ETV Bharat / state

ଟ୍ଵିନସିଟିରେ ଡ୍ରେନେଜ ଓ ସ୍ବେରେଜ ଯନ୍ତ୍ରଣା: ଷ୍ଟାଣ୍ଡିଂ କମିଟିର ଉଦବେଗ, ସ୍ଥାୟୀ ସମାଧାନ ପାଇଁ ନିର୍ଦ୍ଦେଶ

author img

By

Published : Aug 3, 2023, 7:32 AM IST

Updated : Aug 3, 2023, 2:50 PM IST

ଟ୍ବିନସିଟିରେ ଚିନ୍ତା ବଢାଉଛି ଡ୍ରେନେଜ ଓ ସ୍ବେରେଜ ଯନ୍ତ୍ରଣା । ଉଦବେଗ ପ୍ରକାଶ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି । ଅଧିକ ପଢନ୍ତୁ

ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ
ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ
ଟ୍ଵିନସିଟିରେ ଡ୍ରେନେଜ ଓ ସ୍ବେରେଜ ଯନ୍ତ୍ରଣା

ଭୁବନେଶ୍ବର: ରାଜ୍ୟର ମହାନଗର ନିଗମ ଓ ପୌରାଞ୍ଚଳରେ ଡ୍ରେନେଜ ଓ ସ୍ବରେଜ ସମସ୍ୟା ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟ୍ଵିନସିଟିର ଡ୍ରେନେଜ ଓ ସ୍ବରେଜ ଯନ୍ତ୍ରଣାକୁ ନେଇ ଷ୍ଟାଣ୍ଡିଂ କମିଟି ଉଦବେଗ ପ୍ରକାଶ କରିଛି ଏବଂ ଏହାର ସ୍ଥାୟୀ ସମାଧାନ ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି । ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବରିଷ୍ଠ ବିଧାୟକ ଅମର ଶତପଥୀ, ମହମ୍ମଦ ମୋକିମ, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିକ୍ରମ ପଣ୍ଡା, ବିଏମସି ଓ ସିଏମସି କମିଶନର ପ୍ରମୁଖ ଉପସ୍ଥିତ ଥିଲେ । ଟ୍ବିନସିଟିରେ ଜଳବନ୍ଦୀ ସମସ୍ୟା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି । ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଉଭୟ ସହରରେ ଉପୁଜିଥିବା ସମସ୍ୟା ଉପରେ ଆଲୋଚନା ହୋଇଛି ।

କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ କହିଛନ୍ତି, ‘‘ସରକାର ଓ ପୌର ପ୍ରଶାସନ ସମସ୍ତ ପଦକ୍ଷେପ ନେଉଥିଲେ ବି ସହରବାସୀ ସମସ୍ୟା ଘେରରେ ଅଛନ୍ତି । ଭୁବନେଶ୍ବର ଓ କଟକ ସହରରେ ସ୍ବେରେଜ ଓ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । କ'ଣ ପଦକ୍ଷେପ ନିଆଗଲେ ସହରବାସୀ ଆଶ୍ବସ୍ତ ହେବେ ସେନେଇ ବୈଠକରେ ଆଲୋଚନା ହୋଇଛି ଓ ନିର୍ଦ୍ଦେଶ ଦିଆଯାଇଛି । କେବଳ ଟ୍ଵିନସିଟି ସହ 5 ମହାନଗର ନିଗମ ଓ 115 ପୌରାଞ୍ଚଳରେ ଏହି ସମସ୍ୟା ରହିଛି । ସହରାଞ୍ଚଳରେ ରହୁଥିବା 15 ପ୍ରତିଶତ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରଭାବିତ ହେଉଛନ୍ତି । ଯଦି ଏହି ପରିସ୍ଥିତି ଏବେ ସମାଧାନ ନକରାଯାଏ, ତେବେ ଏହା ଉତ୍କଟ ରୂପ ଧାରଣ କରିବ । କାହିଁକି ନା ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସମସ୍ୟା ବି ବଢ଼ିବଢି ଚାଲିବ ।’’

