ETV Bharat / state

ରାମେଶ୍ବରରୁ ବାହୁଡ଼ିଲେ ପ୍ରଭୁ ଲିଙ୍ଗରାଜ, ଆଜି ପହଞ୍ଚିବେ ମନ୍ଦିରରେ - ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ରବିବାର ଅନୁଷ୍ଠିତ ହୋଇଯାଇଛି ଶ୍ରୀଲିଙ୍ଗରାଜ ପ୍ରଭୁଙ୍କ ବାହୁଡ଼ା ଯାତ୍ରା । ରଥ ଟଣା ଚାଲିଥିବା ବେଳେ ବାଧକ ସାଜିଲେ ଉଠାଦୋକାନୀ ଓ ଗଛ ଡାଳ । ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପାରିଲାନି ରଥ । ଆଜି ଅପରାହ୍ନ ୩ଟାରୁ ରଥ ଟଣା ପୁଣି ଆରମ୍ଭ ହେବ । ଅଧିକ ପଢନ୍ତୁ

ରାମେଶ୍ବରରୁ ବାହୁଡ଼ିଲେ ଶ୍ରୀଲିଙ୍ଗରାଜ
ରାମେଶ୍ବରରୁ ବାହୁଡ଼ିଲେ ଶ୍ରୀଲିଙ୍ଗରାଜ
author img

By

Published : Apr 3, 2023, 8:23 AM IST

ରାମେଶ୍ବରରୁ ବାହୁଡ଼ିଲେ ଶ୍ରୀଲିଙ୍ଗରାଜ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପ୍ରଭୁ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଅଧାବାଟରେ ଅଟକିଲା ରୁକୁଣା ରଥ । ରଥାରୂଢ଼ ପ୍ରଭୁ ଲିଙ୍ଗରାଜ ଗୋସାଗରେଶ୍ବର ଛକଠାରୁ ଅନତି ଦୂରରେ ତଥା ତିନିମୁଣ୍ଡିଆ ଛକଠାରୁ ପଛରେ ଅଟକି ରହିଛନ୍ତି । ଫଳରେ ବାହୁଡା ଯାତ୍ରାରେ ମନ୍ଦିରକୁ ଫେରି ପାରିନାହାନ୍ତି ମହାପ୍ରଭୁ ଲିଙ୍ଗରାଜ, ଭଉଣୀ ମା’ ରୁକ୍ମିଣୀ ଓ ପ୍ରଭୁ ଦୋଳଗୋବିନ୍ଦ । ଆଜି ଅପରାହ୍ନ ୩ଟାରୁ ରଥ ଟଣା ପୁଣି ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା । ରଥଟଣା ସମୟରେ ବାଧକ ସାଜିଛନ୍ତି ଉଠାଦୋକାନୀ ଓ ଗଛ ଡାଳ ।

ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜ ରୁକୁଣା ରଥରେ ରାମେଶ୍ୱର ମନ୍ଦିର ଯାତ୍ରା କରିଥିଲେ । ରବିବାର ଥିଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ମହୋତ୍ସବ । ତେଣୁ ବିଧି ଓ ପରମ୍ପରା ଅନୁସାରେ ପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ପ୍ରତ୍ୟାବର୍ତ୍ତନ ଲାଗି ସ୍ୱତନ୍ତ୍ର ନୀତି କରାଯାଇଥିଲା । ଭୋର ୬ଟାରେ ମଙ୍ଗଳ ଆଳତୀ, ଭୋର୍ ସାଢ଼େ ୬ଟାରୁ ପୂର୍ବାହ୍ନ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହୋଇଥିଲା । ପରେ ରୁକୁଣା ରଥରେ ଚାରି ଘୋଡ଼ା ଲାଗିବା ସହ ଚାରମାଳ ବନ୍ଧା ଯାଇଥିଲା । ଅପରାହ୍ନ ୧ଟା ପରେ ଅଧର ପଣା ନୀତି ଅନୁଷ୍ଠିତ ହୋଇଥିଲା । ଖରା ଯୋଗୁଁ ଅପରାହ୍ନ ୩ଟା ପରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଥିଲା ।

