ETV Bharat / health

ବାରମ୍ବାର ପରିସ୍ରା ଲାଗୁଛି କି ? ଡାକ୍ତର କହିଲେ ହୋଇପାରେ ଏହି ସମସ୍ୟା - FREQUENT URINATION

ମହିଳାମାନଙ୍କୁ ବାରମ୍ବାର ପରିସ୍ରା ଲାଗିବା ହୋଇପାରେ ହାନିକାରକ । ଡାକ୍ତରଙ୍କଠାରୁ ଜାଣନ୍ତୁ ଏହାର କାରଣ ଓ ନିରାକରଣ ସମ୍ପର୍କରେ

ମହିଳାଙ୍କୁ ବାରମ୍ବାର ପରିସ୍ରା ଲାଗିବା ହୋଇପାରେ ଏହି ସମସ୍ୟା
ମହିଳାଙ୍କୁ ବାରମ୍ବାର ପରିସ୍ରା ଲାଗିବା ହୋଇପାରେ ଏହି ସମସ୍ୟା (ETV Bharat)
author img

By ETV Bharat Health Team

Published : Nov 26, 2024, 7:39 AM IST

ବୟସ ବଢିବା ସହ ଆମ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଘଟେ, ଖାସ୍ କରି ମହିଳାଙ୍କଠାରେ । ସାଧାରଣତଃ 40-50 ବର୍ଷ ପରେ ମହିଳାଙ୍କୁ ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା ହେବା ଭଳି ଅନୁଭବ ହେବା ସମସ୍ୟା ଦେଖାଥାଏ । ଏହା କେବଳ ଶାରିରୀକ ଅସୁବିଧାର କାରଣ ହୁଏନି ବରଂ ସାମାଜିକ ଜୀବନକୁ ମଧ୍ୟ ପ୍ରଭାବିତ କରେ । ଏହି ସମସ୍ୟା ଭୋଗୁଥିବା ମହିଳାମାନେ ବେଳେବେଳେ ଲଜ୍ଜାବଶତଃ କାହାରିକୁ ଏ ବିଷୟରେ କହିପାରନ୍ତି ନାହିଁ, ଯାହାକି ସମ୍ପୂର୍ଣ୍ଣ ଭୁଲ୍ । କାରଣ ଏହି ପରିସ୍ରା ସମସ୍ୟାକୁ ଅଣଦେଖା କରିବା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ ।

ଏନେଇ ଡାକ୍ତରଙ୍କ କହିବା କଥା, ବୟସ ବଢିବା ସହିତ କମ୍ ଅନ୍ତରାଳରେ ବାରମ୍ବାର ପରିସ୍ରା ଲାଗିବା ଓ ଅନୁଭବ ହେବା ସାଧାରଣ କଥା, କିନ୍ତୁ ଏହାକୁ ଅଣଦେଖା କରିବା ଠିକ୍ ନୁହେଁ । ଯଦି ଠିକ୍ ସମୟରେ ଏହାର ଚିକିତ୍ସା ଓ ସତର୍କତା ଅବଲମ୍ବନ କରାନଯାଏ ତେବେ ଏହି ସମସ୍ୟା ବଢିବା ସହ ଅନ୍ୟ କେତେକ ସମସ୍ୟା ସୃଷ୍ଟି କରିପାରେ ।

କାରଣ

ବେଙ୍ଗାଲୁରୁର ମହିଳା ରୋଗ ବିଶେଷଜ୍ଞ ଡଃ ଜୟନ୍ତୀ କେ ବାଡେକର କହିଛନ୍ତି ଯେ, ହରମୋନାଲ ସମସ୍ୟା ଓ ଶାରିରୀକ ଦୁର୍ବଳତା ସହ ଜଡିତ ବିଭିନ୍ନ କାରଣରୁ ମହିଳାଙ୍କଠାରେ ଏହି ସମସ୍ୟା ଦେଖାଦେଇପାରେ । ବୟସ ବଢିବା ସହ ଆମ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ । ବିଶେଷକରି ମହିଳମାନେ ମେନୋପଜ ପ୍ରକ୍ରିୟା ଦେଇ ଗତି କରିଥାନ୍ତି । ମେନୋପଜ ଏପରି ଏକ ଅବସ୍ଥା, ଯେଉଁଥିରେ ମହିଳାଙ୍କ ମାସିକ ଋତୁସ୍ରାବ ବନ୍ଦ ହୋଇଯାଏ । ଏହି କାରଣରୁ ସେମାନଙ୍କ ଶରୀରରେ ଅନେକ ପ୍ରକାର ହରମୋନାଲ ପରିବର୍ତ୍ତନ ଓ ଦୁର୍ବଳତା ଦେଖାଯାଏ ।