ଏହାମଧ୍ୟ ପଢନ୍ତୁ: ଜଳାର୍ଣ୍ଣବ କଟକ: ଭଟ୍ଟାରିକା ମନ୍ଦିର ଛୁଇଁଲା ବନ୍ୟା ଜଳ, ସିଏମସିକୁ କଂଗ୍ରେସର ଟାର୍ଗେଟ୍

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବତନ୍ତ୍ର ଭାବେ ମାଷ୍ଟର ପ୍ଲାନ କରି ପଦକ୍ଷେପ ନେବାକୁ କମିଶନମାନଙ୍କୁ ପ୍ରସ୍ତାବ ଦିଆଯାଇଛି । କଟକର ଜାଇକା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍ମାର୍ଟସିଟର କାର୍ଯ୍ୟ ଯଦି ତ୍ବରାନ୍ବତ କରାନଯାଏ, ତେବେ ଆଗାମୀ ଦିନରେ ରାଜ୍ୟର ସୁନାମ ଉପରେ ଆଞ୍ଚ ଆସିବ । ସରକାର ସମସ୍ତ ପ୍ରକାର ସହଯୋଗ ଦେଉଛନ୍ତି । ଅର୍ଥ ପ୍ରଦାନ କରୁଛନ୍ତି । କଚ୍ଚା ରାସ୍ତାକୁ ପକ୍କା କରିବା ଲାଗି ହଜାରେ କୋଟି ଦିଆଯାଇଛି । ବିଭିନ୍ନ ସ୍ଥାନରେ ଡ୍ରେନ ଉପରେ ଓ ରାସ୍ତା ତଳେ ରହିଛି । ସହରରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ତାହାର ପ୍ରତିକାର ସହ ପ୍ରାକୃତିକ ଡ୍ରେନର ସଫା କରାଯିବ । ଲୋକ ପ୍ରତିନିଧି ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାନ୍ତୁ ।

ସିଏମସି କମିଶନର ନିଖିଲ ପବନ କଲ୍ୟାଣ କହିଛନ୍ତି, ‘‘କଟକରେ ନୂଆ ସ୍ବେରେଜ ସିଷ୍ଟମ ପାଇଁ ବୈଠକରେ ଆଲୋଚନା ହୋଇଛି । ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଉପରେ ଆଲୋଚନା ହୋଇଛି । ଜଳ ନିଷ୍କାସନ ପାଇଁ ଗୁରୁତ୍ବ ଦିଆଯାଇଛି । ଲୋକ ସଂଖ୍ୟା ବଢୁଥିବାରୁ ଦୀର୍ଘ ମିଆଦି ଯୋଜନାର ଆବଶ୍ୟକତା ରହିଛି । ସେ ଦୃଷ୍ଟିରୁ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ପାଇଁ ସ୍ବତନ୍ତ୍ର ଯୋଜନାକୁ ଗୁରୁତ୍ବ ଦିଆଯାଇଛି ।’’

ବିଏମସି କମିଶନର କହିଛନ୍ତି ଯେ, ବିଏମସି ଅଞ୍ଚଳରେ ନୂଆ କରି ପାଣି ଜମୁଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ଯାହା ସମସ୍ୟା ହୋଇଛି ସେ ସବୁ ଉପରେ ବିଶେଷ ଆଲୋଚନା କରାଯାଇଛି । କିପରି ପ୍ଲାଷ୍ଟିକ ସାମଗ୍ରୀ ଡ୍ରେନକୁ ନଯିବ ତା' ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଡ୍ରେନ ଗୁଡିକର ସଫା ଉପରେ ଗୁରୁତ୍ବ ଦିଆଯାଉଛି । ଷ୍ଟାଣ୍ଡିଂ କମିଟି ବୈଠକରେ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ, ସିଏମସି କମିଶନର ନିଖିଲ ପବନ କଲ୍ୟାଣ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 3, 2023, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.