର ମାଲିକ ସଂଘର ସମର୍ଥନ

author img

By ETV Bharat Odisha Team

Published : Oct 26, 2023, 1:08 PM IST

ବସ୍ ମାଲିକ ସଂଘରେ ଫାଟ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ସମର୍ଥନ କରିଛି ବାଲେଶ୍ବର ବସ ମାଲିକ ସଂଘ । ଅଧିକ ପଢନ୍ତୁ

ଲକ୍ଷ୍ମୀ ବସ ଯୋଜନାକୁ ବାଲେଶ୍ଵର ବସ ମାଲିକ ସଂଘର ସମର୍ଥନ
balasore bus owners association
ଲକ୍ଷ୍ମୀ ବସ ଯୋଜନାକୁ ବାଲେଶ୍ଵର ବସ ମାଲିକ ସଂଘର ସମର୍ଥନ

ଭୁବନେଶ୍ବର: ଘରୋଇ ବସ ମାଲିକ ସଂଘ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଦୁଇ ଫାଳ ହୋଇଛି ଘରୋଇ ବସ ମାଲିକ ସଂଘ । ସଂଘ ଗୋଟିଏ ହେଲେ ମତ ଅଲଗା । ସରକାରଙ୍କ ଲକ୍ଷ୍ମୀ ବସ ଚଳାଚଳକୁ ବାଲେଶ୍ଵର ଘରୋଇ ବସ ମାଲିକ ସଂଘର ସମର୍ଥନ କରିଛି । ଆଜି ସରକାରଙ୍କ ସହିତ ବସିଥିବା ବୈଠକରେ ବାଲେଶ୍ଵର ଘରୋଇ ବସ ମାଲିକ ସଂଘ ଉପସ୍ଥିତିକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ ।

ଆଜି ରାଜ୍ୟ ସରକାରଙ୍କ ସହ ରାଜ୍ୟ ଘରୋଇ ବସ ମାଲିକ ସଂଘରେ ଏକ ବୈଠକ ଥିଲା । ଖାରବେଳ ନଗର ଭବନରେ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ବୈଠକରେ ବାଲେଶ୍ବର ବସ ମାଲିକ ସଂଘଙ୍କୁ ସାଥୀରେ ନେଇନାହିଁ ରାଜ୍ୟ ଘରୋଇ ବସ ମାଲିକ ସଂଘ । ବୈଠକରେ ଯୋଗ ଦେବାକୁ ଯାଇଥିବା ବାଲେଶ୍ବର ବସ ମାଲିକ ସଂଘଙ୍କୁ ବିରୋଧ କରିଛି । ଏହାପରେ ବୈଠକରେ ଯୋଗ ନ ଦେଇ ଫେରି ଆସିଥିଲେ ବାଲେଶ୍ବର ସଂଘ ସଭାପତି ବାଦଲ ଦାସ ।

ବୈଠକରୁ ଫେରି ବାଲେଶ୍ବର ସଂଘ ସଭାପତି ବାଦଲ ଦାସ କହିଛନ୍ତି, ଲକ୍ଷ୍ମୀ ବସ ଯୋଜନାକୁ ବାଲେଶ୍ବର ବସ ମାଲିକ ସଂଘ ସମର୍ଥନ କରୁଛି । ଲୋକଙ୍କ ସ୍ବାର୍ଥକୁ ବିରୋଧ କରୁଥିବା ରାଜ୍ୟ ସଂଘକୁ ସମର୍ଥନ ଦେବୁ ନାହିଁ । ରାଜ୍ୟ ବସ ମାଲିକ ସଂଘ ଦ୍ୱାରା ନିଆଯାଇଥିବା ବସ ଚଳାଚଳ ବନ୍ଦ ନିଷ୍ପତ୍ତିକୁ ଗ୍ରହଣ କରିବୁ ନାହିଁ । ଯଦି ନୀତିଗତ ଭାବରେ ନିଷ୍ପତ୍ତି ହେବ ଆମେ ଆନ୍ଦୋଳନକୁ ଯିବୁ ନାହିଁ । ଲକ୍ଷ୍ମୀ ଯୋଜନାରେ ସରକାର ବ୍ଲକରୁ ପଞ୍ଚାୟତକୁ ରିହାତି ଦରରେ ବସ ଚଳାଚଳ ପାଇଁ ଯେଉଁ ନିଷ୍ପତ୍ତି ହୋଇଛି ଏହାଦ୍ୱାରା ଘରୋଇ ବସଗୁଡ଼ିକର ବ୍ୟବସାୟ ପ୍ରଭାବିତ ହେବ ନାହିଁ।''

