ETV Bharat / state

ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସୂଚନା, ୫ବର୍ଷରେ ବିପର୍ଯ୍ୟୟ ନେଲାଣି ୧୬ ହଜାରରୁ ଅଧିକ ଜୀବନ

author img

By ETV Bharat Odisha Team

Published : Sep 29, 2023, 8:49 AM IST

ରାଜ୍ୟରେ ଗତ 5 ବର୍ଷରେ ବିପର୍ଯ୍ୟୟରେ 16 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ବିଧାନସଭା ମୌସୁମୀ ଅଧିବେଶନରେ ତଥ୍ୟ ରଖିଛନ୍ତି ବିପର୍ଯ୍ଯୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ଅଧିକ ପଢନ୍ତୁ

Disasters death in state
୫ବର୍ଷରେ ବିପର୍ଯ୍ୟୟ ନେଲାଣି ୧୬ ହଜାର ଜୀବନ

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ 5 ବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟରେ ୧୬,୩୭୨ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ପାଣିରେ ବୁଡି ୭୮୭୪ ଜଣ ପ୍ରାଣ ହରାଇଛନ୍ତି । ସେହିପରି ସାପ କାମୁଡ଼ାରେ ୬୨୧୯ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ ୫ ବର୍ଷ ଅର୍ଥାତ ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ବିଭିନ୍ନ ବିପର୍ଯ୍ୟୟରେ ୧୬,୩୭୨ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୭୮୭୪ ଜଣ ପାଣିରେ ବୁଡ଼ି ଜୀବନ ଯାଇଛି । ଏହା ପଛୁକୁ ୬୨୧୯ ଜଣଙ୍କର ସାପ କାମୁଡାରେ ଜୀବନ ଯାଇଛି । ବଜ୍ରପାତରେ ୨୦୫୮ ଜଣ, ଅଗ୍ନି ଦୁର୍ଘଟଣାରେ ୭୫୯ ଜଣ, ଅଂଶୁଘାତରେ ୧୪୧ ଜଣ, ବାତ୍ୟାରେ ୧୪୦ ଜଣ, ବନ୍ୟାରେ ୭୬ ଜଣ, ନୌକା ଦୁର୍ଘଟଣାରେ ୪୬ ଜଣ, ପ୍ରବଳ ବର୍ଷା ଓ ଘୂର୍ଣ୍ଣଝଡ଼ରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି 5 ବର୍ଷରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୫୧ ଜଣ ବ୍ୟକ୍ତି ପାଣିରେ ବୁଡ଼ି ଯିବାରୁ ଜୀବନ ଯାଇଛି । ଗଞ୍ଜାମରେ ୬୦୫, ବାଲେଶ୍ୱରରେ ୫୯୨, କେନ୍ଦୁଝରରେ ୫୪୫, ସୁନ୍ଦରଗଡ଼ରେ ୪୦୫, ଭଦ୍ରକରେ ୪୦୪, ଯାଜପୁରରେ ୩୭୭, କୋରାପୁଟରେ ୩୬୧, କଟକରେ ୩୬୪, ପୁରୀରେ ୨୯୫, ନବରଙ୍ଗପୁରରେ ୨୮୨, ମାଲକାନଗିରିରେ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲାରେ ପାଣିରେ ବୁଡ଼ି ସବୁଠାରୁ କମ ୫୨ଜଣଙ୍କ ଜୀବନ ଯାଇଛି ।

ଏହା ବି ପଢନ୍ତୁ...ଡିସେମ୍ବରରେ ପୁରିବ ପଦ୍ମପୁର କଣ୍ଟ; ରାଜ୍ୟରେ ଆଉ ୨୫ ନୂଆ ଜିଲ୍ଲା ଦାବି

ସେହିଭଳି ୫ ବର୍ଷରେ ସାପ କାମୁଡାରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୪୬୦ ଜଣ ମୃତ୍ୟୁ ହୋଇଛି । ବାଲେଶ୍ୱରରେ ୩୭୮, କେନ୍ଦୁଝର ୩୫୨, ସୁନ୍ଦରଗଡରେ ୩୨୫, ଗଞ୍ଜାମରେ ୩୩୫, କଟକରେ ୨୪୦ ଜଣ ପ୍ରାଣ ହରାଇଛନ୍ତି । କନ୍ଧମାଳ ଜିଲ୍ଲାରେ ସାପ କାମୁଡାରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି ଯାହା ସବୁଠାରୁ କମ । ବଜ୍ରପାତରେ ଏହି ପାଞ୍ଚ ବର୍ଷରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରେ ୧୫୩, କେନ୍ଦୁଝର ୧୫୨, ବାଲେଶ୍ୱରରେ ୧୪୫, କଟକ ଓ ସୁନ୍ଦରଗଡରେ ୧୦୨ ଜଣ ପ୍ରାଣ ହରାଇଛନ୍ତି । ବୌଦ୍ଧ ଜିଲ୍ଲାରେ ବଜ୍ରପାତରେ ସବୁଠାରୁ କମ ୧୫ ଜଣ ଜୀବନ ହରାଇଛନ୍ତି । ବିପର୍ଯ୍ୟୟ ପରେ ଅଗ୍ନି ଦୁର୍ଘଟଣାରେ ସର୍ବାଧିକ ୮୮ଜଣ ମୟୂରଭଞ୍ଜ ଜିଲ୍ଲାରେ ପ୍ରାଣ ହରାଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୫୮ଜଣ ଅଗ୍ନି ଦୁର୍ଘଟଣାରେ ଜୀବନ ହାରିଛନ୍ତି । ବାତ୍ୟାରେ ସର୍ବାଧିକ ୪୮ ଜଣ ଗଜପତି ଜିଲ୍ଲାରେ ମରିଥିବାବେଳେ ପୁରୀ ଜିଲ୍ଲାରେ ୪୪ ଜଣ ପ୍ରାଣ ହରାଇଛନ୍ତି । ଅଂଶୁଘାତରେ ସର୍ବାଧିକ ୧୬ଜଣ ଢେଙ୍କାନାଳରେ ପ୍ରାଣ ହରାଇଥିବା ବେଳେ ଅନୁଗୁଳରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।

ଏହା ବି ପଢନ୍ତୁ...Assembly News: ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା, ୨୦୨୨ରେ ରାଜ୍ୟରେ ୬,୧୪୦ଟି ଆତ୍ମହତ୍ୟା ମାମଲା

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଜୀବନ ଯାଉଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି । ଅଂଶୁଘାତ ଜନିତ ମୃତ୍ୟୁ ପାଇଁ ୫୦ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା କରି ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.