ETV Bharat / state

ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସ କର୍ମଚାରୀଙ୍କୁ ନିର୍ଧୁମ ମାଡ଼

author img

By

Published : May 22, 2022, 7:21 AM IST

ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀଙ୍କ ଉପରେ ଆକ୍ରମଣ । ୧୦ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢ଼ନ୍ତୁ

ଜୁଆଖେଳ ଉପରେ ଚଢ଼ାଉ ବେଳେ ପୋଲିସ କର୍ମଚାରୀଙ୍କୁ ନିର୍ଧୁମ ମାଡ଼

ନିଆଳି: ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ କର୍ମଚାରୀଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ରାଜସ ପଞ୍ଚାୟତ କୃଷ୍ଣପୁରରେ ପୋଲିସକୁ ନିର୍ଧୁମ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ । ଘଟଣାକୁ ଗୁରୁତର ସହ ନେଇଛନ୍ତି କମିସନରେଟ ପୋଲିସ । ଚଢ଼ାଉ ଜାରି ରଖିବା ସହିତ ୧୦ରୁ ଅଧିକ ଲୋକଙ୍କୁ ପୋଲିସ ଘରୁ ଉଠାଇ ନେଇଛି ।

ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) କୃଷ୍ଣପୁର ମେଳଣ ପଡି଼ଆରେ ଚାଲିଥିବା ଯାତ୍ରାର ଦ୍ବିତୀୟ ରାତିରେ ଲୋକଙ୍କ ଭିଡ଼ ଜମିଥିଲା । ତେବେ ବିଶେଷ ସୂତ୍ରରୁ ଜୁଆ ଖେଳ ହେଉଥିବା ସୂଚନା ପାଇ ରାତି ପ୍ରାୟ ସାଢ଼େ ୨ ସମୟରେ ସାଧା ପୋଷାକରେ ସ୍ପେଶାଲ ସ୍କ୍ବାର୍ଡ଼ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ଜୁଆ ଖେଳ ପାଖରେ ରୁଣ୍ଡ ହୋଇଥିବା ଲୋକଙ୍କୁ ଲାଠିରେ ପିଟିବା ସହିତ କିଛି ଜୁଆ ଖେଳାଳିଙ୍କୁ ଧରି ଗାଡି଼ରେ ବସାଇଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ଉପସ୍ଥିତ ଲୋକେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ସ୍ପେଶାଲ ସ୍କ୍ବାର୍ଡ଼ କର୍ମଚାରୀ ବନ୍ଧୁକ ଦେଖାଇ ଲୋକଙ୍କୁ ଡରାଇବାକୁ ଚେଷ୍ଟା କରିଥିଲେ ହେଁ ଲୋକେ ଖାତିର ନ କରି ଗୋଡ଼େଇ ଗୋଡ଼େଇ ପିଟିଥିଲେ । ଏଥିରେ ଭୟଭିତ ହୋଇ ପୋଲିସ କର୍ମଚାରୀମାନେ ସେହି ସ୍ଥାନରେ ଗାଡି଼ ଛାଡି଼ ପଳାଇଥିଲେ । ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଗାଡି଼ ଗୁଡି଼କୁ ଉଦ୍ଧାର କରିଛି ।

ତେବେ କମିସନରେଟ ପୋଲିସ ଘଟଣାକୁ ଗୁରୁତର ସହ ନେଇଛନ୍ତି । ଅତିରିକ୍ତ ଏସିପି ଓ ଜୋନ୍‌-୪ ଏସିପି ପରେସ କୁମାର ରାଉତଙ୍କ ସହିତ ବାଲିଅନ୍ତା, ଧଉଳି, ପାହାଳ, ଏୟାର ଫିଲଡ, ଲକ୍ଷ୍ମୀସାଗର ପ୍ରଭୃତି ଥାନାର ଆଇଆଇସି ମିଳିତଭାବେ ବାଲିପାଟଣା ଥାନାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ୧୦ ରୁ ଅଧିକ ଲୋକଙ୍କୁ ପୋଲିସ ଘରୁ ଉଠାଇ ନେଇଥିବା ସୂଚନା ମିଳିଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.