ବୟସ ବୃଦ୍ଧି ହେବା ସହ ବେଳେବେଳେ ବ୍ଲାଡର ଓ ପେଲଭିକ ମାଂସପେଶୀ ଦୁର୍ବଳ ହେବାକୁ ଲାଗେ ଯାହା ଏଭଳି ସମସ୍ୟା ସୃଷ୍ଟି କରିପାରେ । ଓଭରଆକ୍ଟିଭ ବ୍ଲାଡର ବା ୟୁଟିଆଇ ଯୋଗୁଁ ମଧ୍ୟ ବାରମ୍ବାର ପରିସ୍ରା ଲାଗିଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ, ମହିଳାଙ୍କୁ ବାରମ୍ବାର ପରିସ୍ରା ଲାଗିବା, ଏପରି ଅନୁଭବ ହେବା କିମ୍ବା ପରିସ୍ରା ଉପରେ ନିୟନ୍ତ୍ରଣ ନ ରହିବା ପାଇଁ ଅନେକ କାରଣ ଦାୟୀ ହୋଇପାରେ । ଯେପରିକି:-

ହରମୋନାଲ ପରିବର୍ତ୍ତନ: ମେନୋପଜ ସମୟରେ କିମ୍ବା ଏହାପରେ ବେଳେବେଳେ ଶରୀରରେ ଏଷ୍ଟ୍ରୋଜନ ହରମୋନ ଅଭାବରୁ ବ୍ଲାଡର ଓ ମୂତ୍ରନଳୀ ଦୁର୍ବଳ ହୋଇଯାଏ ।

ପେଲଭିକ ମାଂସପେଶୀ ଦୁର୍ବଳତା: ବୟସ ବଢିବା ସହ ପେଲଭିକ ମାଂସପେଶୀ ଢିଲା ହେବାକୁ ଲାଗେ । ଏହାଦ୍ବାରା ପରିସ୍ରା ଉପରେ ନିୟନ୍ତ୍ରଣ କମିଥାଏ । ପରିସ୍ରା ଲାଗିବା ମାତ୍ରେ ଏହାକୁ ରୋକିବା କଷ୍ଟକର ହୋଇପଡେ ।

ମେଦବହୁଳତା: ବେଳେବେଳେ ଅଧିକ ମୋଟାପା ପେଲଭିକ ମାଂସପେଶୀ ଉପରେ ଚାପ ପକାଇଥାଏ । ଏହି କାରଣରୁ ବାରମ୍ବାର ପରିସ୍ରା ଲାଗିବା ଭଳି ସମସ୍ୟା ଦେଖାଯାଏ ।

କମ୍ ପାଣି ପିଇବା ଓ ଅସ୍ବାସ୍ଥ୍ୟକର ଖାଦ୍ୟପେୟ: ଡିହାଇଡ୍ରେସନ ଓ କାଫିନଯୁକ୍ତ ପାନୀୟ ପଦାର୍ଥ ସେବନ ମଧ୍ୟ ବାରମ୍ବାର ପରିସ୍ରା ହେବା ଓ ପରିସ୍ରା ଲାଗିବା ଭଳି ଅନୁଭବ ହେବାର କାରଣ ହୋଇପାରେ ।

