ETV Bharat / state

୭ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲେ ଆଶାକର୍ମୀ

author img

By

Published : Nov 29, 2022, 5:51 PM IST

୭ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲେ ଆଶାକର୍ମୀ । ଭାରତୀୟ ମଜଦୁର ସଂଘ ସହ ମିଳିତ ଭାବେ ରାଜ୍ୟର ବିଭିନ୍ନ କୋଣରୁ ଆଶା କର୍ମୀମାନେ ଏକାଠି ହୋଇ ଲୋୟର ପିଏମଜିରେ ସରକାର ବିରୋଧୀ ନାରାବାଜି କରିବା ସହ ପୂର୍ବର ଦାବିକୁ ପୁଣି ଉପସ୍ଥାପନ କରିଛନ୍ତି । ଅଧିକ ପଢ଼ନ୍ତୁ

୭ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲେ ଆଶାକର୍ମୀ
୭ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲେ ଆଶାକର୍ମୀ

ଭୁବନେଶ୍ବର : ୭ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲେ ଆଶାକର୍ମୀ (Asha workers protest over 7 point charter of demands)। ଭାରତୀୟ ମଜଦୁର ସଂଘ ସହ ମିଳିତ ଭାବେ ରାଜ୍ୟର ବିଭିନ୍ନ କୋଣରୁ ଆଶା କର୍ମୀମାନେ ଏକାଠି ହୋଇ ଲୋୟର ପିଏମଜିରେ ସରକାର ବିରୋଧୀ ନାରାବାଜି କରିବା ସହ ପୂର୍ବର ଦାବିକୁ ପୁଣି ଉପସ୍ଥାପନ କରିଛନ୍ତି ।

୭ ଦଫା ଦାବି ନେଇ ଆଶାକର୍ମୀଙ୍କ ଯୁଦ୍ଧଂ ଦେହୀ ଡାକରା । ଆନ୍ଦୋଳନରତ ଆଶାକର୍ମୀଙ୍କ ଅଭିଯୋଗ ହେଲା, " ଆଉ ନୁହଁ ଶୁଣିବୁ ନାହିଁ ମିଥ୍ୟା ପ୍ରତିଶୃତି । ଦାବୀ ପୂରଣ ନହେବା ଯାଏଁ ଆମ ଆନ୍ଦୋଳନ ଜାରୀ ରହିବ । ଦାବି ପୂରଣ ନହେଲେ ଆସନ୍ତା ୨୦୨୪ ନିର୍ବାଚନରେ ଏହାର ଜବାବ ଦେବୁ ବୋଲି ରୋକଠୋକ ଶୁଣାଇଛନ୍ତି । ଗୋଟିଏ ଶିଶୁର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ ଆମେ କାମ କରୁଛୁ । କାର୍ଯ୍ୟ କରିବା ସମୟରେ ବିଭିନ୍ନ ସମୟରେ ଆଶାକର୍ମୀମାନେ ଅତ୍ୟାଚାରିତ ହେଉଛୁ । ଅନ୍ୟପକ୍ଷରେ ଚାକିରିର ସ୍ଥାୟୀତ୍ୱ ନଥିବାରୁ ଉପରିସ୍ଥ ଅଧିକାରୀ ମଧ୍ୟ ଅନେକ ସମୟରେ ଶୋଷଣ କରିଥାନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେବି ଆମର ସୁରକ୍ଷା ପାଇଁ ସରକାର କିଛି ପଦକ୍ଷେପ ନେଉନାହାଁନ୍ତି ।"

ଆଶାକର୍ମୀମାନେ ନିଜର ସୁରକ୍ଷା ଓ ଚାକିରିର ସ୍ଥାୟୀତ୍ୱକୁ ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନର ସ୍ଥାୟୀ କର୍ମଚାରୀ ଭାବେ ଘୋଷଣା କରିବା ପାଇଁ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ସର୍ବନିମ୍ନ ୧୮୦୦ ହଜାର ଦରମା ,ଏପିଏଫଓ ଏସଆଇସି ଲାଗୁ କରିବା, ଅବସର ପରେ ୫୦୦୦ ପେନସନ ଦେବା, ଏଏନଏମ ପଦକୁ ପଦୋନ୍ନତି, ୫୦ଲକ୍ଷର କୋରୋନା ସହାୟତା ଭଳି ଦାବି ପୂରଣ ପାଇଁ ସଂଘ ଗାନ୍ଧୀ ମାର୍ଗରେ ଧାରଣ ଦେଇଛି ।

ପୂର୍ବରୁ ସଂଘ ପକ୍ଷରୁ ଅନେକଥର ଆନ୍ଦୋଳନ କରାଯାଇଛି । ହେଲେ ସରକାର ସେମାନଙ୍କ ଦାବି ପୂରଣ କରୁନାହାଁନ୍ତି କି ସମସ୍ୟା ସମ୍ପର୍କରେ କର୍ଣ୍ଣପାତ କରୁନାହାଁନ୍ତି । ବିଭିନ୍ନ ସମୟରେ ସେମାନଙ୍କୁ କେବଳ ପ୍ରତିଶୃତି ମିଳୁଛି । ଏନେଇ ଆଶା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆଶାକର୍ମୀ । ଏ ସମ୍ପର୍କରେ ଭାରତୀୟ ମଜଦୁର ସଂଘର ସାଧାରଣ ସମ୍ପାଦକ ବିନୟ ତ୍ରିପାଠୀ କହିଛନ୍ତି ''ସ୍ବାସ୍ଥ୍ୟ ସମସ୍ୟା ହେଉଛି ମଣିଷର ଏକ ନିରନ୍ତର ସମସ୍ୟା । ତେଣୁ ଏଥିପାଇଁ ଗଠିତ ହୋଇଥିବା ଜାତୀୟ ସ୍ବାସ୍ଥ୍ୟ ମିଶିନ ସ୍ଥାୟୀ ହେବା ଦରକାର । ଏହାସହ ଏଥିରେ କାର୍ଯ୍ୟରତ ଆଶା କର୍ମୀମାନଙ୍କ ଚାକିରି ମଧ୍ୟ ସ୍ଥାୟୀ କରିବା ଦରକାର ।

ଏହାସହ ସେମାନଙ୍କର ମାସିକ ବେତନ ଅତି କମରେ ୧୮ ହଜାର କରିବା ଦରକାର । ଏତଦବ୍ୟତୀତ ଅବସର ପରେ ତାଙ୍କୁ ମାସିକ ୫ହଜାର ଟଙ୍କା ପେନସନ ଦେବା ଦରକାର । ସେହିପରି ଯେଉଁ ଆଶାକର୍ମୀମାନଙ୍କ ଅକସ୍ମାତ ମୃତ୍ୟୁ ହୁଏ ତେବେନ ତାଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ସହ ପରିବାରର ଜଣଙ୍କୁ ନିଯୁକ୍ତି ମିଳିବା ଦରକାର । ଏଭଳି ୮ଦଫା ଦାବି ନେଇ ଆଜି ଆମେ ଏଇଠି ଧାରଣା ଦେଇଛୁ । ଯେତେ ପର୍ଯ୍ୟନ୍ତ ସରକାର ଆମ ଦାବି ନଶୁଣିବେ ସେତେ ପର୍ଯ୍ୟନ୍ତ ଆମେ ଧାରଣା ପ୍ରତ୍ୟାହାର କରିବୁ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.