ETV Bharat / state

Assembly News: ବିରୋଧୀଙ୍କ ହଙ୍ଗାମାରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ

author img

By ETV Bharat Odisha Team

Published : Oct 3, 2023, 12:13 PM IST

ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିନରେ ଚାଲି ପାରୁନାହିଁ ଗୃହ । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ନେଇ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ

Etv Bharat
Etv Bharat

ବିରୋଧୀଙ୍କ ହଙ୍ଗାମାରେ ଧୋଇଗଲା ପ୍ରଶ୍ନକାଳ

ଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । ସରଗରମ ହୋଇଥିଲା ଗୃହ । ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିନରେ ଚାଲିପାରିଲା ନାହିଁ ଗୃହକାର୍ଯ୍ୟ । ଆରମ୍ଭରୁ ଗୃହରେ ଅଚଳାବସ୍ଥା ଦେଖାଦେଇଛି । ବିରୋଧୀଙ୍କ ହଙ୍ଗାମାରେ କମ୍ପିଲା ବିଧାନସଭା । ଧୋଇଗଲା ପ୍ରଶ୍ନକାଳ । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରୁ ଜନବିରୋଧୀ ଶବ୍ଦ ବାଦ ଦେବାକୁ ଦାବି କରି ପ୍ରବଳ ହୋ ହାଲ୍ଲା କରିଥିଲେ ବିରୋଧୀ ବିଜେପି । ଫଳରେ ବାଚସ୍ପତିଙ୍କ ପାଇଁ ଗୃହ ଚଳାଇବା ମସ୍କିଲ ହୋଇଥିଲା । ଏଥିପାଇଁ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହୋ ହାଲ୍ଲା ଆରମ୍ଭ ହୋଇଯାଇଥିଲା । ପ୍ରଶ୍ନ ନମ୍ବର 181ରୁ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ବିଧାୟକଙ୍କ ପ୍ରଶ୍ନରେ ପଞ୍ଚାୟତରାଜ ମନ୍ତ୍ରୀ ଉତ୍ତର ରଖିବା ଆରମ୍ଭ କରିଥିଲେ । ଧିରେ ଧିରେ ବିରୋଧୀଙ୍କ ହୋ ହାଲ୍ଲା ବଢିଥିଲା । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରୁ ଜନବିରୋଧୀ ଶବ୍ଦ ବାଦ୍ ଦେବାକୁ ଦାବି କରି ପ୍ରବଳ ହୋ ହାଲ୍ଲା କରିଥିଲେ ବିରୋଧୀ ବିଜେପି । ଏହା ସହିତ ହାତରେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ସାମ୍ନାକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତିଙ୍କ ପାଇଁ ଗୃହ ଚଳାଇବା ମସ୍କିଲ ହୋଇଥିଲା ଏବଂ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ଏହା ବି ପଢନ୍ତୁ...ବିଧାନସଭା ଗୃହ ବିବରଣୀରୁ ବାଦ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ, ଘୋଷଣା କଲେ ବାଚସ୍ପତି

ଏହା ବି ପଢନ୍ତୁ...ପାଣ୍ଡିଆନଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲା ବିଜେପି

ଦୁଇ ଦିନର ବିରତି ପରେ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ଚଳିତ ଅଧିବେଶନର ଏହା ସପ୍ତମ କାର୍ଯ୍ୟ ଦିବସ ଥିଲା । 8 ଦିନିଆ ଅଧିବେଶନର ସପ୍ତମ ଦିନ ବେଶ ସରଗରମ ରହିବା ନେଇ ଅନୁମାନ କରାଯାଉଥିଲା । ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଅଡି ବସିଥିବା ବିଜେପି ସଦସ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ଦୁଇ ଦିନର ବିରତି ପରେ ବି ଗୃହ ଚାଲି ପାରିନଥିଲା । ଗୃହରେ ଅଚଳାବସ୍ଥା ଜାରି ରହିଛି । ଆଜି 2023-24 ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ପାଇଁ ବ୍ୟୟ ବରାଦ ବିଲ୍ ଆଗତ ହେବାର ଥିଲା । ଏହା ସହିତ ସିଏଜି ରିପୋର୍ଟ ଉପସ୍ଥାପିତ ହେବାର ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.