ଔଷଧ ପାର୍ଶ୍ବପ୍ରତିକ୍ରିୟା: ଅନେକ ସମୟରେ ଡାଇବେଟିସ, ବ୍ଲଡପ୍ରେସର କିମ୍ବା ଅନ୍ୟ କୌଣସ ରୋଗର ଔଷଧ ସେବନ ଯୋଗୁଁ ବାରମ୍ବାର ପରିସ୍ରା ସମସ୍ୟା ହୋଇଥାଏ ।

ମୂତ୍ରନଳୀ ସଂକ୍ରମଣ (UTI): ମୂତ୍ର ସଂକ୍ରମଣ କାରଣରୁ ମଧ୍ୟ ବେଳେବେଳେ ମହିଳାଙ୍କଠାରେ ଏହି ପରିସ୍ରା ସମସ୍ୟା ଦେଖାଦେଇଥାଏ ।

ସାବଧାନତା ଓ ଉପାୟ:

ମହିଳା ରୋଗ ବିଶେଷଜ୍ଞ କହିଛନ୍ତି, ଯଦି ଏହି ପରିସ୍ରା ସମସ୍ୟା ବଢିବାରେ ଲାଗେ ଅର୍ଥାତ୍ ବାରମ୍ବାର ପରିସ୍ରା ଲାଗିବା ଏବଂ ପରିସ୍ରା ଉପରେ ନିୟନ୍ତ୍ରଣ ନ ରହୁଥାଏ ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏଥିସହ କିଛି ସାବଧାନତା ଅବଲମ୍ବନ କରି ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

  • ସ୍ବାସ୍ଥ୍ୟକର ଖାଦ୍ୟପେୟ ସେବନ କରନ୍ତୁ । ଅଧିକ କଫିନ, ଚା' ଓ ମୃଦୁପାନୀୟ ପିଇବାରୁ ଦୂରେଇ ରୁହନ୍ତୁ । ପ୍ରଚୁର ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ ।
  • ନିଜ ଓଜନ କମାନ୍ତୁ । କାରଣ ମୋଟାପା ପେଲଭିକ ମାଂସପେଶୀ ଉପରେ ଚାପ ପକାଇଥାଏ ।
  • ସୁସ୍ଥ ଜୀବନଚର୍ଯ୍ୟା ଆପଣାନ୍ତୁ । ଠିକ୍ ସମୟରେ ଶୋଇବା-ଉଠିବା, ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଓ ମାନସିକ ଚାପ କମ୍ କରିବା ଜରୁରୀ ।
  • କେଗେଲ ଏକ୍ସରସାଇଜ ଅର୍ଥାତ୍ ପେଲଭିକ ଫ୍ଲୋର ଏକ୍ସରସାଇଜ କରନ୍ତୁ । ଏହା ପେଲଭିକ ମାଂସପେଶୀକୁ ମଜଭୁତ ରଖିବାରେ ସାହାଯ୍ୟ କରେ ଏବଂ ବ୍ଲାଡର ଠିକ୍ ଭାବେ ନିୟନ୍ତ୍ରିତ ହୋଇଥାଏ ।
  • ଧୀରେ ଧୀରେ ପରିସ୍ରା ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ।
  • ଏସବୁ ସତ୍ତ୍ବେ ଯଦି ସମସ୍ୟା ନ କମେ ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏନେଇ ଡାକ୍ତର ବେଳେବେଳେ ଔଷଧ ଓ ଥେରାପି ପାଇଁ ପରାମର୍ଶ ଦେଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ: 40 ପରେ କାହିଁକି ବନ୍ଦ ହୋଇଯାଏ ମହିଳାଙ୍କ ଋତୁସ୍ରାବ ?

ଏହା ମଧ୍ୟ ପଢନ୍ତୁ: ମୃତ୍ୟୁ ପରେ ବି ବଞ୍ଚାଇ ପାରିବେ ଜୀବନ, ଡାକ୍ତରଙ୍କଠୁ ଜାଣନ୍ତୁ ଅଙ୍ଗଦାନର ସମ୍ପୂର୍ଣ୍ଣ ପ୍ରକ୍ରିୟା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.