ETV Bharat / state

ରିଜର୍ଭ ବାଟାଲିୟନ ସାମ୍ନାରେ ଆତଙ୍କ, ଲେଡି ସବ ଇନସ୍ପେକ୍ଟରଙ୍କୁ ଆକ୍ରମଣ ଉଦ୍ୟମ

author img

By

Published : Jan 4, 2023, 5:26 PM IST

Updated : Jan 4, 2023, 7:08 PM IST

ଭୁବନେଶ୍ବର ପୋଲିସ ରିଜର୍ଭ ବାଟାଲିୟନ ପଛ ଗେଟ ସାଇନ୍ସ ପାର୍କ ନିକଟରେ ଲେଡି ସବ ଇନସ୍ପେକ୍ଟରଙ୍କୁ ଆକ୍ରମଣ ଉଦ୍ୟମ କରିଛନ୍ତି କିଛି ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର DCP । ଅଧିକ ପଢନ୍ତୁ

ଆକ୍ରମଣର ଶିକାର ହୋଇଥିବା ଲେଡି ସବ ଇନସ୍ପେକ୍ଟର

ରିଜର୍ଭ ବାଟାଲିୟନ ସାମ୍ନାରେ ଆତଙ୍କ, ଲେଡି ସବ ଇନସ୍ପେକ୍ଟରଙ୍କୁ ଆକ୍ରମଣ

ଭୁବନେଶ୍ବର: ରାଜଧାନୀରେ ଲେଡି ସବ ଇନସ୍ପେକ୍ଟରଙ୍କୁ ଆକ୍ରମଣ ଉଦ୍ୟମ । ପୋଲିସ ରିଜର୍ଭ ବାଟାଲିୟନ ପଛ ଗେଟ ସାଇନ୍ସ ପାର୍କ ନିକଟରେ ଲେଡି ସବ ଇନସ୍ପେକ୍ଟର ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ହଇରାଣ କରିଥିଲେ । ରାସ୍ତାରେ ବାଟ ଛାଡିନଥିବା ବେଳେ ଅସଭ୍ୟ ଭାଷାରେ ମଧ୍ୟ ଗାଳି ଗୁଲଜ କରିଥିଲେ । ଶେଷରେ ମାରଣାସ୍ତ୍ର ଧରି ଲେଡି ଇନସ୍ପେକ୍ଟରଙ୍କୁ ଗୋଡାଇଥିଲେ । ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ମହିଳା ସବ ଇନସ୍ପେକ୍ଟର ।

ଏଭଳି କାଣ୍ଡ କୌଣସି ପେଷାଦାର ଅପରାଧୀଙ୍କର ନା କୌଣସି ପ୍ରତିପତ୍ତି ଲୋକଙ୍କ ଆଚରଣ ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । CCTV ଆଧାରରେ ଘଟଣାରେ ସମ୍ପୃକ୍ତ କିଛି ଦୁର୍ବୃର୍ତ୍ତଙ୍କୁ ଚିହ୍ନଟ କରାଯାଇଛି । ଜଣେ ଲେଡି ସବ ଇନସ୍ପେକ୍ଟରଙ୍କୁ ଏଭଳି ବ୍ୟବହାରକୁ କମିଶନରେଟ ପୋଲିସ ନିନ୍ଦା କରିଛନ୍ତି । ଏହା ସହିତ ଭୁବନେଶ୍ବର DCP ପ୍ରତୀକ ସିଂହ କହିଛନ୍ତି, "ମହିଳାଙ୍କ ପ୍ରତି ଏଭଳି ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ । ସେ ପୋଲିସ ହେଉ ବା ସାଧାରଣ ନାଗରିକ । ଏଭଳି ଘଟଣା ପ୍ରତି ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବ ।"

ଅଭିଯୋଗକାରୀ ତଥା ମହିଳ ଥାନାର ସବ ଇନସ୍ପେକ୍ଟର ଶୁଭଶ୍ରୀ ନାୟକ କହିଛନ୍ତି ଯେ, ରାତିରେ ଡ୍ୟୁଟି ସାରି ଫେରୁଥିବା ବେଳେ ତାଙ୍କ ସହିତ ଏଭଳି କାଣ୍ଡ ଘଟିଥିଲା । ଚାରିଚକିଆ ଯାନରେ ସେ ସାଇନ୍ସ ପାର୍କ ରାସ୍ତାରେ ରିଜର୍ଭ ବାଟାଲିୟନ ଆଡ଼କୁ ଯାଉଥିଲେ । ସାମ୍ନା ପଟୁ ଏକ ଇନୋଭା କାର୍‌ରେ କିଛି ଦୁର୍ବୃର୍ତ୍ତ ତାଙ୍କ କାର ପାଖକୁ ଆସି ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ଏହାପରେ ତାଙ୍କ ସହ ଦୁର୍ବ୍ୟହାର କରିଥିଲେ । ଦୁର୍ବୃତ୍ତମାନେ କାର ଭିତରେ ରହି ପୋଲିସ ସବ ଇନ୍ସପେକ୍ଟରଙ୍କୁ ଧମକ ଦେଇଥିଲେ ।

ଏହାପରେ ମହିଳା ପୋଲିସ ଜଣକ ଗାଡି ନ ଅଟକାଇ ଆଗକୁ ବଢିଥିଲେ । ତେବେ କଥା ଏତିକିରେ ଅଟକି ନଥିଲା, ଏହାପରେ ଦୁର୍ବୃର୍ତ୍ତମାନେ ଗାଡି ବୁଲାଇ ମହିଳା ପୋଲିସଙ୍କ ପିଛା କରିଥିଲେ । ପୋଲିସ ରିଜର୍ଭ ଗେଟ୍ ପାଖରେ ଗାଳି ଗୁଲଜ କରିବା ସହ ଏକ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇବାକୁ ଚେଷ୍ଟା କରିଥିଲେ । ଭୟରେ ମହିଳା ପୋଲିସ ଜଣକ ରିଜର୍ଭ ବାଟାଲିୟନ ଭିତରକୁ ପ୍ରବେଶ କରିଥିଲେ । ଏହାପରେ ଆଜି(ବୁଧବାର) ଲେଡି ସବ ଇନସ୍ପେକ୍ଟର ସହିଦ ନଗର ଥାନାରେ ଏତଲା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 4, 2023, 7:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.