ETV Bharat / state

ସରଂକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଉଦ୍ୟମ ପଣ୍ଡ, 4 ଦୁର୍ବୃତ୍ତ ଗିରଫ - set fire to protected forests

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନସ୍ଥ ଅରାଙ୍ଗ ସରଂକ୍ଷିତ ଜଙ୍ଗଲରେ ଘଟିଛି ଏହି ଘଟଣା । ଏଥିରେ ଚାରି ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ପଣ୍ଡ ହେଲା ସରଂକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଉଦ୍ୟମ

author img

By

Published : Apr 2, 2021, 2:55 PM IST

ଖୋର୍ଦ୍ଧା: ପଣ୍ଡ ହେଲା ଶିକାରୀଙ୍କ ଉଦ୍ୟମ । ସରଂକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାରୀଙ୍କ ଶିକାର କରିବା ଉଦ୍ୟମ ପଣ୍ଡ ହୋଇଛି । ଏଥିରେ ଚାରି ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନସ୍ଥ ଅରାଙ୍ଗ ସରଂକ୍ଷିତ ଜଙ୍ଗଲରେ ଘଟିଛି ଏହି ଘଟଣା ।

ଜୀବନ୍ତ ଗୁଳି ଜବତ
ଜୀବନ୍ତ ଗୁଳି ଜବତ

ଖୋର୍ଦ୍ଧାରେ 4 ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିଲେ। ଖବର ପାଇ ତୁରନ୍ତ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସଦଳବଳେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଦୁର୍ବୃତ୍ତମାନଙ୍କୁ କାବୁ କରି ଗିରଫ କରିବାରେ ସଫଳ ହୋଇଛି ।

ଶିକାର ବେଳେ ଜବତ ବନ୍ଧୁକ
ଶିକାର ବେଳେ ଜବତ ବନ୍ଧୁକ

ସେମାନଙ୍କ ନିକଟରୁ ଦୁଇ ଗୋଟି ଦେଶୀ ବନ୍ଧୁକ ଏବଂ ୫୦ ଗୋଟି ଅଫୁଟା ଗୁଳି ମଧ୍ୟ ଜବତ କରିଛି ବନବିଭାଗ । ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ବନାଞ୍ଚଳ ଆଇନ ଅନୁଯାୟୀ, ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.