ଏହି ବି ପଢନ୍ତୁ...ସାରା ରାଜ୍ୟରେ ବନ୍ଦ, ବାଲେଶ୍ୱରରୁ ଗଡୁଛି ବସ

ଏହା ବି ପଢନ୍ତୁ...Bus Strike Row: ସରକାର-ବସ୍ ମାଲିକ ସଂଘ ଆଲୋଚନା ଆରମ୍ଭ, ବାହାରିବ କି ନିଷ୍କର୍ସ

ପ୍ରକାଶ ଥାଉ କି, ଗତ ଅକ୍ଟୋବର 20 ତାରିଖରେ ବସ ଧର୍ମଘର କରିଥିଲା ଘରୋଇ ବସ୍ ମାଲିକ ସଂଘ । ରାଜ୍ୟରେ ସବୁ ଜିଲ୍ଲାରେ ଏହି ଧର୍ମଘଟ ହୋଇଥିଲା । ମାତ୍ର ବାଲେଶ୍ବର ଜିଲ୍ଲାରେ ବସ୍ ଗଡିଥିଲା । ବାଲେଶ୍ବରକୁ ଛାଡି ଦେଲେ ଅନ୍ୟ କୌଣସି ଜିଲ୍ଲାରେ ଗୋଟିଏ ବି ବସ ଗଡି ନଥିଲା ଫଳରେ ଦଶହରା ଘରକୁ ଯିବା ଲୋକେ ହଇରାଣ ହୋଇଥିଲେ । ବିକଳ୍ପ ଭାବେ ଟ୍ରେନରେ ଯାତ୍ରା କରିବାକୁ ବାଛିଥିଲେ । ବସ ଚାଲୁନଥିଲା ଫଳରେ ଟ୍ରେନରେ ଅସମ୍ଭାଳ ଭିଡ ହୋଇଥିଲା । ଏହା ଛଡା ପ୍ରାଇଭେଟ ଗାଡି କରି ଅଧିକ ଟଙ୍କା ଦେଇ ଘରକୁ ଯିବାକୁ ଲୋକ ବାଧ୍ୟ ହୋଇଥିଲେ । ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରି ରାଜ୍ୟବ୍ୟାପୀ ଘରୋଇ ବସ ମାଲିକ ସଂଘ ଧର୍ମଘଟ କରିଥିଲା ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ସରକାରଙ୍କ ସହ ଆଲୋଚନା ପରେ ଲିଖିତ ପ୍ରତିଶ୍ରୁତି ନମିଳିବାରୁ ଘରୋଇ ବସ ମାଲିକ ସଂଘ ଧର୍ମଘଟ କରିଥିଲେ । ମାତ୍ର ବାଲେଶ୍ବର ଜିଲ୍ଲା ବସ ମାଲିକ ସଂଘ ଏହାକୁ ସମର୍ଥନ କରିନଥିଲା । ଦଶହରା ପର୍ବରେ ଏପରି ବସ ଧର୍ମଘଟକୁ ସମର୍ଥନ ନକରି ଜିଲ୍ଲାରେ ବସ ଚଳାଚଳ ସ୍ବଭାବିକ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.