ETV Bharat / state

ମଧ୍ୟାହ୍ନ ଭୋଜନ ବେଳେ 4ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଅଟକ - ଖୋର୍ଦ୍ଧା ଅପରାଧ ଖବର

ଖୋର୍ଦ୍ଧା ପୋଡାଡିହର ଏକ ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ । ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ଅଧିକ ପଢନ୍ତୁ

ମଧ୍ୟାହ୍ନ ଭୋଜନ ବେଳେ 4ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଅଟକ

author img

By

Published : Aug 4, 2022, 7:15 PM IST

ଖୋର୍ଦ୍ଧା: ଜିଲ୍ଲାର ବାଘମାରି ଥାନା ଅନ୍ତର୍ଗତ ପୋଡାଡିହ ସ୍ଥିତ ଏକ ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ଘଟଣା ସ୍ଥଳରେ ବାଘମାରି ଥାନା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଗତ ୨ ତାରିଖ ମଙ୍ଗଳବାର ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ସାରି ଖେଳୁଥିବା ସମୟରେ ପୋଡାଡିହ ଗ୍ରାମର ଚିଙ୍କୁ ପ୍ରଧାନ ଚକୋଲେଟ ଦେଇ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଟେକିଆଣିଥିଲା । ଏହାପରେ ମୁଁହରେ ପଟି ବାନ୍ଧି ନିଜ ଘରେ ଦୁଷ୍କର୍ମ ଉଦ୍ୟମ ବେଳେ ଛାତ୍ରୀ ଜଣକ ଚିତ୍କାର କରିବାରୁ ସେ ଛାଡି ଦେଇଥିଲା । ସ୍କୁଲ ଛୁଟି ପରେ ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ନିଜ ମା'ଙ୍କୁ କହିଥିଲେ । ଏନେଇ ବୁଧବାର ଛାତ୍ରୀଙ୍କ ମା' ସ୍କୁଲରେ ଅଭିଯୋଗ କରିଥିଲେ କିନ୍ତୁ ପ୍ରଧାନ ଶିକ୍ଷୟିତ୍ରୀ ଛୁଟିରେ ଥିବା କହି ଗୁରୁବାର ଆସିବାକୁ କହିଥିଲେ ।

ସେପଟେ ଆଜି ଅଭିଯୋଗ ପାଇ ଘଟଣା ସମ୍ପର୍କରେ ବାଘମାରି ଥାନାକୁ ଜଣାଇଥିଲେ । ବାଘମାରି ପୋଲିସ ଛାତ୍ରୀଙ୍କ ବୟାନ ରେକର୍ଡ କରି ଘଟଣା ସ୍ଥଳ ପରିଦର୍ଶନ କରି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.