ETV Bharat / state

ରଥ ନୁହଁ ଡଙ୍ଗାରେ କାଳିଆ ଯାଏ ମାଉସିମା ଘର - LORD JAGANNATH

ଚିଲିକାର କଙ୍କଣଶିଖରୀରେ ଜଗନ୍ନାଥ ମହାପ୍ରଭୁ ଡଙ୍ଗାରେ ନିଜ ମାଉସିମା ଘରକୁ ଯାଆନ୍ତି । ବାହୁଡା ଯାତ୍ରା ଅବସରରେ ମଧ୍ୟ ଏଠାରେ ବହୁଳ ଭକ୍ତଙ୍କ ସମାଗମ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 12, 2019, 9:39 PM IST

Updated : Jul 12, 2019, 10:06 PM IST

ଖୋର୍ଦ୍ଧା: ସମଗ୍ର ପୃଥିବୀରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସ୍ଥଳ ଭାଗରେ ଅନୁଷ୍ଠିତ ହୋଇଥାଏ । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ ଚିଲିକା ବ୍ଲକ କଙ୍କଣଶିଖରୀରେ । ଏଠାରେ ମହାପ୍ରଭୁ ସ୍ଥଳ ଭାଗରେ ନ ଯାଇ ଚିଲିକାର ନୀଳ ଜଳରାଶିରେ ମାଉସିମା ଘରକୁ ଯାଇଥାନ୍ତି । ଯାହା ବିଶ୍ବର ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ । ବାହୁଡା ଯାତ୍ରା ଅବସରରେ ଏଠାରେ ମଧ୍ୟ ମହାପ୍ରଭୁ ନିଜ ଦେଉଳକୁ ବାହୁଡିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବାହୁଡାଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତି ନବଦିନାତ୍ମକ ଯାତ୍ରା ସାରି ଡଙ୍ଗାରେ ବାହୁଡ଼ିଛନ୍ତି । ଭକ୍ତମାନଙ୍କ ଗହଣରେ ଘଣ୍ଟ, ଘଣ୍ଟା, ଖୋଳର ତାଳରେ ମହାପ୍ରଭୁ ବାହୁଡିଛନ୍ତି । ଏଠାରେ ବାହୁଡା ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:
Last Updated : Jul 12, 2019, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.