ETV Bharat / state

ବିଜେପିର ସପ୍ତମ ଅଟଳ ସମ୍ମାନ 2022, ସମ୍ମାନିତ ହେଲେ ନେତା

author img

By

Published : Dec 26, 2022, 6:51 AM IST

ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମଜୟନ୍ତୀ ଉପଲକ୍ଷେ ବିଜେପି ପକ୍ଷରୁ ଅଟଳ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢନ୍ତୁ

ଅଟଳ ସମ୍ମାନ ୨୦୨୨
atala sanman 2022
ଅଟଳ ସମ୍ମାନ ୨୦୨୨

ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଗତକାଲି ଥିଲା ଜନ୍ମ ବାର୍ଷିକୀ । ଏନେଇ ତାଙ୍କର ୯୯ ତମ ଜନ୍ମଜୟନ୍ତୀ ଉପଲକ୍ଷେ ବିଜେପି ପକ୍ଷରୁ ଅଟଳ ସମ୍ମାନ କାର୍ଯ୍ୟକ୍ରମ ପ୍ରତିବର୍ଷ ଅନୁଷ୍ଠିତ ହେଉଛି । ତେବେ ଏହି କାର୍ଯ୍ୟକ୍ରମରେ ସପ୍ତମ ଅଟଳ ସମ୍ମାନ ପାଇଛନ୍ତି ବାଙ୍ଗିରିପୋଷିର ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାୟକ । ସେହିଭଳି ବାଲେଶ୍ବର ଜିଲ୍ଲାର ସୋରରେ ରାଷ୍ଟ୍ରବାଦୀ କବି ଯୋଗେଶ ଚନ୍ଦ୍ର ଦାସ ଅଟଳ କବିତା ସମ୍ମାନ ପାଇଥିବା ବେଳେ ଯାଜପୁରର ପରମେଶ୍ବର ଦାସ ଅଟଳ ସମାଜସେବୀ ସମ୍ମାନ ପାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର , ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଲେଖାଶ୍ରୀ ସାମନ୍ତସିଂହାର , ଜଗା ପ୍ରଧାନଙ୍କ ସହ ଅନେକ ବିଜେପି ନେତା ସାମିଲ ହେବା ସହ ସମ୍ମାନିତ ମଧ୍ୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.