୩ଟା ୪୫ ସୁଦ୍ଧା ପ୍ରଭୁ ଲିଙ୍ଗରାଜ ରଥାରୂଢ଼ ହୋଇଥିଲେ । ଏହାପରେ ରଥରେ ଠାକୁରଙ୍କୁ ପୂଜା କରାଯାଇଥିଲା। ଚାରମାଳ ଖୋଲାଯାଇ ଅପରାହ୍ନ ୪ଟା ୧୫ମିନିଟ୍ରେ ରଥ ଟଣା ଆରମ୍ଭ ହୋଇଥିଲା । ହର ହର ମହାଦେବ, ଜୟ ଶ୍ରୀ ଲିଙ୍ଗରାଜ, ଓଁ ନମଃ ଶିବାୟ, ହରିବୋଲ, ହୁଳହୁଳି ଶବ୍ଦରେ ଗଗନପବନ ପ୍ରକମ୍ପିତ ହୋଇଥିଲା । ଘଣ୍ଟ ଧ୍ୱନି ରଥଦାଣ୍ଡକୁ ପ୍ରକମ୍ପିତ କରିଥିଲା । ଆନନ୍ଦ ଉଲ୍ଲାସରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ନେଇଥିଲେ । କିନ୍ତୁ ଗୋସାଗରେଶ୍ବର ଛକ ଅତିକ୍ରମ କରିବା ସମୟରେ ସୂର୍ଯ୍ୟାସ୍ତ ହୋଇଯିବାରୁ ପ୍ରାୟ ୬ଟା ୩୫ରେ ରଥ ଟଣା ବନ୍ଦ ରହିଥିଲା ।

ଅନ୍ୟପଟେ ରଥ ଟଣା ସମୟରେ ବ୍ୟାପକ ଅନିୟମିତତା ନଜରକୁ ଆସିଥିଲା । ରାସ୍ତାକଡ଼ରୁ ଉଠାଦୋକାନୀଙ୍କୁ ହଟାଇବାରେ ପ୍ରଶାସନ ବିଫଳ ହୋଇଥିବା ସ୍ପଷ୍ଟ ହୋଇଥିଲା । ରାମେଶ୍ବର ମନ୍ଦିରରୁ ବାହାରିବା ପରେ କିଛି ଦୂର ଗଲା ପରେ ରଥକୁ ପଛକୁ ନନେଇ ମାଢ଼ି ଦେଇ ରାସ୍ତାକୁ ଆଣିବାକୁ କାଠିକର ପାଠ ହୋଇଥିଲା । ଏହି ସମୟରେ ରାସ୍ତାକଡ଼ରେ ଥିବା ଫାଷ୍ଟଫୁଡ ଦୋକାନରେ ରଥ ଘଷି ହୋଇଥିଲା ।ପରେ ବରଗଛର ଡ଼ାଳ କଟାଯାଇ ନଥିବାରୁ ରଥ କିଛି ସମୟ ଲାଗି ସେଠାରେ ଫସି ରହିଥିଲା । ସେହିପରି ଆଉ କିଛି ଦୂର ଗଲା ପରେ ନୂଆ କରି ରାସ୍ତାରେ ବସିଥିବା ଏକ ଇଲେକ୍ଟ୍ରି ଖୁଣ୍ଟ ଲାଗି ରଥ ଟଣା ଅଟକିଥିଲା ।

ଯେନତେଣ ଉପାୟରେ ଶ୍ରଦ୍ଧାଳୁ ରଥକୁ ବାହାର କରି ଆଣିଥିଲେ । ତେବେ ରଥ ରୋଡରେ ବେଆଇନ ଦୋକାନ ବଜାର ହଟାଇବା ଲାଗି କମିଶନରେଟ ପୋଲିସ ଓ ଭୁବନେଶ୍ବର ମହାନଗର ନିଗମ ସମସ୍ତ ବ୍ୟବସ୍ଥା କରିଥିବା ଢ଼ିଣ୍ଡିମ ପିଟୁଥିବାବେଳେ ଏ ସବୁ ବୃଥା ଉଦ୍ୟମ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ସନ୍ଧ୍ୟା ହୋଇ ଯିବାରୁ ରଥଟଣା ବନ୍ଦ ହୋଇଛି । ଆଜି ୩ଟା ବେଳେ ପୁଣି ରଥ ଟଣା ହେବ । ତେବେ ରଥ ଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି କମିଶନରେଟ ପୋଲିସ, ମନ୍ଦିର ପ୍ରଶାସନ ଓ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.