ଖୋର୍ଦ୍ଧା: ବାଲୁଗାଁ ଏନଏସିରେ କୋରୋନା କ୍ଷିପ୍ରଗତିରେ କାୟା ବିସ୍ତାର କରିଚାଲିଛି। ଶୁକ୍ରବାର ବାଲୁଗାଁ ଏନଏସିର ଅଶୋକ ନଗରରୁ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ଚିଲିକା ଅତିରିକ୍ତ ତହସିଲଦାର ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପତ୍ର ଯୋଗେ ଅନୁରୋଧ କରିଥିଲେ । ଏହାକୁ ଗୁରୁତର ସହ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଶନିବାର ସଂଧ୍ୟା ୭ଟାରୁ ମଇ ୭ ତାରିଖ ରାତି ୯ ଘଟିକା ଯାଏଁ କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରଛନ୍ତି ।
![ବାଲୁଗାଁ NACର ଅଶୋକ ନଗରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା](https://etvbharatimages.akamaized.net/etvbharat/prod-images/od-kud-contenment-dry-od10017_01052021223226_0105f_1619888546_701.jpg)
ଉକ୍ତ ସମୟରେ ଏହି ଅଞ୍ଚଳର କୌଣସି ବ୍ୟକ୍ତି ଏହି ଅବରୋଧ କ୍ଷେତ୍ର ଭିତରୁ ବାହାରିବେ ନାହିଁ କିମ୍ବା କୌଣସି ବାହାର ଲୋକ ଏହା ମଧ୍ୟକୁ ପ୍ରବେଶ କରିବେ ନାହିଁ। କଣ୍ଟେନମେଣ୍ଟ ଅଞ୍ଚଳରେ ଅଞ୍ଚଳବାସୀଙ୍କୁ ଜରୁରୀକାଳନ ସାମଗ୍ରୀ ଯୋଗାଣ, ବିଶୋଧନ, କଣ୍ଟାକ୍ଟ ଟ୍ରେସିଂ, ଆରଆରଟି ଦ୍ବାରା ଘରକୁ ଘର ସର୍ଭେ କରାଯିବ। ତେବେ ଜିଲ୍ଲା ପ୍ରଶାସନ ଦ୍ବାରା ନିଯୁକ୍ତ ହୋଇଥିବା ନୋଡାଲ ଅଧିକାରୀମାନେ ଏହି ସବୁ କାର୍ଯ୍ୟ କରିବେ। ଚିଲିକା ତହସିଲଦାର ପୁନମ ମହାପାତ୍ର ଉକ୍ତ ସମସ୍ତ କାର୍ଯ୍ୟର ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